ପାରଳା ଖବର // ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି ,ଗଜପତିରୁ ୪ ଜଣ ଛାତ୍ର ୧୭ ବର୍ଷରୁ କମ୍ ଜାତୀୟସ୍ତରୀୟ କ୍ରିକେଟରେ ସ୍ଥାନ ପାଇଲେ ଓ ପତ୍ନୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ

Spread the love

ଗଜପତିରୁ ୪ ଜଣ ଛାତ୍ର ୧୭ ବର୍ଷରୁ କମ୍ ଜାତୀୟସ୍ତରୀୟ କ୍ରିକେଟରେ ସ୍ଥାନ ପାଇଲେ ପାରଳାଖେମୁଣ୍ଡି, 16/4(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାରୁ 4 ଜଣ ଛାତ୍ର 17 ବର୍ଷରୁ କମ ଜାତୀୟସ୍ତରୀୟ କ୍ରିକେଟରେ ସ୍ଥାନ ପାଇଥିବା ସୂଚନା ମିଳିଛି. ଏହି 4 ଜଣ ଛାତ୍ର ଏଥି ପୂର୍ବରୁ ୧୭ ବର୍ଷରୁ କମ୍ ଦଳ ରାଜ୍ୟ ବିଦ୍ୟାଳୟସ୍ତରୀୟ କ୍ରିକେଟରେ ଚମ୍ପିୟାନ ହୋଇଥିଲେ।ବର୍ତ୍ତମାନ ଜାତୀୟସ୍ତରରେ ଗଜପତିର ଏହି ୪ ଜଣ ଖେଳାଳୀ ମନୋନୀତ ହୋଇଛନ୍ତି ।

Oplus_131072

ସେମାନେ ହେଲେ କୋଟଲା ମାଧବ, ସନ୍ତୋଷ କୁମାର ଲଂକାପାପ୍ଲୁରେଡି କାର୍ତ୍ତିକ ଏବଂ ଇସରାଲା ଭାର୍ଗବ ରାଓ. ସେମାନେ ସମସ୍ତେ ଯାଜପୁର ଠାରେ ଓଡିଶା ଦଳ ସହ କୋଚିଂରେ ୧୯ ତାରିଖରେ ଯୋଗଦାନ କରିବେ। ସେଠାରୁ ସେମାନେ ଓଡିଶା ଦଳସହ ତେଲେଙ୍ଗାନାର ଜାଚେର୍ଲା ଠାରେ ଏପ୍ରିଲ ୨୬ ରୁ ମେ ୧ ପର୍ଯ୍ୟନ୍ତ ଜାତୀୟ ସୁରୀୟ କୋଚିଂରେ ଯୋଗଦେବେ । ସେମାନଙ୍କର ସଫଳତା ପାଇଁ ଜିଲ୍ଲାର ସବୁ ବର୍ଗର ଜନ ସାଧାରଣ ଶୁଭକାମନା କରିଛନ୍ତି.
ବିବାହର 1 ବର୍ଷ ପରେ ପତ୍ନୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ ପାରଳାଖେମୁଣ୍ଡି, 16/4(ତାରିଣୀ ପ୍ରସାଦ ପଣ୍ଡା ):

ବିବାହର ମାତ୍ର ବର୍ଷେ ପରେ ଅଧୂକ ଯୌତୁକ ଦାବି କରି ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଶେଷରେ କ୍ଳଚ ତାରରେ ତଣ୍ଟି ଚିପି ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ ରାୟ ହୋଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଷ୍ଣୁ ପ୍ରସାଦ ପଣ୍ଡା ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୨ରେ ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରାରେ ବର୍ତ୍ତମାନ ବସବାସ କରୁଥିବା ଅଭିଯୁକ୍ତ ରେଗାଟି ଧନୁଞ୍ଜୟ ଓରଫ ରକୋଟି ଧନୁଞ୍ଜୟ (୩୮ ବର୍ଷ) ଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି I

ଜରିମାନା ଅନାଦାୟ ଅଧିକ ୬ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ଜଜ୍ ନିଜର ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ଘରୋଇ ଅତ୍ୟାଚାର ପାଇଁ ରହିଥ‌ିବା ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୯୮(କ) ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ ହୋଇଛି. ଜରିମାନା ଅନାଦାୟ ଅଧିକ ୩ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ଜଜ୍ ରାୟରେ ଉଲ୍ଲେଖ କରିଛନ୍ତି। ଏତଦବ୍ୟତୀତ ଯୌତୁକ ଦାବିକୁ ନେଇ ଉଦ୍ଦିଷ୍ଟ ଧାରା ୪ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷର ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜରିମାନା ସଜା ଶୁଣାଇଛନ୍ତି I ଜରିମାନା ଅନାଦାୟ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ନ୍ୟାୟାଧୀଶ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ମାମଲାର ପରିଚାଳନା କରିଥିବା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ପାରଳା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି ପାରଳାଖେମୁଣ୍ଡି, 16/4(ତାରିଣୀ ପ୍ରସାଦ ପଣ୍ଡା):

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ବହୁ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ଅବସରରେ ପାରଳାଖେମୁଣ୍ଡି ସହର ଉପକଣ୍ଠର କତଲକଇଠା ଗ୍ରାମର ଶିକ୍ଷକ ବିରଞ୍ଚି ନାରାୟଣ ରଥ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି. ଶ୍ରୀ ରଥ ଏଥି ପୂର୍ବରୁ ପ୍ରଥମେ ଏକ ଲକ୍ଷ, ଦ୍ଵିତୀୟ ଥର ପୁଣି ଏକ ଲକ୍ଷ ଏବଂ ତୃତୀୟ ଥର ପାଞ୍ଚ ଲକ୍ଷ ଟଙ୍କା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିଛନ୍ତି. ମୋଟାମୋଟି ଭାବେ ଶ୍ରୀ ରଥ ମୋଟ ନଅ ଲକ୍ଷ ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାଭାଗିତା ହୋଇପାରିଛନ୍ତି. ବର୍ତ୍ତମାନର ଏକ ଲକ୍ଷ ଟଙ୍କା ପ୍ରଦାନ ପରେ ବିରଞ୍ଚି ନାରାୟଣ ରଥ ଘୋଷଣା କରିଛନ୍ତିଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେତେ ଟଙ୍କା ରହିବ ତାର ଉତ୍ତରାଧିକାରୀ ପ୍ରଭୁ ଶ୍ରୀଜଗନ୍ନାଥ ରହିବେ ଏବଂ ପାରଳା ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ. ଶ୍ରୀ ରଥଙ୍କ ପରି ଜଣେ ସଚୋଟ ଶ୍ରୀଜଗନ୍ନାଥଙ୍କ ଭକ୍ତ ନିଜର ସବୁକିଛି ବ୍ୟାଙ୍କ ଜମା ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସମର୍ପଣ କରିଥିବାରୁ ମନ୍ଦିର ନିର୍ମାଣ କମିଟି ତରଫରୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ନିର୍ମାଣ କମିଟିର ସମସ୍ତ ସଦସ୍ୟ ଶ୍ରୀ ରଥଙ୍କୁ ଅଭିନନ୍ଦନ ସହ ସାଧୁବାଦ ଜଣାଇଛନ୍ତି. ଠିକ ସେହିପରି ପାରଳାଖେମୁଣ୍ଡି ସୂରିୟା ଜୁଏଲାରୀ ମାଲିକଙ୍କ ମାଆ ପଟୁନୁରୀ କସ୍ତୁରୀ ଆମ୍ମା,ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ 20 ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି.

Leave a Reply

Your email address will not be published. Required fields are marked *