କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ଯୋଜନାର ସଚେତନତା କାର୍ଯ୍ୟକ୍ରମ
ନିଆଳି (ଦର୍ଶନ ସମୀକ୍ଷା) ପ୍ରକାଶ ଚନ୍ଦ୍ର ବେଉରା
ବାରଙ୍ଗ ବ୍ଳକର ସାଇସେl ପଞ୍ଚାୟତ ସଭାଗୃହରେ ଗବବସ୍ତ ଆଂଚଳିକ ସାମାଜିକ ସଂଗଠନ ତରଫରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଙ୍କୁ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଭାରତ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟର ସଶକ୍ତିକରଣ ଓ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କୁହାଯାଇଥିଲା l ମହିଳା ମାନଙ୍କ ପାଇଁ ‘ ନଇ ରୋଶନି ଯୋଜନା’ , ଛାତ୍ରଛାତ୍ରୀ ମାନଙ୍କ ପାଇଁ ‘ପଢ଼ ପରଦେଶ୍ ଯୋଜନା’, କୌଶଳ ବିକାଶ ପାଇଁ ‘ ‘ଉସ୍ତାଦ’ ଯୋଜନା, ଶିକ୍ଷା ରୁ ବଞ୍ଚିତ ଥିବା ଯୁବକ ଯୁବତୀଙ୍କ ପାଇଁ ‘ ନଇ ମଞ୍ଜିଲ ଯୋଜନା’, ନିଜ କଳା ଓ କୌଶଳ ପ୍ରଦର୍ଶନ କରିବା ପାଇଁ ‘ ହୁନର ‘ହାଟ’ , ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ‘ ପ୍ରି ମାଟ୍ରିକ ଓ ପୋଷ୍ଟ ମାଟ୍ରିକ ବୃତ୍ତି ଯୋଜନା ବିଷୟରେ ସଚେତନ କରେଇଥିଲେ l କମିଟିର କର୍ମକର୍ତ୍ତା ଶ୍ରୀ ସାହ ନବାଜ ଖାଁ, ଶ୍ରୀ ସୟଦ ତନଭିର (ସାମାଜିକ କର୍ମୀ) , ଏସ୍ କାଳାତୁଫ (ଅବସରପ୍ରାପ୍ତ ବ୍ଯାଙ୍କ କର୍ମଚାରୀ) ପ୍ରମୁଖ ଉପସ୍ଥିତ ଥିଲେ l












Leave a Reply