Spread the love

୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬

ପ୍ରଥମ ମ୍ୟାଚ୍‌ରେ ଡେଲୟଟକୁ ହରାଇଲା ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର-ତା.୧୫.୧୧.୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଓଡ଼ିଶା ସଚିବାଳୟ କ୍ରିକେଟ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬ର ପ୍ରତିଯୋଗିତା ଜାରି ରହିଛି । ହାଇ-ଟେକ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଆଜିର ପ୍ରଥମ ପ୍ରତିଯୋଗିତାରେ ସୋଆ ବିଶ୍ୱବିଦ୍ୟାଳୟ ଦଳ ୮୨ ରନରେ ଡେଲୟଟ ଗ୍ରୁପ୍‌କୁ ହରାଇଛି । ଡେଲୟଟ ଗ୍ରୁପ୍‌ ଟସ୍‌ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସୋଆ ବିଶ୍ୱବିଦ୍ୟାଳୟ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱକେଟରେ ୨୦୧ ରନ୍‌ ସଂଗ୍ରହ କରିଥିବାବେଳେ ସୁଶୀଲ ପ୍ରଧାନ ୭୫ ରନ୍‌, ଜ୍ୟୋତି ରଞ୍ଜନ ନାୟକ ୨୬ ରନ ଏବଂ ଅଭିଷେକ ସାମଲ ୨୪ ରନ୍‌ କରିଥିଲେ । ପରେ ୨୦୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଡେଲୟଟ ଗ୍ରୁପ୍‌ ୧୯. ୨ ଓଭର୍‌ରେ ୧୧୯ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲେ । ଡେଲୟଟ ପକ୍ଷରୁ ଅନୁପ ଦାସ ୭୭ ରନ୍‌ କରିଥିବାବେଳେ ତାପସ ବାରିକି ୨୨ ରନ୍‌ କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାସ୍ୱତ ମହାନ୍ତି ୨୬ ରନ୍‌ ଦେଇ ୪ଟି ୱିକେଟ୍‌ ହାସଲ କରିଥିବାବେଳେ ଚିତ୍ରଭାନୁ ଜେନା ୭ରନ ଏବଂ ପ୍ରିୟମ ମଲ୍ଲିକ ୨୭ ରନ ଦେଇ ଉଭୟ ଦୁଇ ୱିକେଟ୍‌ ଅକ୍ତିଆର କରିଥିଲେ । ସୁଶୀଲ ପ୍ରଧାନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ସେହିପରି ଟିସିଏସ ଦ୍ୱିତୀୟ ମ୍ୟାଚ୍‌ରେ ଉତ୍କଳ ଆଲୁମିନାକୁ ହରାଇ ବିଜୟୀ ହୋଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଉତ୍କଳ ଆଲୁମିନା ନିର୍ଦ୍ଧାରିତ ୨୦ ଓଭରରେ ୯ ୱକେଟ ହରାଇ ୧୫୩ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦୀପ୍ତି ରଞ୍ଜନ ସାହୁ ୫୬ ରନ୍‌ ଏବଂ ଦୀନବନ୍ଧୁ ୨୨ ରନ୍‌ ସଂଗ୍ରହ କରିଥିଲେ । ଟିସିଏସର ଉଜେର ଖାନ ୧୭ ରନ୍‌ ଦେଇ ୩ ୱିକେଟ୍‌ ଓ ମନୋରଞ୍ଜନ ତ୍ରିପାଠୀ ୩୩ ରନ ଦେଇ ଦୁଇ ୱକେଟ ପାଇଥିଲେ ।
ବିଜୟ ପାଇଁ ୧୫୪ ରନ୍‌ ଆବଶ୍ୟକ ଥିବାବେଳେ ଟିସିଏସ ୧୧.୫ ଓଭରରେ ଗୋଟିଏ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ତଥାଗତ ରାଉତ ଅପରାଜିତ ୧୧୮ ରନ୍‌ କରି ମ୍ୟାନ ଅଫ ଦି ଘୋଷିତ ହୋଇଥିଲେ ।
ସୁନୀଲ କୁମାର ବେହେରା ଓ ଅବଦୁଲ ରହିମ ଖାନ ଉଭୟ ମ୍ୟାଚ୍‌ରେ ଅମ୍ପାୟରିଂ କରିଥିବା ବେଳେ ସ୍କୋରର ଭାବେ ଶିବାଶିଷ ବେହେରା ଦାୟିତ୍ୱ ତୁଲାଇଥିଲେ । ଓଡିଶା ସଚିବାଳୟ କ୍ରିକେଟ ଆସୋସିଏସନ ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୀବ ମିଶ୍ର ଓ ସଦସ୍ୟ କେ. ରାମା ରାଓ ପୁରସ୍କାର ପ୍ରଦାନ କରିଥିଲେ ।