ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ ।
ଢ଼େଙ୍କାନାଳ, ୯.୯.୨୦୨୫- =ଦର୍ଶନ ସମୀକ୍ଷା..ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୂତି ପ୍ରାପ୍ତି ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଆରମ୍ଭ ହୋଇଛି । ଏଥି ନିମନ୍ତେ ଆୟୋଜିତ ୨ ଗୋଟି ବସ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ , ସାଂସଦଙ୍କ ପ୍ରତିନିଧି ଶ୍ରୀ ରୁଦ୍ର ନାରାୟଣ ତ୍ରିପାଠୀ, ପର୍ଯ୍ୟଟନ ଅଧିକାରୀ ଶ୍ରୀ ଜଗଦୀଶ ରାୟ ପ୍ରମୁଖ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ସୂଚ଼ନା ଯୋଗ୍ୟ ଯେ, ୨୨ ଜଣ ବରିଷ୍ଠ ନାଗରିକ ଦମ୍ପତି ସହ ସମୁଦାୟ ୮୯ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏହି ୨ ଟି ବସ ଭୁବନେଶ୍ଵରରେ ପହଞ୍ଚିବ । ଆସନ୍ତାକାଲି ୧୦ ତାରିଖରେ ସମସ୍ତ ତୀର୍ଥଯାତ୍ରୀ ଭୁବନେଶ୍ୱରରୁ ଟ୍ରେନ ଯୋଗେ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା କରିବେ, ତୀର୍ଥକ୍ଷେତ୍ର ପରିଭ୍ରମଣ ଶେଷ କରି ଆସନ୍ତା ୧୫ ତାରିଖରେ ପହଞ୍ଚିବେ ।












Leave a Reply