ମାଲକାନଗିରିରେ ଚୋରା ଗଞ୍ଜେଇ ଉପରେ ଧୂଆଁଧାର ଚଢ଼ାଉ// ବିଶେଷ ସୂତ୍ରରୁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ସୂଚନା ମିଳିଲା ପତ୍ରିପାଖନା ଜଙ୍ଗଲ ରେ ବିପୁଳ ମାତ୍ରାରେ ଗଂଜେଇ ଗୁପ୍ତ ଭାବେ ରଖାଯାଇଛି ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ସେଠାରେ ରଖା ଯାଇଥିବା ଗଞ୍ଜେଇକୁ ଜବତ କରିଥିଲେ-ମନୋଜ ଦେବ ପାଙ୍ଗି ମାଲକାନଗିରି ଦର୍ଶନସମୀକ୍ଷା

Spread the love

ସୁନାନଗର ଗ୍ରାମ ନିକଟ ପତ୍ରିପାଖନା ଜଙ୍ଗଲରେ ଗଛିତ ଥିବା ୨୫ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି:=(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ସଫଳତା।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସୁନାନଗର ଗ୍ରାମ ନିକଟ ପତ୍ରିପାଖନା ନିକଟ ଜଙ୍ଗଲରେ
ବାହାର ଅଞ୍ଚଳକୁ ଚୋରା ଚାଲାଣ କରିବା ପାଇଁ ୧୮ ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖିଥିବା ନେଇ ଏକ ବିଶେଷ ସୂତ୍ରରୁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ସୂଚନା ମିଳିଥିଲା ତେବେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧ ଟା ସମୟରେ ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ଅଜିତ ସିଂହ ବରିହା ଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ସେଠାରେ ରଖା ଯାଇଥିବା ଗଞ୍ଜେଇକୁ ଜବତ କରିଥିଲେ। ତେବେ
ଏ ନେଇ ଥାନାରେ କେସ ନମ୍ବର -୨୩୪/୨୦୨୫ ରେ ଦଫା ୨୦(ବି )(ii)(ସି ) ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରା ଯାଇଛି।
ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତି ଗିରଫ ହୋଇନାହାନ୍ତି
ମାଜିଷ୍ଟ୍ରେଟ ଭାବେ କୁଡୁମୁଲୁଗୁମ୍ମା ତହସିଲଦାର କୃଷ୍ଣଚନ୍ଦ୍ର ଦାସ ଙ୍କ ଉପସ୍ଥିତିରେ ଜବତ ହୋଇଥିବା ସମସ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା। ତେବେ ଜବତ ହୋଇଥିବା ଗଞ୍ଜେଇ ମୋଟ ୪କ୍ୱିଣ୍ଟାଲ ୩୯ କିଲୋ ୨୦୦ ଗ୍ରାମ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।ଏହି ଘଟଣାର ତଦନ୍ତ ଏସ ଆଇ ମନୋହର ସାହୁ ଜାରୀ ରଖିଥିବା ଓର୍କେଲ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *