Spread the love

କନ୍ଧମାଳ : କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲା ଗୃହରକ୍ଷୀ ସଂଘର ମିଳିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ..

କନ୍ଧମାଳ କୁନା ଦିଗାଲ ( ଦର୍ଶନ ସମୀକ୍ଷା)

ଏବଂ ନୟାଗଡ଼ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ଗୃହରକ୍ଷୀ ମହାସଂଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସଂଘ ଆବାହକ ତଥା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସହ ସମ୍ପାଦନା ଶ୍ରୀ ଯୁକ୍ତ ବିରାଜ କୁମାର ପ୍ରଧାନ, ନୟାଗଡ଼ ଜିଲ୍ଲା ଗୃହରକ୍ଷୀ ସଂଘ ଆବାହକ ତଥା କମ୍ପାନୀ କମାଣ୍ଡର ଶ୍ରୀ ଯୁକ୍ତ ଅଶୋକ କୁମାର ସେଠୀଙ୍କ ତତ୍ବାବଧାନରେ ଉଭୟ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାର ନୟାଗଡ଼ ଜିଲ୍ଲା କୁଆଁରିୟା ପର୍ଯ୍ୟଟନସ୍ଥଳୀ ଠାରେ ଏକ ଶାନ୍ତିପୂର୍ଣ୍ଣ ମିଳିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶାର ସମ୍ପାଦକ ଶ୍ରୀ ଯୁକ୍ତ ବିଚିତ୍ରାନନ୍ଦ ବିଶ୍ବାଳ କୋଷାଧ୍ୟକ୍ଷ ତଥା ଅସ୍ଥାୟୀ ସଭାପତି ଉମାକାନ୍ତ ରାଉତ, ସପ୍ନାସେନ ଖୋର୍ଦ୍ଧା ଜିଲ୍ଲା ଗୃହରକ୍ଷୀ ସଂଘର କର୍ମକର୍ତ୍ତା ଅଶୋକ କୁମାର ହୋତା, କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ ମିଡ଼ିଆ ସମ୍ପାଦକ ତଥା ଅଖିଳ ଭାରତ ଖାଉଟି ସୁରକ୍ଷା ରାଜ୍ୟ ଉପସଭାପତି ସାମ୍ବାଦିକ କୁନା ଦିଗାଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ବୈଠକ ପ୍ରାରମ୍ଭରେ ଠାକୁର ପୂଜା କରିବା ସହିତ ନିଜ ନିଜ ବନ୍ଧୁତା ସ୍ଥାପନ କରିବା ପାଇଁ ଉପଢୌକନ ପକାଇ ପ୍ରରିଚୟ ଆଦାନ ପ୍ରଦାନ କରାଯାଇଥିଲା l ଓଡ଼ିଶାର ଗୃହରକ୍ଷୀ ବିଭାଗର ବିଭିନ୍ନ ସମସ୍ୟାର ସରଳ ସମାଧାନ କିପରି ଆଇନ୍ ଗତ ମାଧ୍ୟମରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମାଧ୍ୟମରେ କରାଯାଇଛି ସେ ବିଷୟରେ ଆଲୋଚନା କରାଯାଇଥିଲା l ବର୍ତ୍ତମାନ ରାଜ୍ୟ ସରକାର ତା,୧୭,୩,୨୦୨୩, ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ତ୍ତମାନ ବିଜେପି ରାଜ୍ୟ ସରକାର ବନ୍ଦ ରହିଥିବା ଗୃହରକ୍ଷୀ ପଦବୀ ପୂରଣ କରିବା ସହିତ କିଛି ବଢ଼ା ଦରମା ଦେଇଛନ୍ତି l କିନ୍ତୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ପ୍ରକାରେ କନେଷ୍ଟବଳଙ୍କ ପ୍ରଥମ ଦରମା ହିସାବରେ ଦରମା ଦେବାରେ ଅବହେଳା କରିଥିବାରୁ ପୁନର୍ବାର ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ତରଫରୁ ପ୍ରକାଶ ଜେନା,ମଞ୍ଜୁଳା ନାୟକ ପୃଥିବୀରାଜ ଦିଗାଲ ଏବଂ ଅନ୍ୟ ପିଟିସନର ମାନଙ୍କୁ ନେଇ ସୁପ୍ରିମକୋର୍ଟ ଡିଗ୍ରୀ କେସ ଉପରେ ପୁନଃ ବିଚାର କରିବା ପାଇଁ କେଣ୍ଟେମଣ୍ଟ କେସ ଫାଇଲ ହୋଇଥିବା କେସ କିପରି ଆଗାମୀ ନବ ବର୍ଷ ୨୦୨୬, ମସିହାରେ ସମ୍ପାଦନ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା l ତା ସହିତ ଓଡ଼ିଶାର ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ପୁର୍ବତନ ସଭାପତି ଦୁର୍ନୀତି କାରି ଏବଂ ଲୁଟେରା କହିଲେ ଅତୃପ୍ତି ହେବନାହିଁ ସେ ହେଉଛନ୍ତି ରଞ୍ଜନ କୁମାର ମଲ୍ଲିକ ପୁର୍ବ ବିଜେଡ଼ି ସରକାରୀ ଦଳର କିଛି ଦଲାଲୀ ଙ୍କ ସହିତ ସାମିଲ ହୋଇ ଓଡ଼ିଶାର ଗୃହରକ୍ଷୀ ବିଭାଗର ଦରମା ବୃଦ୍ଧି କରିଦେବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଲୁଟ୍ କରିବା ପ୍ରମାଣିତ ହେବାରୁ ତାଙ୍କ ବିରୁଦ୍ଧରେ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିବା ସହିତ ତାଙ୍କୁ ମହାସଂଘରୁ ଅବ୍ୟାହତ କରାଯାଇଥିବାରୁ ଓଡ଼ିଶାର ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଟିକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଜଣେ ଶିକ୍ଷିତ ଏବଂ ଦକ୍ଷ ଗୃହରକ୍ଷୀ କର୍ମଚାରୀ ଙ୍କୁ ଚୟନ କରିବା ପାଇଁ ବୈଠକ ରେ ଆଲୋଚନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ତଥା ଜିଲ୍ଲା ସଭାପତି ପ୍ରଭାତ କୁମାର ସାହାଣୀ, ସମ୍ପାଦକ,ସପନ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ ,ରବିଶଙ୍କର ଡାକୁଆ, ଜୟନ୍ତୀ ଚୈଧୁରୀ ସାଫରିନ ଖାନ ସରସ୍ବତୀ ନାୟକ ,ନୟାଗଡ଼ ଜିଲ୍ଲା ଗୃହରକ୍ଷୀ ସଂଘର ସଭାପତି ରଘୁନାଥ ମହାନ୍ତିଙ୍କ, ସମ୍ପାଦକ ଚିନ୍ତାମଣି ନାଥ,କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ସାହୁ, ସତ୍ୟ ରଞ୍ଜନ ପଣ୍ଡା, ଲକ୍ଷ୍ମୀଧର ବେହେରା,ସଞୟ,ସରତ କୁମାର ନାଏକ ଶୃଙ୍ଖଳାଗତ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *