ସଦଗୁରୁ ଶ୍ରୀ ଶ୍ରୀ କ୍ରିଷ୍ଣା ଭେୟାଜୀଙ୍କ ଅବତରଣ ଉତ୍ସବ ପାଳିତ
ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଓ ଭଜନ ସନ୍ଧ୍ୟା ଆୟୋଜିତ
ବ୍ରହ୍ମପୁର: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ସ୍ୱଶକ୍ତି ଜାଗରଣ ସେବା ଟ୍ରଷ୍ଟ ପରିବାର ପକ୍ଷରୁ ଟ୍ରଷ୍ଟର ପ୍ରତିଷ୍ଠାତା ପରମ ପୂଜ୍ୟ ସଦଗୁରୁ ଦେବ ଶ୍ରୀ ଶ୍ରୀ କ୍ରିଷ୍ଣା ଭେୟାଜୀଙ୍କ ପବିତ୍ର ଅବତରଣ ଉତ୍ସବ ବ୍ରହ୍ମପୁରର ପାଣିଗ୍ରାହୀ ପେଣ୍ଠସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ପବିତ୍ର ଅବତରଣ ଦିବସରେ ବୃନ୍ଦାବନର ସ୍ୱାମୀ ଶ୍ରୀ ବିଶୁଦ୍ଧାନନ୍ଦ ଜୀ ମହାରାଜ, ମହାମଣ୍ଡଳେଶ୍ୱର ଶ୍ରୀ ଲଳିତାନନ୍ଦ ଜୀ ମହାରାଜ ଏବଂ ସ୍ୱାମୀ ଶ୍ରୀ ହରିଦାସ ଜୀ ମହାରାଜଙ୍କ ସମେତ ବିଭିନ୍ନ ରାଜ୍ୟରୁ ବହୁ ଗୁରୁଭାଇ ଓ ଭଉଣୀ ଯୋଗଦେଇଥିଲେ।
ଏହି ଅବସରରେ ଟ୍ରଷ୍ଟର ସମ୍ପାଦକ ଗଣେଶ ପ୍ରଧାନ, କୋଷାଧ୍ୟକ୍ଷ ସାଇ ପ୍ରସାଦ ପାତ୍ର, ଶ୍ରୀହରି ଦାସ, ପ୍ରକାଶ ବେହେରା, ଦ୍ୱାରିକା ପ୍ରସାଦ ମହାନ୍ତି, ରାଜୀବ ରେଡ୍ଡୀ, ସନ୍ତୋଷ ମହାନ୍ତି, କୋକନ ପଣ୍ଡା, ସମୀର ମହାନ୍ତି, ଚନ୍ଦନ ସାହୁ, ତପନ ମହାପାତ୍ର, ସୁଶାନ୍ତ ମହାନ୍ତି, ବଳରାମ ଜେନା, ସନ୍ଦୀପ ପାଣିଗ୍ରାହୀ, ବିଭୂତି ପାଣିଗ୍ରାହୀ, ଅଶ୍ୱିନୀ, ଚନ୍ଦ୍ରଶେଖର, ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଧ୍ୱଜ ସାହୁ ଓ ଅନିଲ ଚୌଧୁରୀ
ବଙ୍ଗୋମୁଣ୍ଡାରୁ ରଶ୍ମିରଞ୍ଜନ ପୁଟେଲ, ଆନନ୍ଦ କୁମାର ଅଗ୍ରୱାଲ, ଦୀପକ ପାଣିଗ୍ରାହୀ ଓ ସନ୍ତୋଷ କୁମାର ତ୍ରିପାଠୀ ଏବଂ କଣ୍ଟାବାଞ୍ଜିରୁ ଅନୁପ ଜଙ୍ଗଡ଼ା, ମୋହିତ ବଂଶଳ, ରୋହିତ ଜୈନ, ମାଣିକରାମ ଜୈନ, ରମନି ପାତ୍ର, ବିବେକ ମୁଣ୍ଡ, ଶୈଳେଶ ଓ ଆୟୁଷ ଦିଲ୍ଲୀରୁ ଆସିଥିବା ଭଜନ ସିଂହ ପେହଲୱାନ ଓ ରବୀନ୍ଦ୍ର ରୋହତକ ପ୍ରମୁଖ ଯୋଗଦେଇ ଗୁରୁଦେବଙ୍କ ପ୍ରତି ନିଜର ଭକ୍ତି ଓ ଶ୍ରଦ୍ଧା ନିବେଦନ କରିଥିଲେ।
ଉତ୍ସବ ଅବସରରେ ସକାଳେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥିସହ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭଜନ ଓ ଗୁରୁବନ୍ଦନାରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଗୁରୁଭକ୍ତି, ଆଧ୍ୟାତ୍ମିକ ଚେତନା ଓ ଭାଇଚାରାର ବାର୍ତ୍ତା ମଧ୍ୟରେ ଉତ୍ସବ ସମାପନ ହୋଇଥିଲା।











