ଜନ୍ମମାଟିରେ ଚକରା ବିଷୋୟୀଙ୍କ 203 ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ
………………………
ଭଞ୍ଜନଗର :- ବାଳକୃଷ୍ଣ ପଟ୍ଟନାୟକ ( ଦର୍ଶନ ସମୀକ୍ଷା ) ଏଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଘୁମୁସରର ବିପ୍ଲବୀ ବୀର ଚକରା ବିଷୋୟୀଙ୍କ 203 ତମ ଜୟନ୍ତୀ ତାଙ୍କ ଭିଟାମାଟି ବିଞ୍ଝଗିରି ଠାରେ ପାଳିତ ହୋଇଯାଇଛି l ଏଥିରେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ କବି ତଥା ସାହିତ୍ୟିକ ଡ଼. ରୋଜାଲିନ ସେନାପତି,ଅତିଥିଭାବେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ, ଡ, ସନ୍ତୋଷ କୁମାର ଅlପଟ, ପଂଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼, ସରପଞ୍ଚ ଲଖଣ ନାୟକ, ସମିତିସଭ୍ୟା ନମିତା ନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗଦେଇ ଚକରlଙ୍କ ସଂଗ୍ରାମୀ ଜୀବନ ସହ ଦୈବୀ କୃପା ଲାଭ କରିଥିବା କହିଥିଲେ l ଏହିଅବସରରେ ଚକରା ବିଷୋୟୀ କଲଚୁରାଲ ଏକାଡେମୀ, ବାହାଡାପଦର ତରଫରୁ 2025 ପାଇଁ ଜଗଦୀଶ ପାଣିଗ୍ରାହୀ ଙ୍କୁ ଚକରା ବିଷୋୟୀ ସମ୍ମାନରେ ସମ୍ମାନିତ କରାଯାଇଛି l ଏଥି ସହ ଜଗଦୀଶ ପାଣିଗ୍ରାହୀ ଓ ରିତାରାଣୀ ମହାପାତ୍ରଙ୍କ ଚକରା ସମ୍ପର୍କିତ ଅନୁବାଦ, ସସ୍କରଣ ଦୁଇଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ l ପୂର୍ବରୁ ଚକରା ବିଷୋୟୀଙ୍କ ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ପରେପରେ ପ୍ରଫୁଲ୍ଲ ବେହେରାଙ୍କ ରଚିତ ଓ ନିର୍ଦେଶନlରେ “ଚକରlର ଚକ୍ରବ୍ୟୁହ” ନାଟକ ପରିବେଷଣ କରାଯାଇଥିଲା l ଏହାପରେ ତଳଜୀବିକା, ବଡକୋଦଣ୍ଡl, ସାନକୋଦଣ୍ଡl, ବାହାଡାପଦର, ବିଞ୍ଝଗିରି, ମହିଳା ମହାବିଦ୍ୟାଳୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିଥିଲେ l ପଂଚାୟତ ଓ ଆଖପାଖରୁ ଆସିଥିବା ଚକରlପ୍ରେମୀ ମାନଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ ଚକରା ପ୍ରେମୀ ଯୋଗ ଦେଇଥିଲେ l ଦୁର୍ଗା ତ୍ରିପାଠୀ, ରବୀନ୍ଦ୍ର ଗୌଡ଼, ସାଗରୀକା ଆଚାର୍ଯ୍ୟ ସଂଯୋଜନା କରିଥିଲେ l ବିଞ୍ଝଗିରିର ଗ୍ରାମବାସୀ ସମେତ ପଂଚାୟତର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l
ଭଞ୍ଜନଗର // ଜନ୍ମମାଟିରେ ଚକରା ବିଷୋୟୀଙ୍କ 203 ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ- ଭଞ୍ଜନଗର ରୁ ବାଳକୃଷ୍ଣ ପଟ୍ଟନାୟକ ଦର୍ଶନ ସମୀକ୍ଷା












Leave a Reply