ସୂର୍ଯ୍ୟ ନାରାୟଣକୁ ଙ୍କୁ ଦେଲେ ଅର୍ଘ୍ୟ ଦାନ
ବଡ଼ବିଲ ଷ୍ଟେସନ ରୋଡ୍ ‘ଛଟ୍ ପୂଜା ସମିତି’ପକ୍ଷରୁ ଲକ୍ଷ୍ମୀ ନଗର ନିକଟ‘କାରୋ ନଦୀ’ କୂଳରେ ବିଷେଷ ବ୍ୟବସ୍ଥା କରାଯାଇଥିଲା
ବଡ଼ବିଲ -=ଦର୍ଶନ ସମୀକ୍ଷା
ବିହାରୀ ସମ୍ପ୍ରଦାୟର ଲୋକେ ଆଡମ୍ବର ସହକାରେ ପାଳନ କରିଛନ୍ତି ଛଟି ମାୟୀଙ୍କ ପୂଜା । ଯୋଡ଼ା, ବଡ଼ବିଲ, ବଲାଣୀ ଓ ଆଖପାଖ ଅଂଚଳରେ ହର୍ଷ ଉଲ୍ଲାସର ସହ ‘ଛଟ୍ ପର୍ବ’କୁ ପାଳନ କରାଯାଇଛି ।
କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠି ତିଥିରେ ବିହାରୀ ସମ୍ପ୍ରଦାୟର ଲୋକେ ‘ସୂର୍ଯ୍ୟ ଷଷ୍ଠି ବ୍ରତ’ ବା ‘ଛଟ୍’ ପର୍ବ ପାଳନ କରିଥାଆନ୍ତି । ୪ ଦିନ ଧରି କଠିନ ନିୟମ ଓ ନିଷ୍ଠାର ସହିତ ଏହି ପର୍ବକୁ ପାଳନ କରାଯାଇଥାଏ । ବିଶ୍ୱାସ ରହିଛି ସମସ୍ତ ନୀତି ନିୟମକୁ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କଲେ ମନସ୍କାମନା ପୂର୍ଣ୍ଣ ହେବା ସହ ସନ୍ତାନ ଲାଭ ତଥା ନାନାଦି ରୋଗ ବ୍ୟାଧିରୁ ମୁକ୍ତି ମିଳିଥାଏ । ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଘବ ହୋଇଥାଏ । ପରମ୍ପରା ଅନୁଯାୟୀ, ବ୍ରତର ପ୍ରଥମ ଦିନରେ ‘ନାହାଓ ଖାଅ’, ଦ୍ୱିତୀୟ ଦିନରେ ଖର୍ନା ପାଳନ କରାଯାଇଛି । ତୃତୀୟ ଦିନ ଅପରାହ୍ନରେ ବ୍ରତଧାରୀ ପୂଜା ସାମଗ୍ରୀକୁ ମୁଣ୍ଡେଇ ନଦୀ ଓ ଅନ୍ୟ ଜଳାଶୟକୁ ଯାଇ ପୂଜା ଅର୍ଚ୍ଚନା କରିଛନ୍ତି । ପରିବାରର ଶୁଭ ମାନାସୀ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଥିଲେ ଶ୍ରଦ୍ଧାଳୁ ।
ବଡ଼ବିଲ ଷ୍ଟେସନ ରୋଡ୍ ‘ଛଟ୍ ପୂଜା ସମିତି’ପକ୍ଷରୁ ଲକ୍ଷ୍ମୀ ନଗର ନିକଟ‘କାରୋ ନଦୀ’ କୂଳରେ ବିଷେଷ ବ୍ୟବସ୍ଥା କରାଯାଇଥିବା ବେଳେ, ବଡ଼ବିଲ ମହାନ୍ତ ବସ୍ତି ‘ଚେକ୍ ଡ୍ୟାମ୍’ ଘାଟରେ ‘ବିହାରୀ କଲ୍ୟାଣ ସମିତି’ ପକ୍ଷରୁ ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ବ୍ରତଧାରୀ ମାନେ ଉଭୟ ଘାଟକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଧୂପ, ଦୀପ, ଫଳ, ପୁଷ୍ପ, ନୈବେଦ୍ୟ ଇତ୍ୟାଦି ଦେଇ ସୂର୍ଯ୍ୟଙ୍କୁ ଆରଧନା କରିଛନ୍ତି ମାନସିକଧାରୀ । କଡ଼ା ନିୟମ ଓ ବିଧି ବିଧାନରେ ସତ୍ବେ ହଜାର ହଜାର ମାନସିକଧାରୀ ଏହି ବ୍ରତକୁ ଉତ୍ସାହର ସହିତ ପାଳନ କରିଛନ୍ତି ।ଏହି ଅବସରରେ ସୁଦୂର ବାରଣାସୀ ରୁ ବ୍ରାହ୍ମଣ ମାନଙ୍କୁ ଡକାଯାଇ ଗଙ୍ଗା ଆଳତି କରାଯାଇଥିଲା ଏହାକୁ ଦେଖିବାକୁ ହଜାର ହାଜର ଲୋକ ଙ୍କ ଭିଡ ଦେଖା ଯାଇଥିଲା।












Leave a Reply