ଗଜପତି // ମାଟି ତଳୁ ମିଳିଲା 2 କୋଟି ଟଙ୍କାର 2010 କେଜି ଗଞ୍ଜେଇ ,ମନ୍ଦିର ମାନଙ୍କରେ ଭକ୍ତମାନଙ୍କୁ ପଣା ପ୍ରଦାନ କରାଯାଇଥିଲା.ଓ କବିତା କାଲି ଓ ଆଜିର ଲୋକାର୍ପଣ ଉତ୍ସବ

Spread the love

ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ଅବସରରେ ପାରଳା ସହର ଚଳଚଞ୍ଚଳ ପାରଳାଖେମୁଣ୍ଡି, 14/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଆଜି ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ପାଳନ ଅବସରରେ ପାରଳା ସହର ଚଳଚଞ୍ଚଳ ହୋଇଉଠିଛି.

ସହରର ସମସ୍ତ ହନୁମାନ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ସମସ୍ତ ଶିବାଳୟ, ମା ମାଣିକେଶ୍ବରୀ ଓ ମା ନିଲମ୍ମା ଆଦି ମନ୍ଦିର ଗୁଡିକରେ ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ବେଶ ଜମିଥିଲା. ପାରଳା ସହର ସାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ଅବସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା. ଶ୍ରୀ ହନୁମାନ ଜୟନ୍ତୀ ପାଳନ ଅବସରରେ ସହରର ତୋଟା ହନୁମାନ, ରେଳ ଷ୍ଟେସନ ନିକଟସ୍ଥ ହନୁମାନ ମନ୍ଦିର, କାଚରା ସାହି, କରଣ ସାହି, କେଉଟ ସାହି ଠାରେ ଥିବା ହନୁମାନ ମନ୍ଦିରରେ ପୂଜା ପାଠ କରାଯିବା ସହ ହଜାର ହଜାର ଭକ୍ତଙ୍କୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା. ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତମାନଙ୍କୁ ପଣା ପ୍ରଦାନ କରାଯାଇଥିଲା.
ଗଜପତିରେ ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି,୧୪.୦୪(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତରତ୍ନ ବାବାସାହେବ ଡଃ.ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଏହି ଅବସରରେ ନୂଆ ବସ ଷ୍ଟାଣ୍ଡ ଠାରେ ଥିବା ବାବାସାହେବ ଡଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଅତିଥିଙ୍କ ଦ୍ୱାରା ପୁଷ୍ପ ମାଲ୍ୟାର୍ପଣ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ମୁନନ୍ଦ୍ର ହୋନନାଗା,ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ନିର୍ବାହୀ ଅଧିକାରୀ, ପୌରପରିଷଦ ପାରଳାଖେମୁଣ୍ଡି, ଲକ୍ଷ୍ମଣ କୁମାର ମୁର୍ମୁ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ଅତିଥି ଗଣ କହିଥିଲେ ଯେ ଭାରତର ସମ୍ବିଧାନ ଗଠନ କରିବା ଦିଗରେ ଆମ୍ବେଦକରଙ୍କ ଭୂମିକା, ସଂଘର୍ଷମୟ ଜୀବନୀ, କାର୍ଯ୍ୟାବଳୀ, ବିଭିନ୍ନତା, ରାଜନୈତିକ, ଅର୍ଥନୈତିକ, ଦାର୍ଶନିକ, ସମାଜ ସଂସ୍କାରକ ପ୍ରଭୃତିର ଅଧିକାରୀ ରହି ଭାରତୀୟ ସମ୍ବିଧାନର ପ୍ରତିଷ୍ଠା କରିଥିଲେ । ଆମ୍ବେଦକରଙ୍କର ଭୂମିକା ସଂରକ୍ଷଣ ବ୍ୟବସ୍ଥା ଓ ସମ୍ବିଧାନ ପ୍ରଣୟନ ସମୟରେ ବିଜ୍ଞତାର ପରିଚୟ ଦେଇଥିବା ମତବ୍ୟକ୍ତ କରିଥିଲେ । ସେ ବହୁ ଦେଶର ଗଣତାନ୍ତ୍ରିକ ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିଥିବା ଏବଂ ଏହାର ସାରମର୍ମ ସମ୍ପର୍କରେ ଅବଗତ କରାଇଥିଲେ । ଆମ୍ବେଦକର ସ୍ଵତନ୍ତ୍ରତା, ସମାନତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ ବୋଲି ଅତିଥିଗଣ କହିଥିଲେ । ଏହି ପରିପ୍ରେକ୍ଷିରେ ଏକ ଶୋଭାଯାତ୍ରା ସ୍ଥାନୀୟ ଦଣ୍ଡମାଳା ସାହି ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ କରାଯାଇଥିଲା । ଏହି ଶୋଭାଯାତ୍ରାରେ ସ୍ଥାନୀୟ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ,ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ଜେନା, ୱାୟ.ଦିଲେଶ୍ଵର ରାଓ, ଭି.ଗୋପାଳ ରାଓ,ବାବୁଲା ପୂଜାରୀ,ବାବାଜୀ ପ୍ରଧାନ, କେ.ରବି କୁମାର , ସୁବାଷ ଚନ୍ଦ୍ର ସେଠୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତୁଷରାମୟ ସେନାପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗର କର୍ମଚାରୀ ଅପରାନନ୍ଦ ଆନନ୍ଦ, ପ୍ରଦୀପ କୁମାର ରଥ ସହଯୋଗ କରିଥିଲେ।
ଗଜପତି ପୋଲିସର ସଫଳତା……ମାଟି ତଳୁ ମିଳିଲା 2 କୋଟି ଟଙ୍କାର 2010 କେଜି ଗଞ୍ଜେଇ ପାରଳାଖେମୁଣ୍ଡି, 14/3 (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ପୋଲିସ ମାଟି ତଳୁ ଗାତ ଖୋଳି 2010 କେଜି ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି. ଜବତ ଗଞ୍ଜେଇର ମୂଲ୍ୟ 2 କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି. ରା.ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁ ଜଣାଇଛନ୍ତିଯେ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗଜପତି ଜିଲ୍ଲାର କିରମା ପଞ୍ଚାୟତର ବିମାନପୁର ଗ୍ରାମରେ ଚଢାଉ କରାଯାଇଥିଲା. କିଛି ବ୍ୟକ୍ତିଙ୍କ ଘର ନିକଟରେ ବିପୁଳ ପରିମାଣର ଗଞ୍ଜେଇ ପୋତା ଯାଇଥିବା ସୂଚନା ମିଳିଥିଲା । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ମାଟି ଖୋଳି ଭିତରେ ଗଞ୍ଜେଇ ଲୁଚାଇ ରଖିଥ‌ିବା ଜଣା ପଡିଥିଲା. ତେଣୁ ତାଙ୍କ ଘରେ ମାଟି ଖୋଳିବା ପରେ ୬୭ ବସ୍ତାରେ ଗଞ୍ଜେଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଏ ସମସ୍ତ ଗଞ୍ଜେଇ ବସ୍ତାକୁ ଜବତ କରି ଓଜନ କରାଯିବାରେ ଏଥିରେ 2010 କେଜି ଗଞ୍ଜେଇ ରହିଥିବା ଜଣା ପଡିଥିଲା. ଏହାର ଆନୁମାନିକ ମୂଲ୍ୟ 2 କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ପ୍ରଦାନ କରି କହିଛନ୍ତି ଆର. ଉଦୟଗିରି ଥାନାରେ କେଶ ନଂ – 55 ରେ ମକଦ୍ଦମା ରୁଜୁ କରାଯାଇ ଏନଡିପିଏସ ଆଇନ ଅନୁଯାୟୀ ତଦନ୍ତ ଜାରି ରହିଛି. ଏହି ଚଢଉ ପୂର୍ବରୁ ଗଞ୍ଜେଇ ମାଫିଆମାନେ ଘର ଛାଡି ଆତ୍ମଗୋପନ କରିଥିବା ଯୋଗୁଁ ଏହି ଘଟଣାରେ କାହାକୁ ଗିରଫ କରାଯାଇପାରିନାହିଁ. ଅତି ତୁରନ୍ତ ଏଥିରେ ସମ୍ପୃକ୍ତ ମାଫିଆମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ପ୍ରଦାନ କରି କହିଛନ୍ତି ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା କାରବାରକୁ ସମ୍ପୂର୍ଣ ବିଲୋପ ପାଇଁ ଏଭଳି ଚଢାଉ ଜାରି ରହିଥିବ.
