ଇଣ୍ଡିଆନ୍ ପୋଟାସ ଲିମିଟେଡ୍, ତରଫରୁ ଆଖୁଚାଷ କର୍ମଶାଳା ଉଦ୍ୟାପିତ
ଢେଙ୍କାନାଳ,୩୦ା୮:(ଦର୍ଶନ ସମୀକ୍ଷା)ଇଣ୍ଡିଆନ୍ ପୋଟାସ୍ ଲିମିଟେଡ୍, ଢେଙ୍କାନାଳ ସୁଗାର ୟୁନିଟ୍ ହରିପୁର ତରଫରୁ କ୍ଷେତ୍ର କର୍ମଚାରୀମାନଙ୍କ ଆଖୁଚାଷ ବିଷୟରେ ଅଗଷ୍ଟ ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ କର୍ମଶାଳା କମ୍ପାନୀର କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ମୁଖ୍ୟ ପରିଚାଳକ ସନ୍ତୋଷ କୁମାର ଦାସ, ସଂଯୋଜକ ପରିଚାଳକ ବିକାଶ କୁମାର ଚୌଧୁରୀ ଓ ଆଖୁ ବିଭାଗର ମୁଖ୍ୟ ରାଜେଶ କୁମାର ସିଂ ଏବଂ ରାଜ କୁମାର ଚୌଧୁରୀ ମୁଖ୍ୟ ଆମନ୍ତ୍ରିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କର୍ମଶାଳାରେ ଆଖୁଚାଷ ସମ୍ବନ୍ଧୀୟ ରୋଗ, ପୋକ ପରିଚାଳନା, ରକ୍ଷଣାବେକ୍ଷଣ ତଥା ଅଧିକ ଅମଳକ୍ଷମ କିଷମ ବିବଦରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟ କୃଷି ବୈଜ୍ଞାନିକ ଆଇପିଏଲ୍ ଦିଲ୍ଲୀ ତରଫରୁ ଡକ୍ଟର ଉପେନ୍ଦ୍ର ସିଂ ଟିଓଟିଆ, ରୋଗପୋକ ବିଶେଷଜ୍ଞ ଅବଦେଶ କୁମାର, ଆଖୁ ବିଶେଷଜ୍ଞ ଡକ୍ଟର ବିକାଶ କୁମାର ଏବଂ ବୈଜ୍ଞାନିକ ଡକ୍ଟର ଭାନୁପ୍ରତାପ ପ୍ରମୁଖ ତିନିଦିନ ବ୍ୟାପୀ ଆଖୁଚାଷ ବିଷୟରେ ବିସ୍ତୁତ ଆଲୋଚନା କରିଥିଲେ । ଅନ୍ତିମ ଦିନରେ ଡେଟ୍ରାକ କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରାଯାଇଥିଲା । ସର୍ବଶେଷରେ ଧନ୍ୟବାଦ ମାଧ୍ୟମରେ କର୍ମଶାଳା ସମ୍ପାଦିତ ହୋଇଥିଲା ।
କୋଏମ୍ବାଟୁର୍ “ଇଶା ଫାଉଣ୍ଡେସନ୍’ ପକ୍ଷରୁ ହିନେ୍ଦାଳ ପାରିକୂଳରେ
ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଂଟ୍
ଢେଙ୍କାନାଳ, ୩୦ା୮: ତାମିଲ୍ନାଡୁ କୋଇମ୍ବାଟୁର୍ର ସଦ୍ଗୁରୁଙ୍କ ଦ୍ୱାରା ସଂସ୍ଥାପିତ “ଇଶା ଫାଉଣ୍ଡେସନ୍’ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ବ୍ଲକ୍ ପାଇକପୁରୁଣାକୋଟସ୍ଥିତ ପାରିକୂଳ ହାଇସ୍କୁଲ୍ ପଡିଆରେ ଜିଲ୍ଲାସ୍ତରୀୟ ଦୁଇଦିନିଆ ଭଲିବଲ୍ ଟୁର୍ଣ୍ଣାମେଂଟ୍ ଶନିବାର ମଧ୍ୟାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ୍ରେ ୨୨ଟି ଦଳ ଭାଗ ନେଇଛନ୍ତି । ଟୁର୍ଣ୍ଣାମେଂଟ୍ର ଚମ୍ପିୟାନ୍ ଦଳକୁ ୧୦ ହଜାର ଟଙ୍କା, ରନର୍ସଅପ୍କୁ ୭ ହଜାର ଟଙ୍କା, ତୃତୀୟ ଦଳକୁ ୫ହଜାର ଟଙ୍କା ଏବଂ ୪ର୍ଥ ସ୍ଥାନ ପାଇଥିବା ଦଳକୁ ୩ହଜାର ଟଙ୍କା ପୁରସ୍କାର ଦିଆଯାଉଛି । ଏହି ଟୁର୍ଣ୍ଣାମେଂଟ୍କୁ ପୂର୍ବତନ ମନ୍ତ୍ରୀ ବିଶିଷ୍ଟ କ୍ରୀଡା ସଂଗଠକ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ବରିଷ୍ଠ ଶିକ୍ଷାବିତ୍ ପ୍ରଦୁ୍ୟମ୍ନ ରଥ ମିଳିତ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ । “ଇଶା ଫାଉଣ୍ଡେସନ୍’ ଗ୍ରାମ୍ୟ ସ୍ତରରେ କ୍ରୀଡା ପ୍ରତିଭାଙ୍କୁ ଉତ୍ସାହିତ କରୁଥିବାରୁ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟ ଅତିଥି ଶ୍ରୀ ଦାସ କହିଥିଲେ । ସଦ୍ଗୁରୁ ସମାଜକୁ ଆଦର୍ଶମୂଳକ ଦିଗ୍ଦର୍ଶନ ଦେଉଥିବା ଶ୍ରୀ ଦାସ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ପ୍ରଦୁ୍ୟମ୍ନ ରଥ କହିଲେ ଯେ, ବିଶ୍ୱର ଆଦିଯୋଗୀ ଚନ୍ଦ୍ରମୌଳି ଶିବଶଙ୍କର ସଦ୍ଗୁରୁଙ୍କ ପରମାରାଧ୍ୟ ଅଟନ୍ତି । ବିଶ୍ୱ କଲ୍ୟାଣ ଉଦେ୍ଦଶ୍ୟରେ ସଦ୍ଗୁରୁ ସମାଜର ନୈତିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଉତ୍ଥାନ ପାଇଁ କାର୍ଯ୍ୟ କରିଆସୁଛନ୍ତି । ସେ କୋଏମ୍ବାଟୁର୍ରେ ଯେଉଁ ମହାଶିବରାତ୍ରୀ ପାଳନ କରିଥାନ୍ତି ସେଥିରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥାଏ । ତାଙ୍କ ଦ୍ୱାରା ସ୍ଥାପିତ “ଇଶା ଫାଉଣ୍ଡେସନ’ ଗ୍ରାମୋତ୍ସବ ମାଧ୍ୟମରେ ଗ୍ରାମୀଣ କ୍ରୀଡା ପ୍ରତିଭାକୁ ବିକଶିତ କରିବାର ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ରଥ ମତ ଦେଇଥିଲେ । ସ୍ଥାନୀୟ ସରପଂଚ ପ୍ରତାପ ପ୍ରଧାନ, ଇଶା ଫାଉଣ୍ଡେସନ୍ର ସଦସ୍ୟା କୀର୍ତିପ୍ରଦା ଜେନା ଓ ଇଂ. ମାଷ୍ଟର ସୌମ୍ୟବ୍ରତ ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ କ୍ରୀଡା ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିଦେ୍ର୍ଦଶକ ଗିରିଜା ମହାନ୍ତି ଓ ଯୁବ ଶିଳ୍ପଦ୍ୟୋଗୀ ସୌମେନ୍ଦୁ ପଟ୍ଟନାୟକଙ୍କ ମିଳିତ ତତ୍ୱାବଧାନରେ “ଇଶା ଫାଉଣ୍ଡେସନ୍’ର ଓଡିଶା ମୁଖ୍ୟ ଶ୍ରୀ ଗର୍ଗଙ୍କ ସହଯୋଗରେ ଏହି ଭଲିବଲ୍ ଟୁର୍ଣ୍ଣାମେଂଟ ଆୟୋଜିତ ହେଉଛି । କଟକ, ପୁରୀ, ବଲାଙ୍ଗିର୍, ଢେଙ୍କାନାଳ ଓ ଖୋର୍ଦ୍ଧା ଏହି ୫ଟି ଜିଲ୍ଲାର ପ୍ରଥମ ଚାରୋଟି ଲେଖାଏଁ ଦଳ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଂଟ୍ରେ ଭାଗନେବେ ଯାହା ସେପ୍ଟେମ୍ବର ୭ ତାରିଖରେ କିଟ୍ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାଙ୍ଗନାରେ ଅନୁଷ୍ଠିତ ହେବ । “ଇଶା ଫାଉଣ୍ଡେସନ୍’ କାର୍ଯ୍ୟ କରୁଥିବା ୬ଟି ରାଜ୍ୟ ଯଥା-ଓଡିଶା, ତାମିଲ୍ନାଡୁ, ତେଲେଙ୍ଗାନା, ଆନ୍ଧ୍ର, କେରଳ ଓ କର୍ଣ୍ଣାଟକ ରାଜ୍ୟରୁ ଶ୍ରେଷ୍ଠ ବିବେଚିତ ଦୁଇଟି ଲେଖାଏଁ ଦଳ କୋଏମାଟୁର୍ ଠାରେ ସର୍ବଭାରତୀୟ ଗ୍ରାମୀଣ ଭଲିବଲ୍ ଟୁର୍ଣ୍ଣାମେଂଟ୍ରେ ଭାଗନେବେ ଯାହାର ଚମ୍ପିଆନ୍ ଦଳ ୫ଲକ୍ଷ ଟଙ୍କା, ରନର୍ସଅପ୍ ଦଳ ୩ଲକ୍ଷ ଟଙ୍କା, ତୃତୀୟ ସ୍ଥାନ ପାଇଥିବା ଦଳ ୧ଲକ୍ଷ ଟଙ୍କା ଓ ୪ର୍ଥ ସ୍ଥାନ ଅଧିକାରୀ ଦଳ ୫୦ ହଜାର ଟଙ୍କା ନଗଦ ଅର୍ଥ ପୁରସ୍କାର ସ୍ୱରୂପ ଲାଭ କରିବେ । ରଜନୀକାନ୍ତ ମିଶ୍ର ସଭା ସଂଯୋଜନା କରିଥିବେଳେ ପାରିକୂଳ ହାଇସ୍କୁଲ୍ର ପ୍ରଧାନଶିକ୍ଷକ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ଢେଙ୍କାନାଳ //ଇଣ୍ଡିଆନ୍ ପୋଟାସ୍ ଲିମିଟେଡ୍, ଢେଙ୍କାନାଳ ସୁଗାର ୟୁନିଟ୍ ହରିପୁର ତରଫରୁ କ୍ଷେତ୍ର କର୍ମଚାରୀମାନଙ୍କ ଆଖୁଚାଷ ବିଷୟରେ ଅଗଷ୍ଟ ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ କର୍ମଶାଳା କମ୍ପାନୀର କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।

Leave a Reply