ଭୁବନେଶ୍ୱର // ନୃତ୍ୟ ଓ ସଂସ୍କୃତି ଆମ ଜୀବନର ଏକ ଅବିଛେଦ୍ୟ ଅଙ୍ଗ କିନ୍ତୁ ଏହାକୁ ବୃତ୍ତି ହିସାବରେ ନେବାପାଇଁ ସୁଯୋଗର ଅଭାବ ରହିଛି,ଆତ୍ମନ୍ ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ “ ଅଭ୍ୟୁଦୟ” ବାର୍ଷିକ କଳା ଓ ନୃତ୍ୟ ସମାରୋହ

Spread the love

“ନୃତ୍ୟ ଓ ସଂସ୍କୃତି ଆମ ଜୀବନର ଏକ ଅବିଛେଦ୍ୟ ଅଙ୍ଗ କିନ୍ତୁ ଏହାକୁ ବୃତ୍ତି ହିସାବରେ ନେବାପାଇଁ ସୁଯୋଗର ଅଭାବ ରହିଛି ।”

ଆତ୍ମନ୍ ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ “ ଅଭ୍ୟୁଦୟ” ବାର୍ଷିକ କଳା ଓ ନୃତ୍ୟ ସମାରୋହ ।

ଡିସେମ୍ବର ୨୭, ୨୦୨୫: ଭୁବନେଶ୍ଵର – ଦର୍ଶନ ସମୀକ୍ଷା ପଛୁଆ ବର୍ଗର ଯୁବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଚୀନ କଳା ଓ ନୃତ୍ୟ ପାଇଁ ଉତ୍ସାହିତ କରିବାର ଆବଶ୍ୟକ‌ତା ରହିଛି । ଯୁବକ ଓ ଛାତ୍ର ମାନେ ଆମ ସଂସ୍କୁତି କୁ ଆଗକୁ ନେବାରେ ସହାୟକ ହେବେ. ଆତ୍ମନ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବାର୍ଷିକ କଳା ଓ ନୃତ୍ୟ ସମାରୋହରେ ଅତିଥି ମାନେ ଏହି ମତ ପ୍ରକାଶ କରିଛନ୍ତି l ନୃତ୍ୟ ଓ ସଂସ୍କୁତି ଆମ ସଭ୍ୟତା ର ଏକ ଅଭିଛେଦ ଅଙ୍ଗ, କିନ୍ତୁ ଏହାକୁ ବୃତ୍ତି ଭାବରେ ଗ୍ରହଣ କରିବା ପାଇଁ ଯଥେଷ୍ଟ ସୁଯୋଗ ର ଅଭାବ ରହିଛି ବୋଲି ଅତିଥି ମାନେ ମତ ପୋଷଣ କରିଛନ୍ତି.

ଡିସେମ୍ବର ୨୭ ତାରିଖ ଦିନ ଜୀବନବୀମା ନଗର, ଭୁବନେଶ୍ଵର ଠାରେ ବାର୍ଷିକ କଳା ଓ ନୃତ୍ୟ ସମାରୋହ “ଅଭ୍ୟୁଦୟ” ଆୟୋଜିତ ହୋଇ ଯାଇଛି । ଏହି ସମାରୋହରେ ନୃତ୍ୟ ଓ କଳା କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଫାଉଣ୍ଡେସନ ଆଜୀବନ ଟ୍ରଷ୍ଟି ମନୀଷା ମନସ୍ବିନୀ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ ତଥା ଚରିଷ୍ଠ ବି.ଜେ.ପି. ନେତା, ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇଥିଲେ । ରାଜ୍ୟ ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ଶ୍ରୀ ଭାସ୍କର ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଫାଉଣ୍ଡେସନର ପ୍ରଚେଷ୍ଟାର ଉଚ୍ଚ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ଫାଉଣ୍ଡେସନ ମ୍ୟାନେଜିଙ୍ଗ ଟ୍ରଷ୍ଟି ସାରଦା ପ୍ରସାଦ ସାମନ୍ତରାୟ, କୋଷାଧକ୍ଷ ନିବେଦିତା ସାମନ୍ତରାୟ ଓ ଟ୍ରଷ୍ଟି ସୁଚିତ୍ରା ମହାନ୍ତି ଉପସ୍ଥିତ ଥିଲେ

ଆତ୍ମନ ଫାଉଣ୍ଡେସନ ଅନୁଷ୍ଠାନ ରାଜ୍ୟରେ କଳା ଓ ନୃତ୍ୟର ବିକାଶ ପାଇଁ ୧୦ ବର୍ଷରୁ ଅଧ‌ିକ ସମୟ କାର୍ଯ୍ୟରତ । ଏହି ଅନୁଷ୍ଠାନ ଅନେକ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ଓ ପ୍ରାଚୀନ କଳା ଓ ନୃତ୍ୟ ଉପରେ ତାଲିମ ପ୍ରଦାନ ଦାନ କରିଆସୁଛି । ଏହି ଅନୁଷ୍ଠାନ ମଧ୍ଯ ଚସ୍ତି ଅଞ୍ଚଳର ଲୁକ୍କାୟିତ ଯୁବ ପ୍ରତିଭାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କର ପ୍ରତିଭା ବିକାଶ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଆସୁଛି । ଗରିବ ତଥା ପଛୁଆ ବର୍ଗର ଯୁବକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ କଳା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଏହି ଅନୁଷ୍ଠାନର ମୁଖ୍ୟଲକ୍ଷ୍ୟ ରହି ଆସିଛି । ଓଡ଼ିଶୀ ନୃତ୍ୟଶିଳ୍ପୀ ମନିଷା ମନସ୍ବିନୀଙ୍କର ନିଷ୍ଠା ଓ ଅଦମ୍ୟ ପ୍ରଚେଷ୍ଟାରେ ଗଢ଼ି ଉଠିଥ‌ିବା ଏହି ଅନୁଷ୍ଠାନ ରାଜ୍ୟରେ ଅନେକ ପ୍ରଶଂସାର ପାତ୍ର ହୋଇପାରିଛି ।

Leave a Reply

Your email address will not be published. Required fields are marked *