ଭୁବନେଶ୍ୱର// ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର୪୯ ତମ ବାର୍ଷିକ ଉତ୍ସବ ପାଳିତ

Spread the love

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର
୪୯ ତମ ବାର୍ଷିକ ଉତ୍ସବ ପାଳିତ- ୨୦୨୬ ୟୁନିଟ – ୩,ଭୁବନେଶ୍ୱର

ଭୁବନେଶ୍ୱର: ରଜତ କୁମାର ମହାପାତ୍ର (ଦର୍ଶନ ସମୀକ୍ଷ)ା

ଆମ୍ଭ ବିଦ୍ୟାଳୟର ୪୯ ତମ ବାର୍ଷିକ ଉତ୍ସବ ଆଦ୍ୟ ତା.୨୮.୧୧.୨୬ ରିଖ ଶନିବାର ଅପରାହ୍ନ ଘ.୫.୦୦ ମି.ସମୟରେ ସ୍ଥାନୀୟ ଉତ୍କଳ ମଣ୍ଡପ ,ୟୁନିଟ -୩ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଭାପତି ଶ୍ରୀଯୁକ୍ତ ସଞ୍ଜୀବ କୁମାର ନାୟକ ଅଧ୍ୟକ୍ଷତା ରେ ମଞ୍ଚ ପରିଚାଳନା କରାଯାଇ ଥିଲା। ସମ୍ପାଦକ ଶ୍ରୀ ସନତ ରଞ୍ଜନ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନିରଞ୍ଜନ ତରାସ୍ ବାର୍ଷିକ ବିବରଣୀ ପାଠ କରିଥିଲେ।ଉପସଭାପତି ଶ୍ରୀ କ୍ଷିତିଶ ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଭବ୍ୟ ସଭାକାର୍ଯ୍ୟ, କୃତି ଛାତ୍ର ଛାତ୍ରୀ ମାନଙ୍କୁ ବାର୍ଷିକ ପୁରସ୍କାର ବିତରଣ ଓ ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ଅବସରରେ ଦୀର୍ଘ ଦିନ ଧରି ସମର୍ପିତ ସେବା ପ୍ରଦାନ କରୁଥିବା ୧୬ ଜଣ ଗୁରୁଜୀ ଗୁରୁମା ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହି ଭବ୍ୟ କାର୍ଯ୍ୟ କ୍ରମରେ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା,ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରର ଉପ – ସମ୍ପାଦିକା ଶ୍ରୀମତୀ କଳ୍ପନା ହାଁସଦା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।

ଓଡ଼ିଶାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ମାଟ୍ରିକ ପରୀକ୍ଷା ଫଳାଫଳ ସବୁଠୁ ଆଗରେ,ଏହା ସ୍ୱୀକାର କରିବାକୁ ହେବ। ଏହି ବିଦ୍ୟାଳୟ ମାନଙ୍କରେ ଶିକ୍ଷା ସହିତ ନୈତିକ ଶିକ୍ଷା ଓ ବ୍ୟବହାରିକ ସଂସ୍କାର ଦିଆ ଯାଉଥିବାରୁ ଏହା ଅଭିଭାବକ ମହଲରେ ଚର୍ଚ୍ଚାର ବିଷୟ ଅଟେ।

ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରର N CC କମାଣ୍ଡିଙ୍ଗ ଅଫିସର୍ କ୍ୟାପଟେନ୍ ପୁନୀତ ଛିଲର ଯୋଗଦେଇ କହିଲେ ,”ଜଣେ ସଂସ୍କାରୀ ମାଆ ତା’ର ପିଲାମାନଙ୍କୁ କେବଳ ବଡ ମଣିଷ ନୁହେଁ ଜଣେ ସଂସ୍କାରୀ ତଥା ସଫଳ ମଣିଷ ହେବାରେ ବଳିଷ୍ଠ ଭୂମିକା ତୁଲାଇ ଥାଆନ୍ତି।”
ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଦାଶ ତାଙ୍କ ସାରଗର୍ଭକ ବକ୍ତବ୍ୟରେ କହିଲେ ,” ବର୍ତ୍ତମାନ ସମୟରେ ଦେଶ ପାଇଁ ଏପରି ଯୁବପିଢିର ଆବଶ୍ୟକତା ରହିଛି ଯେଉଁମାନେ କି ଦେଶଭକ୍ତ, ସଂସ୍କାରଯୁକ୍ତ, ସାହସୀ ତଥା ପରୋପକାରୀ ଯୁବପିଢି ହୋଇଥିବେ।”
ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ୫୬ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା। ଚଳିତ ବର୍ଷ ଦଶମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ଅମ୍ରିତ କୁମାର ନାୟକ ଙ୍କୁ ସର୍ବଗୁଣ ସମ୍ପନ୍ନ ପୁରସ୍କାର ପ୍ରଦାନ କରାଯାଇ ଥିଲା।

ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା “ଓଡ଼ିଆ ଘରର ଖାଦ୍ୟ ମେଳା” ରେ ସଫଳତା ପୂର୍ବକ ଅଂଶ ଗ୍ରହଣ କରିଥିବା ୧୮ ଜଣ ଅଭିଭାବିକା ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଥିଲା। ଘୋଷ ବାଦନ ଦଳ,ସ୍କୁଟ ଗାଇଡ ଟ୍ରୁପ ଓ ମାତୃ ଭାରତୀର ସଦସ୍ୟା ମାନେ ବିଭିନ୍ନ ଦାୟିତ୍ୱରେ ପୂର୍ଣ୍ଣ ସହଯୋଗ କରିଥିଲେ। କୋରିଓ ଗ୍ରାଫର ଶ୍ରୀମତୀ ଲିଜା ନାୟକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର କୋରିଓ ଗ୍ରାଫି କରିଥିଲେ। ଗୁରୁମା ଶ୍ରୀମତୀ ମମତା ଦ୍ୱିବେଦୀଙ୍କ ନିର୍ଦ୍ଦେଶିତ ନାଟକ ”Side Effect Of Mobile” ମଞ୍ଚସ୍ତ କରାଯାଇ ଥିଲା। ଏହା ଅତ୍ୟନ୍ତ ଚିତ୍ତାକର୍ଷକ ଓ ସାମାଜିକ ସଚେତନତା ବାର୍ତ୍ତା ପ୍ରଦାୟକ ଥିଲା। ଉପସ୍ଥିତ ଦର୍ଶକ ମାନେ ଏହି ନାଟକ କୁ ମନ ଭରି ଉପଭୋଗ କରିଥିଲେ।କୁନି କୁନି କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ କରାଯାଇଥିବା ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ମଧ୍ୟରେ :- ବରଷା ରାଣୀ ଆ ,ଗଛଟିଏ ମୁଁ ଗଛଟିଏ, ଲକ୍ଷେ ଶାଳଗ୍ରାମ ,ମୁନା ଭାଇ MBBS , ଅମ୍ବର ସେ ତୋଡା,ଆମ ଜଗା,ବିହୁ ନୃତ୍ୟ,ଶ୍ରୀ ରାମ ଚନ୍ଦ୍ର,ଆଦିବାସୀ ନୃତ୍ୟ,ମହ୍ଳାରି,ମରାଠୀ ,ଓଡ଼ିଶୀ ନୃତ୍ୟ ଇତ୍ୟାଦି ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।ସମସ୍ତ ଗୁରୁଜୀ ଗୁରୁମା ଓ ସହଯୋଗୀ କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇ ଥିଲା।

ପରିଚାଳନା ସମିତି ସଦସ୍ୟ ଶ୍ରୀ ଅବିନାଶ ସ୍ୱାଇଁ, ଶ୍ରୀ ଇନ୍ଦ୍ରଜିତ ଦାଶ, ଶ୍ରୀମତୀ ପ୍ରଭାସିନୀ ମଲ୍ଲିକ ପ୍ରଭୃତି ଉପସ୍ଥିତ ଥିଲେ। ସମ୍ମାନନୀୟ ଅତିଥି ବୃନ୍ଦ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ” ଜ୍ୟୋତି ” ର ୪୯ତମ ସଂସ୍କରଣ କୁ ଶୁଭ ଉନ୍ମୋଚନ କରିଥିଲେ।

ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତି ଆକର୍ଷଣୀୟ ହୋଇ ଥିବାରୁ ଉପସ୍ଥିତ ଦର୍ଶକ ବୃନ୍ଦ ଭୂରି ଭୂରି ପ୍ରଂଶସା କରିଥିଲେ।