ସ୍ବାମୀ ସ୍ତ୍ରୀ ଝଗଡ଼ାର କରୁଣ ପରିଣତି ଶଶୁର ଘରୁ ସନ୍ଧ୍ୟା ବେଳେ ଜଙ୍ଗଲ ରେ ଯୁକ୍ତିତର୍କ ହେଇ ଦୁଂହେ କୀଟନାଶକ ବିଷ ପିଇବା ପରେ ଛଟପଟ ହେଇ ବାପା ମୃତ୍ୟୁବରଣ କଲେ ପାଞ୍ଚ ବର୍ଷର ଶିଶୁ ସେଇ ପ୍ରବଳ ଶୀତ କାକର ରେ ରାତି ସାରା କାନ୍ଦି କାନ୍ଦି ବାପା ମା ପାଖରେ ବସି ରହିଲା
ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରୁ।
ସୂଚନା ଅନୁସାରେ, ସ୍ବାମୀ ଜଣକ ନିଜ ସ୍ତ୍ରୀ ଓ ୫ବର୍ଷର ପୁଅକୁ ଧରି ବୁଲିବାକୁ ଶ୍ଵଶୁର ଘରକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା। ଯାହାଫଳରେ ସେମାନେ ବାଟରେ ବାଇକ ରଖି ରାସ୍ତାପାର୍ଶ୍ବ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସେଠାରେ ପୁଅକୁ ଛାଡ଼ି ଉଭୟେ ବିଷ ପିଇଦେଇଥିଲେ। କିଛି ସମୟ ମଧ୍ୟରେ ଉଭୟେ ଚେତାଶୂନ୍ୟ ହୋଇପଡ଼ିଥିବାବେଳେ ପୁଅ ରାତି ସାରା ବାପା-ମା’ଙ୍କୁ ଜଗି ବସିଥିଲା। ସକାଳ ହେବାରୁ ରାସ୍ତାକୁ ଆସି ଲୋକଙ୍କୁ ସାହାଯ୍ୟ ମାଗିଥିଲା ପୁଅ। ଯାହା ପରେ ଘଟଣା ପଦାକୁ ଆସିଥିଲା। ତାପରେ ସକାଳୁ ପୋଲିସ୍ କୁ ଖବର ମିଳିବାରୁ ପୋଲିସ ଜାଇ ମାକୁ ଅନୁଗୋଳ ଜିଲା ଛେଣ୍ଡିପଦା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ମା’କୁ ଚିକିତ୍ସିତ କରିଥିଲେ କିନ୍ତୁ କିଛି ସମୟ ପରେ ଡାକ୍ତର ମା କୁ ମୃତ ଘୋଷଣା କରିଥିଲେ












Leave a Reply