କେନ୍ଦ୍ରାପଡ଼ା //ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ଗୀତା ଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ‘ବେବି ଫ୍ରେଣ୍ଡଲି ହସ୍ପିଟାଲ’ ଭାବେ ପୁରସ୍କୃତ ହୋଇଛି।-ରତ୍ନାକର ପରିଡା ଦର୍ଶନ ସମୀକ୍ଷା କେନ୍ଦ୍ରାପଡ଼ା

Spread the love

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ‘ବେବି ଫ୍ରେଣ୍ଡଲି ହସ୍ପିଟାଲ’ ଭାବେ ପୁରସ୍କୃତ
କେନ୍ଦ୍ରାପଡ଼ା, ୦୭.୦୮.୨୦୨୫: ଦର୍ଶନ ସମୀକ୍ଷା

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନର ଗୀତା ଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ‘ବେବି ଫ୍ରେଣ୍ଡଲି ହସ୍ପିଟାଲ’ ଭାବେ ପୁରସ୍କୃତ ହୋଇଛି। ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ଏଡିଏମଓ) ଡ. ପ୍ରମୋଦ କୁମାର ପ୍ରହରାଜ ମାନପତ୍ର ସହ ୧୦,୦୦୦ ଟଙ୍କାର ପୁରସ୍କାର ଚେକ୍ ଗ୍ରହଣ କରିଛନ୍ତି।
ରାଜ୍ୟ ସ୍ତରୀୟ ମୂଲ୍ୟାୟନ କମିଟିର ସଦସ୍ୟ ଡ. ଆଦିତ୍ୟ ମହାପାତ୍ର, ଅତିରିକ୍ତ ନିର୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ଏବଂ ଜଗବନ୍ଧୁ ଭୋଇ, ରାଜ୍ୟ ଡାଟା ମ୍ୟାନେଜର, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର (ଏନଆରସି), ପ୍ରସବ ପରବର୍ତ୍ତୀ ସେବା ୱାର୍ଡ, ସ୍ୱତନ୍ତ୍ର ନବଜାତ ସେବା ୟୁନିଟ (ଏସଏନସିୟୁ) ଆଦିର ମୂଲ୍ୟାୟନ କରି ଏହି ସମ୍ମାନ ପାଇଁ ଚୟନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମନୋରଞ୍ଜନ ରାଉତ, ଏଡିଏମଓ ଡ. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସଚ୍ଚିଦାନନ୍ଦ ମିଶ୍ର, ବରିଷ୍ଠ ଶିଶୁ ବିଶେଷଜ୍ଞ ଡ. କିଶୋର ଚନ୍ଦ୍ର ମିଶ୍ର, ହସ୍ପିଟାଲ ମ୍ୟାନେଜର ସୁଭସିସ ସାଠୁଆ, ପ୍ରଭାତ କୁମାର ନାୟକ, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା, ଡିପିଏମ ଡ. ମନୋରଞ୍ଜନ ସାହୁ ପ୍ରମୁଖ ତଦାରଖ କରିଥିଲେ।
ଏହାସହ ମ୍ୟାଟ୍ରନ ନର୍ସିଂ ଅଫିସର ବାସନ୍ତୀ ନାୟକ, ଲେବର ରୁମ୍‌ର ନର୍ସିଂ ଅଫିସର ଇନ୍‌ଚାର୍ଜ ଅଞ୍ଜନାବାଳା ସାହୁ, ପ୍ରସବ ପରବର୍ତ୍ତୀ ୱାର୍ଡର ନର୍ସିଂ ଇନ୍‌ଚାର୍ଜ ଜ୍ୟୋସ୍ନାରାଣୀ ସ୍ୱାଇଁ, ସ୍ୱତନ୍ତ୍ର ନବଜାତ ସେବା ୟୁନିଟର ଇନ୍‌ଚାର୍ଜ ଦମୟନ୍ତୀ ରାଉତ, ପୁଷ୍ଟି ପୁନର୍ବାସ କେନ୍ଦ୍ରର ପରାମର୍ଶଦାତ୍ରୀ ସୁଶ୍ରୀ ଅମ୍ରିତା ଜେନା ଏବଂ ଆରଏମଏନସିଏଚ ସେବାର ପରାମର୍ଶଦାତ୍ରୀ ସସ୍ମିତା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୂର୍ବରୁ ମଧ୍ୟ ଦୁଇଥର ‘ବେବି ଫ୍ରେଣ୍ଡଲି ହସ୍ପିଟାଲ’ ଭାବେ ପୁରସ୍କୃତ ହୋଇଛି। ଏହି ସମ୍ମାନ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ପ୍ରତିଫଳିତ

Leave a Reply

Your email address will not be published. Required fields are marked *