ଇଡିଆଇଆଇ ୨୦୨୬ ମସିହା ପାଇଁ ଯୁବକ ଏବଂ ଶିଶୁମାନଙ୍କ ପାଇଁ ଜାତୀୟ ଉଦ୍ୟମିତା ଗ୍ରୀଷ୍ମକାଳୀନ ଶିବିର ଘୋଷଣା କଲା
ଅହମଦାବାଦ: (ଦର୍ଶନ ସମୀକ୍ଷା)
ଏଣ୍ଟ୍ରେପ୍ରେନୁ୍ୟରଶିପ ଡେଭେଲପମେଣ୍ଟ ଇନି୍ପ ୍ଟଟୁ୍ୟଟ ଅଫ୍ ଇଣ୍ଡିଆ (ଇଡିଆଇଆଇ), ଅହମଦାବାଦ, ଯାହା ଉଦ୍ୟମିତା ବିକାଶ, ଶିକ୍ଷା ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଅଗ୍ରଗାମୀ ସଂସ୍ଥା, ସେହି ସଂସ୍ଥା ୧୯୯୨ ମସିହାରୁ ଜାତୀୟ ଗ୍ରୀଷ୍ମକାଳୀନ ଶିବିରଗୁଡ଼ିକ ଆୟୋଜନ କରୁଛି । ୧୨–୧୬ ବର୍ଷ ବୟସର ଶିଶୁମାନେ ଏବଂ ୧୬–୨୨ ବର୍ଷ ବୟସର ଯୁବମାନଙ୍କ ପାଇଁ ଆୟୋଜିତ ଏହି ବିଶେଷ ଗ୍ରୀଷ୍ମକାଳୀନ ଶିବିରମାନଙ୍କର ଲକ୍ଷ୍ୟ ହେଉଛି ତାଙ୍କ ମଧ୍ୟରେ ଆରମ୍ଭିକ ଅବସ୍ଥାରୁ ଉଦ୍ୟମୀ ମନୋଭାବ ଗଢ଼ି ତୋଳିବା ସହିତ ସଫଳତା ପାଇଁ ଆବଶ୍ୟକ କୌଶଳଗୁଡ଼ିକୁ ବିକଶିତ କରିବା ।
ଏହି ବର୍ଷ ‘ଏଣ୍ଟ୍ରେପ୍ରେନ୍ୟୁରିଆଲ୍ ଷ୍ଟିମ୍ୟୁଲେସନ୍ ଫର୍ ଚିଲ୍ଡ୍ରେନ୍’ ଶିବିରର ୪୬ତମ ଏବଂ ୪୭ତମ ସଂସ୍କରଣ କ୍ରମଶଃ ୩–୮ ମେ ଏବଂ ୨୪–୨୯ ମେ ତାରିଖରେ ସଂସ୍ଥାର କ୍ୟାମ୍ପସ୍ରେ ଆୟୋଜିତ ହେବ । ସେହିପରି ‘ଏଣ୍ଟ୍ରେପ୍ରେନ୍ୟୁରିଆଲ୍ ଏଡଭେଞ୍ଚର୍ସ ଫର୍ ଯୁଥ୍’ ଶିବିରର ୪୯ତମ ଏବଂ ୫୦ତମ ସଂସ୍କରଣ କ୍ରମଶଃ ୧୧–୨୦ ମେ ଏବଂ ୧–୧୦ ଜୁନ୍ ତାରିଖରେ ଆୟୋଜିତ ହେବ ।
ପିଛଲା ତିନି ଦଶକ ଧରି ‘ଏଣ୍ଟ୍ରେପ୍ରେନ୍ୟୁରିଆଲ୍ ଷ୍ଟିମୁ୍ୟଲେସନ୍ ଫର୍ ଚିଲ୍ଡ୍ରେନ୍’ ଜାତୀୟ ଗ୍ରୀଷ୍ମକାଳୀନ ଶିବିରମାନଙ୍କ ମାଧ୍ୟମରେ, ଇଡିଆଇଆଇ ଶିଶୁମାନଙ୍କୁ ତାଙ୍କର ଶକ୍ତି ଓ ଦୁର୍ବଳତା ବୁଝିବା, ବିକାଶମୁଖୀ ଭାବନା ଗଢ଼ି