Spread the love

ଥାନା ଆଗରେ ଝିଅକୁ ଶୁଦ୍ଧି ହେଲେ ବାପା । ବିବାହିତ ବ୍ୟକ୍ତିଙ୍କୁ ବିବାହ କରିବାକୁ ବିରୋଧ କରିବାରୁ ବାପାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ଝିଅ ।

*ବାପାଙ୍କ କଥା ନମାନି ପ୍ରେମ ବିବାହ କରିଗଲେ ଝିଅ । ହେଲେ ଝିଅର ଏହି କାମକୁ ବିରୋଧ କଲେ ବାପା । ଏହାକୁ ନେଇ ଝିଅ ବାପାଙ୍କ ନାମରେ ଥାନାରେ ଏତଲା ଦେଲେ । ଏହାପରେ ଝିଅକୁ ଶୁଦ୍ଧି ହୋଇପଡ଼ିଲେ ବାପା । ଭଦ୍ରକ ଚାନ୍ଦବାଲିରୁ ଏପରି ଘଟଣା ସାମ୍ନାକୁ ଆସିଛି । ନାଲଗୁଣ୍ଡା ଇଟୁଆ ଗ୍ରାମର କାଳୀଚରଣ ପଣ୍ଡାଙ୍କ ଝିଅ କଲେଜରେ ପଢ଼ନ୍ତି । ହେଲେ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ ଥିବା ବାପା ଜାଣିବାକୁ ପାଇଥିଲେ । ଏହାକୁ ନେଇ ସେ ଝିଅକୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ଝିଅ ଜଣଙ୍କ ଲୁଚି ପଳାଇ ସମ୍ପୃକ୍ତ ବିବାହିତ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଏହାପରେ ସେ ନିଜ ବାପାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଝିଅର ଅଭିଯୋଗ ପରେ ବାପା ଜଣକ ଥାନା ଆଗରେ ଆସି ନିଆଁ ଜାଳି ଝିଅକୁ ଶୁଦ୍ଧି ହୋଇଛନ୍ତି । ଏପରି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କାରଣ ପାଲଟିଛି ।*

Leave a Reply

Your email address will not be published. Required fields are marked *