Spread the love

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲାର ୨୧ତମ ବାର୍ଷିକ ଉତ୍ସବ ଓ ଆଲୋଚନାଚକ୍ର
ଲୋକଙ୍କ ସ୍ବର, କ୍ଷମତାସୀନ ବ୍ୟକ୍ତିଙ୍କୁ ପ୍ରଶ୍ନ ଓ ମାନବୀୟ ସମ୍ବେଦନଶୀଳ ଉପରେ ଗୁରୁତ୍ୱାରୋପ
ରାଉରକେଲା ୨୮/୧୨, (ଦର୍ଶନ ସମୀକ୍ଷା)

ସାମ୍ବାଦିକ ମାନେ ଜନସାଧାରଣଙ୍କ ସ୍ବର, କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ, ମାନବୀୟ ସମ୍ବେଦନଶୀଳ, ଆଚରଣ ଓ ଉଚ୍ଚାରଣର ସମନ୍ୱୟତା ସାମ୍ବାଦିକଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ଆଲୋଚକ ମାନେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ର ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ମତ ରଖିଥିଲେ। ଆଜି ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲାର ୨୧ତମ ବାର୍ଷିକ ଉତ୍ସବ ଓ ଆଲୋଚନାଚକ୍ର ଇସ୍ପାତ ସହରର ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବ ଏବଂ ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଅତିଥି ତଥା

