Spread the love

ନୟାଗଡ଼ ମହୋତ୍ସବ ୨୦୨୫ ଉଦଘାଟିତ।
ନୟାଗଡ଼ ତା ୨୪.୧୨.୨୫ରିଖ – ନୟାଗଡ଼ (ଦର୍ଶନ ସମୀକ୍ଷା) ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲା ମହୋତ୍ସବ, ପଲିଶ୍ରି ମେଳା କୃଷି,ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା – ୨୦୨୫ ଆଜି ରାଜ୍ୟ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ କର କମଳ ରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ମାନ୍ୟବର ସାଂସଦ, କଟକ ଭର୍ତୃହରି ମହତାବ, ସାଂସଦ ପୁରୀ ଡ଼ା ସମ୍ବିତ ପାତ୍ର, ସାଂସଦ କନ୍ଧମାଳ ସୁକାନ୍ତ ପାଣିଗ୍ରାହୀ,ବିଧାୟକ ନୟାଗଡ଼ ଡ. ଅରୁଣ କୁମାର ସାହୁ, ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ନୟାଗଡ଼ ମହୋତ୍ସବ ଐତିହ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥିଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ଜିଲ୍ଲା କମିଟି ତରଫରୁ ପୁଷ୍ପ ଗୁଛ, ଉତ୍ତରୀୟ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ମହୋତ୍ସବର କଳେବର ଓ ଭବ୍ୟ ଆୟୋଜନର ଉଚ୍ଚ ପ୍ରଶଂସା କରିଥିଲେ। ଆଜି ମଂଚର ମୁଖ୍ୟ ଆକର୍ଷଣ ଥିବା ପଲିଟିକାଲ ସର୍କସ ଗ୍ରୁପ ସେମାନଙ୍କ ଉଚ୍ଚକୋଟୀର ବ୍ୟଙ୍ଗ କବିତା ମାଧ୍ୟମରେ ଦର୍ଶକ ମାନଙ୍କୁ ହସାଇ ଥିଲେ। ଏଥି ସହିତ ବିଭିନ୍ନ ଆଞ୍ଚଳିକ ଏବଂ ଜିଲ୍ଲା ବାହାରର ନୃତ୍ୟ ଗୀତ ପରିବେଷଣ କରା ଯାଇଥିଲା। ଚଳିତ ବର୍ଷ ମୋଟ ୨୫୦ ଟି ଷ୍ଟଲ ଏହି ମେଳାରେ ସ୍ଥାନ ପାଇ ଥିବା ବେଳେ ଓରମାସର ୨୦, ବୁକ୍ ଷ୍ଟଲ ୨୦,କୃଷି ବିଭାଗ ୫୦ , ଫୁଡ୍ ଷ୍ଟଲ ୪୦, ଏମାର୍ଜେନ୍ସି ୫, ବିଜ୍ଞାପନ ପାଇଁ ୧୦ ଏବଂ ବିଭିନ୍ନ ସରକାରୀ ସଂସ୍ଥା ଗୁଡ଼ିକ ପାଇଁ ୩୦ ଗୋଟି ଷ୍ଟଲ ଆୟୋଜନ କରାଯାଇଥିଲା। ମହୋତ୍ସବକୁ ଅଧିକ ଆକର୍ଷିତ କରିବା ପାଇଁ ଅତ୍ୟାଧୁନିକ ସାଜସଜ୍ଜା ଓ ଆଲୋକିକରଣ କରାଯାଇଛି। ହସ୍ତ ଶିଳ୍ପ,ଟେରାକୋଟା ଦ୍ରବ୍ୟ, ଉଲେନ୍ କାର୍ପେଟ, ବହୁ ମାତ୍ରାରେ ଫୁଡ୍ ଷ୍ଟଲ ଆଦିରେ ପ୍ରବଳ ଲୋକ ଭିଡ ପରିଲକ୍ଷିତ ହୋଇଥିଲା । ଅପର ପକ୍ଷରେ ଜଗନ୍ନାଥ ମନ୍ଦିର ଠାରୁ ଷ୍ଟାଡିୟମ୍ ପଡିଆ ଏବଂ ପି ଟି ଏସ ଛକ ଠାରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଅଲୋକିକରଣ କରାଯିବା ସହ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଦୁଇ ଚକିଆ, ଚାରି ଚକିଆ ଏବଂ ବସ୍ ଆଦି ପାଇଁ ପାର୍କିଂ ବ୍ୟବସ୍ଥା ମଧ୍ୟ ସୁଚାରୁ ରୁପେ କରାଯାଇଛି। ମୋଟାମୋଟି ଭାବେ ଆଜିର ଉଦ୍ଘାଟନୀ ଉତ୍ସବ ସଫଳ ଭାବେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣା ଯାଇଛି।

Leave a Reply

Your email address will not be published. Required fields are marked *