ଆଜି ଗୋପ କଲେଜ ତରଫରୁ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି,ଅର୍ଥଶାସ୍ତ୍ର ଅଧ୍ୟାପକ ଭାବରେ ଅରୁଣ ଚନ୍ଦ୍ର ମିଶ୍ର ନିଜର ଆଜି ଅଧ୍ୟାପନା ଦିବସର ଶେଷ ଦିବସ ପାଳନ କରିଛନ୍ତି

Spread the love

ଗୋପ :ଦର୍ଶନ ସମୀକ୍ଷା

ଗୋପ କଲେଜ, ଗୋପ ରେ ଅର୍ଥଶାସ୍ତ୍ର ଅଧ୍ୟାପକ ଭାବରେ ଅରୁଣ ଚନ୍ଦ୍ର ମିଶ୍ର ନିଜର ଆଜି ଅଧ୍ୟାପନା ଦିବସର ଶେଷ ଦିବସ ପାଳନ କରିଛନ୍ତି। ଗୋପ କଲେଜ ରେ ୦୭.୧୨.୯୨ ମସିହାରେ ନିଜର ଅଧ୍ୟାପକ ଜୀବନ ଆରମ୍ଭ କରି, ଦୀର୍ଘ ୩୩ ବର୍ଷ ଧରି ଜଣେ ନିଷ୍ଠାବାନ ଅଧ୍ୟାପକ ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କଲେଜରେ ନିଜର ଅନନ୍ୟ ପଢ଼ାଇବା ଶୈଳୀକୁ ଛାତ୍ରଛାତ୍ରୀ ମାନେ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି। ଶ୍ରୀଯୁକ୍ତ ମିଶ୍ର ଜଣେ ଛାତ୍ର ବତ୍ସଳ, ମିଷ୍ଟଭାଷୀ, ପରୋପକାରୀ ଓ ଉଦାର ହୃଦୟର ମଣିଷ ଭାବେ ସମଗ୍ର ଗୋପ ଅଞ୍ଚଳରେ ବେଶ୍ ଜଣାଶୁଣା ମଣିଷ ଟିଏ ହୋଇ ପାରିଛନ୍ତି । ଆଜି ଗୋପ କଲେଜ ତରଫରୁ କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩ ଘଣ୍ଟାର ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀ ମିଶ୍ରଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ଅରୁଣ ଚନ୍ଦ୍ର ମିଶ୍ରଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଭାବ ଆଦାନ ପ୍ରଦାନ କରି କିଛି ମୁହୁର୍ତ୍ତ ପାଇଁ ଭାବ ବିହ୍ବଳ ହୋଇପଡ଼ିଥିଲେ । ଶେଷ ଦିବସରେ ନିଜ ପ୍ରିୟ ସାର୍ ଙ୍କୁ ଛାଡ଼ିବା ପାଇଁ ଗୋପ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀବୃନ୍ଦ ତାଙ୍କ ଘରକୁ ଆସିଥିଲେ ଓ ସେଠାରେ ମଧ୍ୟ ଶ୍ରୀଯୁକ୍ତ ମିଶ୍ରଙ୍କ ପରିବାର ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *