ଢେଙ୍କାନାଳ :ଦର୍ଶନସମୀକ୍ଷା
ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ନେଇ ବିଜେଡି ଯୁବଛାତ୍ର ପକ୍ଷରୁ ବିକ୍ଷୋଭ
ନାରୀ ନିଯର୍ର୍ୟାତନା ବୃଦ୍ଧି ପ୍ରତିବାଦରେ ଢେଙ୍କାନାଳ ଜିଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁବାର ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ବିଜେଡି ଯୁବ ଛାତ୍ରୀ ସଂଗଠନ ପକ୍ଷରୁ ଶତାଧିକ ଯୁବଛାତ୍ର ଏକାଠି ହୋଇ ଏକ ବିଶାଳ ଶୋଭାଯାତ୍ରାରେ ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମଗ୍ର ରାଜ୍ୟରେ ମହିଳାମାନେ ନିର୍ଯ୍ୟାତିତ ହେଉଥିବା ବେଳେ ସ୍କୁଲ,କଲେଜ ଛାତ୍ରୀ ମାନେ ଅସୁରକ୍ଷିତ ରହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ନେତୃବୃନ୍ଦ ଅଭିଯୋଗ କରିଥିଲେ । ଛାତ୍ରୀ ମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଏହାପରେ ଜିଲା ଯୁବଛାତ୍ର ବିଜେଡି ସଂଗଠନ ପକ୍ଷରୁ ଏସ୍ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଜିଲା ବିଜୁ ଛାତ୍ର ଜନତା ଦଳର ଜିଲା ଉପସଭାପତି ଓମ୍ ପ୍ରକାଶ ନାୟକଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିବ କୁମାର ପୃଷ୍ଟି, ଢେଙ୍କାନାଳ ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର, କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା, ସନ୍ଦିପ ଷଢଙ୍ଗୀ, ଦେବାଶିଷ ମିଶ୍ର, ବିନୋଦ ମହାନ୍ତି, ଅଭିଜିତ ମହାପାତ୍ର, ସ୍ୱସ୍ତିକ ସ୍ୱରୁପ, ଶକ୍ତି ପଟ୍ଟନାୟକ, ମୁସ୍ତାକ ଅବିଦ୍, ରୁଦ୍ର ନାରାୟଣ ପତି, ସର୍ବେଶ୍ୱର ପ୍ରଧାନ, ଓମ୍ ପ୍ରକାଶ ସେଠି, ମୁକେଶ ପଣ୍ଡା, ସୌମ୍ୟ ରଞ୍ଜନ ସାହୁ ଓ ଆର୍ଯ୍ୟାନ ଦାସ ପ୍ରମୁଖ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।
Leave a Reply