Oplus_131072

ଆଲୋଚକ ଭାବେ ରାଉରକେଲା ସମ୍ବାଦ ସଂସ୍କରଣର ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା, ପ୍ରମେୟ ସଂସ୍କରଣର ରାଉରକେଲା ମୁଖ୍ଯ ମନୋରଞ୍ଜନ ଦାଶ, ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସ୍ତମ୍ଭକାର ଅରବିନ୍ଦ ଦାସ, ସମାଜ ସଂସ୍କରଣର ରାଉରକେଲା ମୁଖ୍ଯ ମୃତ୍ଯୁଞ୍ଜୟ ମହାପାତ୍ର, ଉତ୍କଳ ମେଲର ସମ୍ପାଦକ ଡକ୍ଟର ପୀତବାସ ମିଶ୍ର, ଦୀନଦୟାଲ ମେଲର ସମ୍ପାଦକ ଶିବଶରଣ ମିଶ୍ର, ଆରୋପର ସମ୍ପାଦକ ମନୋରଞ୍ଜନ ମିଶ୍ର, ସଜାଗର ସମ୍ପାଦକ ସନ୍ତୋଷ କୁମାର ସ୍ବାଇଁ ଏବଂ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସମ୍ପାଦକ ଅରୁଣ ଦାଶ ପ୍ରମୁଖ ମଞ୍ଚାସୀନ ରହି ଆଲୋଚ୍ଯ ପ୍ରସଙ୍ଗ “ସାମ୍ବାଦିକଙ୍କ ସମାଜ ପ୍ରତି ଦାୟିତ୍ବବୋଧ ଓ ଆହ୍ବାନ” ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସାମ୍ବାଦିକମାନେ ନିରୀହ ଜନତାଙ୍କ ସ୍ବର, ଗଣତନ୍ତ୍ରର ବ୍ଯବସ୍ଥା, ମିଡିଆ ହାଉସଗୁଡିକ କିପରି କର୍ପୋରେଟ୍ ହାଉସ୍ ଦ୍ଵାରା କବଳିତ, ସୁରକ୍ଷା, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମିଡିଆ, ନ୍ଯାୟିକ ଉତ୍ପିଡନ, ସତ୍ଯ ପ୍ରକାଶ କରିବାର ସାହସ ଓ ସମସ୍ଯା, ସତ୍ଯାଗ୍ରହୀ, ଆଚରଣ ଓ ଉଚ୍ଚାରଣର ସମନ୍ଵୟତା, ଦଳିତ ଓ ନିଷ୍ପେସିତ ଲୋକଙ୍କ ସ୍ବର ହେଉ ସାମ୍ବାଦିକତା, ବୌଦ୍ଧିକ ସମ୍ପନ୍ନ ବ୍ଯକ୍ତିତ୍ବ କିପରି ଟ୍ରୋଲ ହୁଏ, ସଂସ୍କାର ଓ ଶିକ୍ଷାବିତଙ୍କ ସହ ଲୋକପ୍ରତିନିଧିଙ୍କ ଦାୟିତ୍ବହୀନତା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଇସ୍ପାତ ନଗରୀରୁ ପ୍ରକାଶ ପାଉଥିବା ଉତ୍କଳ ମେଲ, ଭାରତ ଦର୍ଶନ, ସଜାଗ, ଦୀନଦୟାଲ ମେଲ, ଆରୋପ, ଉତ୍କଳ ସମାଚାରକୁ ସମ୍ମାନୀତ କରାଯାଇଥିଲା। ସେହିପରି ସାମ୍ବାଦିକତା କ୍ଷେତ୍ରରେ ପ୍ରତାପ କିଶୋର ରାଉତ, ଅଶୋକ କୁମାର ପାତ୍ର, ବିପ୍ଳବ ଦାଶ, ସଂଗ୍ରାମ କେଶରୀ ଭୂୟାଁ, ରଞ୍ଜିତ କୁମାର ବୋଷ, ଗନ୍ଦୁର ଓରାମ, ସସ୍ମିତା ପ୍ରଧାନ, ଶୈଳେନ୍ଦ୍ର କୁମାର ସାହୁ, ଉପେନ୍ଦ୍ର ସିଂହ, ସୌମ୍ୟରଞ୍ଜନ ରାଉତ, ହିମାଂଶୁ ଗୌଡ, ସୁବ୍ରତ ଜେନା ଏବଂ ଭିଡିଓ ସାମ୍ବାଦିକ ଭାବରେ ବାପି ପାଲ, ଶିବ ବାରିକ, ରାଜୁ ପାତ୍ର, ସୁଦୀପ ଦେଙ୍କ ସମେତ ସାହିତ୍ୟ କ୍ଷେତ୍ର ପାଇଁ ଅଶୋକ କୁମାର ପଟ୍ଟନାୟକ, ଇସ୍ପାତ ସାହିତ୍ୟ ସଂସଦ ଏବଂ ସମାଜସେବା କ୍ଷେତ୍ରରେ କ୍ଲିନ ଏଣ୍ଡ ଗ୍ରୀନ୍, ହାପି ମୋମେଣ୍ଟସ୍ ଅଫ୍ ଇଣ୍ଡିଆ, ହିନ୍ଦୁସ୍ଥାନ ଫେଡେରେସନ ଅଫ୍ ଇଣ୍ଡିଆ ପ୍ରମୁଖଙ୍କୁ ଉତ୍ତରୀୟ, ମୋମେଣ୍ଟୋ ଏବଂ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆସୋସିଏସନର ମୁଖପତ୍ର “ସ୍ବାକ୍ଷର”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ସ୍ବର୍ଗତଃ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଶୈଳେନ୍ଦ୍ର ସାହୁ, ଗନ୍ଦୁର ଓରାମ, ସୁମନ୍ତ ଜେନା, ବିମଲ ପଟ୍ଟନାୟକ, ସସ୍ମିତା ପ୍ରଧାନ, ଧନଲକ୍ଷ୍ମୀ ବେହେରା, ସୁରେଶ ନନ୍ଦ, ପଞ୍ଚାନନ ପାତ୍ର, ପ୍ରତାପ ପଣ୍ଡା, ରଂଜିତ ବୋଷ, ବସନ୍ତ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହା ସହ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଜଟାଧାରୀ ମାଝୀ, ଉମେଶ ସିଂହ, ବିବେକ ଦାସ, ପଓ୍ବନ ତିଓ୍ବାରୀ, ଅଶୋକ ଦାସ, ଅକ୍ଷୟ ଧଳ, ସୁବାସ ଗୁପ୍ତା, ଗଣେଶ ସାହୁ ପ୍ରମୁଖ ସହ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ସଂଗଠକ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *