ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରୁ ଉଦ୍ଧାର ହେଲା କୋଡିଏ ଫୁଟ ଲମ୍ବର ଅଜଗର ସାପ,
ଖଲ୍ଲିକୋଟ :ଦର୍ଶନ ସମୀକ୍ଷା..ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଷ୍ଟାଫ କୋଟର୍ସରୁ ବିଳମ୍ବିତ ରାତିରେ ଗୋଟିଏ କୋଡିଏ ଫୁଟର ଅଜଗର ସାପକୁ ଉଦ୍ଧାର କରିଛି ବନ ବିଭାଗ। ଗତକାଲି ବିଳମ୍ବିତ ରାତିରେ ଷ୍ଟାଫ କ୍ବାଟରରେ ରହୁଥିବା ପଦ୍ମନାଭ ରାଓ ଘରୁ ବାହରକୁ ଆସୁଥିବା ବେଳେ ଏକ ବଡ ସାପକୁ ଦେଖି କବାଟ ବନ୍ଦ କରି ଅନ୍ୟ କର୍ମଚାରୀ ମାନଙ୍କୁ ଫୋନକରି ଜଣାଇଥିଲେ। କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେବା ପରେ ଚାରି ଜଣ ବନ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନାରାୟଣୀ ଜଙ୍ଗଲରେ ଛାଡି ଥିଲେ।
ସାପଟି ପ୍ରାୟତଃ କୋଡ଼ିଏ ଫୁଟ ଲମ୍ବର ହେବା ସହ ଚାଳିଶ କିଲୋଗ୍ରାମ ଓଜନର ହେବ ବୋଲି ଅନୁମାନ କରାଯାଉଛି।












Leave a Reply