ତୋଳିବା ଏବଂ ସଫଳତା ପାଇଁ ଆବଶ୍ୟକ କୌଶଳ ଶିଖିôବା ପାଇଁ ଏକ ମଞ୍ଚ ପ୍ରଦାନ କରିଆସୁଛି । ଏପର୍ଯ୍ୟନ୍ତ ୪୫ଟି ଶିବିର ମାଧ୍ୟମରେ ୩,୨୨୮ ଜଣ ଶିଶୁଙ୍କୁ ଗଢ଼ି ତୋଳାଯାଇଛି । ଏହି ଶିବିରରେ ଅଂଶଗ୍ରହଣ କରୁଥିବା ଶିଶୁମାନଙ୍କ ମଧ୍ୟରେ ଶକ୍ତିଶାଳୀ ‘ଉଦ୍ୟମିତା ଓ ସଫଳତାର ମନୋଭାବ’ ବିକଶିତ ହୁଏ, ଯାହା ତାଙ୍କୁ ଉଚ୍ଚ ସ୍ତରର ସଫଳତା ପାଇଁ ପ୍ରେରିତ କରେ । ଶିବିର ଶେଷ ହେବା ପରେ, ଅଭିଭାବକମାନେ ତାଙ୍କର ସନ୍ତାନଙ୍କ ବ୍ୟକ୍ତିତ୍ୱ ଲକ୍ଷଣକୁ ଉଦ୍ଧାର କରି ଏବଂ ଭବିଷ୍ୟତ ବିକାଶ ପାଇଁ ଦିଗନିଦେ୍ର୍ଦଶ ଦେଇଥିବା ଏକ ବିସ୍ତୃତ ରିପୋର୍ଟ ପାଇଥାନ୍ତି ।
ସେହିପରି, ‘ଏଣ୍ଟ୍ରେପ୍ରେନ୍ୟୁରିଆଲ୍ ଏଡଭେଞ୍ଚର୍ସ ଫ ର୍ଯୁଥ୍’ ଜାତୀୟ ଗ୍ରୀଷ୍ମକାଳୀନ ଶିବିରମାନଙ୍କ ମାଧ୍ୟମରେ, ଇଡିଆଇଆଇ ଦେଶବ୍ୟାପୀ ଯୁବମାନଙ୍କ ମଧ୍ୟରେ ଉଦ୍ୟମୀ ଗୁଣଗୁଡ଼ିକୁ ବିକଶିତ କରୁଛି । ଏପର୍ଯ୍ୟନ୍ତ ମୋଟ ୨,୧୦୦ ଜଣ ଯୁବକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଶିବିରରେ ଅଂଶଗ୍ରହଣ କରୁଥିବା ଯୁବମାନେ ତାଙ୍କର ଲୁଚିଥିବା କ୍ଷମତାକୁ ଅନ୍ୱେଷଣ କରିଥାନ୍ତି ଏବଂ ଝୁଲିକି ନେବାର କ୍ଷମତା, ସୃଜନଶୀଳ ଚିନ୍ତନ, ସଂଘର୍ଷ ପରିଚାଳନା, ପ୍ରଭାବଶାଳୀ ସଂଯୋଗ, ଟିମ୍ୱର୍କ ଏବଂ ସମସ୍ୟା ସମାଧାନ ଭଳି ଉଦ୍ୟମୀ ଗୁଣଗୁଡ଼ିକୁ ଅଧିଗ୍ରହଣ କରି ଭବିଷ୍ୟତର ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବା ପାଇଁ ନିଜକୁ ପ୍ରସ୍ତୁତ କରୁଥାନ୍ତି । ଶିବିର ସମୟରେ କ୍ୟାରିଅର ପରାମର୍ଶ ମଧ୍ୟ ପ୍ରଦାନ କରାଯାଏ ।












Leave a Reply