କବିତା କାଲି ଓ ଆଜିର ଲୋକାର୍ପଣ ଉତ୍ସବ ପାରଳାଖେମୁଣ୍ଡି,୧୪.୦୪(ତାରିଣୀ ପ୍ରସାଦ ପଣ୍ଡା ):

ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ କବି ବିଚିତ୍ରାନନ୍ଦ ବେବର୍ତ୍ତୀଙ୍କ ଅଷ୍ଟମ ସାରସ୍ଵତ ଅର୍ଘ୍ୟ କବିତା କାଲି ଓ ଆଜିର ଉନ୍ନୋଚ଼ନ ହୋଇସାରିଛି । ସିଦ୍ଧାନ୍ତର ପ୍ରତିଷ୍ଠାତା ସଂପାଦକ ଉପାନ୍ତ ପ୍ରହରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଲୋକାର୍ପଣ ମହୋବତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ଗଜପତି ଫାଲ୍ଗୁନୀ ମାଝି, ବିଶିଷ୍ଟ ଅତିଥିଭାବେ ଜିଲ୍ଲା ଶିକ୍ଷl ଅଧିକାରୀ, ଗଜପତି ଡ. ମାୟାଧର ସାହୁ, ସ୍ୱତନ୍ତ୍ର ଅତିଥି ଭାବେ, ଜିଲ୍ଲା ମଙ୍ଗଳ ଅଧିକାରୀ ସଲୋମନ ରାଇକା, ସମୀକ୍ଷକ ଭାବେ ଉପ ନିର୍ଦ୍ଦେଶକ ପ୍ରାଣୀ ସମ୍ପଦ ବିକାଶ ବିଭାଗ,ଗଜପତି ଡାଃ ବିଧିତ ଶେଖର ମିଶ୍ର ଯୋଗ ଦେଇ ଆଧୁନିକ କବିତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ସାହିତ୍ୟ ସମାଜର ମୁକୁର ଏହା ନିଶ୍ଚିତ କିନ୍ତୁ କବିତା ତା’ର ସତୀର୍ଥ ହିତାକାଂକ୍ଷୀ ବନ୍ଧୁ ଯିଏକି ସମାଜର ସାମ୍ପ୍ରତିକ ଘଟଣା ଦୁର୍ଘଟଣା ହସଖୁସିକୁ ଅଳ୍ପ ଶବ୍ଦ ସୀମିତ ଧାଡ଼ିରେ ସଜାଡ଼ିପାରେ, ତେଣୁ ସ୍ଵାଧୀନୋତ୍ତର ଭାରତରେ କବିତାର ଅସ୍ତିତ୍ୱ ସର୍ବତ୍ର ସବୁଭାଷାରେ ଆଦୃତି ଲାଭ କରିଛି ବୋଲି କହିଥିଲେ । ମଞ୍ଚ ଆହ୍ୱାନ ଅନୁଶ୍ରୀ ପଟ୍ଟନାୟକ, ପରିଚ଼ୟ ପ୍ରଦାନ ସ୍ନେହା ବେହେରା, ସଂଯୋଜନା କବି ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଏବଂ ଧନ୍ୟବାଦ ଅପିଣ ତନୁଜା ଶତପଥୀ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ମୁରଲୀଧର ପରିଛା, ତ୍ରିପତି ପ୍ରସାଦ ପଣ୍ଡା, ନିତ୍ୟାନନ୍ଦ ଚୌଧୁରୀ, ବିଷ୍ଣୁପଣ୍ଡା, ଶୁଭଶ୍ରୀ ଭୁକ୍ତା, ଗାୟତ୍ରୀ ପଟ୍ଟନାୟକ, ମନୀଷା ପାତ୍ର, ସାଇସୁଧା ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ, ଡ. ନରସିଂହ ଗୌଡ଼, ପ୍ରଭୃତି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *