୩୭ ତମ ପିକକ୍ ଶିଶୁମେଳା ଉଦଘାଟିତ
ଭୁବନେଶ୍ବର – ତା ୧୪.୧୧: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଶିଶୁଙ୍କ ଅସୀମ ପ୍ରତିଭା, କଳ୍ପନାଶକ୍ତି ଓ ସୃଜନଶୀଳତାର ପରିପ୍ରକାଶ ସହ ସେମାନଙ୍କ ଅନୁର୍ନିହିତ ଦକ୍ଷତାର ବିକାଶ ପାଇଁ ଏକ ଅନନ୍ୟ ମଞ୍ଚ ହେଉଛି ଶିଶୁମେଳା । ଶିଶୁମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଓ ନିଜସ୍ବ ପରିଚୟ ସୃଷ୍ଟି ପାଇଁ ଉତ୍ସାହିତ କରିବା ସହ ସେମାନଙ୍କ ସ୍ବପ୍ନ ଓ ସମ୍ଭାବନାକୁ ନୂତନ ଦିଗ ଦେବା ପାଇଁ ଏଭଳି କାର୍ଯ୍ୟକ୍ରମର ବହୁ ଅବଶ୍ୟକତା ରହିଛି ବୋଲି ଶନିବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ରାଜ୍ୟର ଅଗ୍ରଣୀ ସ୍ବଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ବାରା ଆୟୋଜିତ ୩୭ତମ ଶିଶୁମେଳାରେ ଉପସ୍ଥିତ ଅତିଥୂମାନେ ନିଜର ମତ ବ୍ୟକ୍ତି କରିଛନ୍ତି ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରମ କମିଶନର ଶ୍ରୀଯୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ, ଆଇଏସ କହିଲେ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଯୋଗାଇଦେବା ଆମ ସମସ୍ତଙ୍କର ଦାୟିତ୍ବ ଓ ସବୁପିଲାମାନେ ସ୍କୁଲ କୁ ଯିବା ଉଚିତ ଓ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସେମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଚନ୍ଦନା ଦାସ, କହିଲେ ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧୂକାର ଅଛି ସେମିତି ପ୍ରତିଟି କ୍ଷେତ୍ରରେ ନିଜର ସ୍ବପ୍ନକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜାରିରଖୁବା ଜରୁରୀ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ର ପୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତି ପଣ୍ଡା ପିଲାମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରି କହିଥିଲେ ଯେ ପିଲାମାନେ ନିଜ ପାଠ ପଢିବା ସହିତ ତାଙ୍କ ଭିତରେ ଅନୁର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଅତିରିକୁ ଶ୍ରମ କମିଶନର ମଦନ ମୋହନ ପାଇକ, ରୋଟାରି କ୍ଲବ ଅଫ ଭୁବନେଶ୍ବର ୟୁନିକ ର କାର୍ଯ୍ୟନିର୍ବାହୀ ସମ୍ପାଦକ ଓ ହରବେଜ ହର୍ବାଲ ର ସଭାପତି ଦିବ୍ୟରଞ୍ଜନ ଦାସ, ଅଲମ୍ପିୟାନ ଅନୁରାଧା ବିଶ୍ବାଳ, ପ୍ରସିଦ୍ଧ ଗାୟିକା ବନ୍ଦିତା ଦାସ, ବରିଷ୍ଠ ସାମ୍ବାଦିକ ମାଧବନନ୍ଦ ବେହୁରା, ଧ୍ବନି ଫାଉଣ୍ଡେସନ ର ହିମାଂଶୁ ସିଂ ପ୍ରମୁଖ ନିଜର ବକ୍ତବ୍ୟ ରଖୁଥିଲେ ।
ଶିଶୁ କଳାକାର ଅଦ୍ରିକା ଦାସ ନିଜ ବକ୍ତବ୍ୟରେ ପିଲାମାନଙ୍କୁ ନିଜ ଭିତରର ଅନୁର୍ନିହିତ ପ୍ରତିଭାକୁ ଚିହ୍ନିବା ସହିତ ଏହାର ଉଚିତ ପଦର୍ଶନ କରିବା ଆବଶ୍ୟକ ବୋଲି କହିଥିଲେ । ବାଲିଅନାର କିଶୋରକିଶୋରୀ ଗୃପ୍ ର ସଦସ୍ୟା ସାଇ ଐଶ୍ବର୍ଜ୍ୟ ମହାନ୍ତି କହିଲେ ଆମେ ପିଲାମାନେ ଏକ ସୁରକ୍ଷିତ ଓ ସୁସ୍ଥ ପୃଥିବୀ ଗଢିବା ନିମନ୍ତେ କଠିନ ପରିଶ୍ରମ କରିବା, ପାଠ ପଢିବା ଓ ସ୍ବପ୍ନ ଦେଖୁବା ଆବଶ୍ୟକ ।
ପିକକ୍ ଶିଶୁମେଳା କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକ ଉଦଘାଟନ ଉତ୍ସବରେ ଅଧକ୍ଷତା କରିଥିଲେ । ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ ଶିଶୁମାନେ କେବଳ ଆମ ଭବିଷ୍ୟତ ନୁହନ୍ତି, ସେମାନେ ବର୍ତ୍ତମାନ ସମାଜର ମଧ୍ଯ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସେମାନଙ୍କ ମତାମତ, ଚିନ୍ତାଧାରା ଓ ସ୍ବପ୍ନକୁ ସମ୍ମାନ ଦେବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ନେତୃତ୍ବ ବିକାଶ ପାଇଁ ଆମକୁ ସୁଯୋଗ ସୃଷ୍ଟି କରିବାକୁ ହେବ। ପିକକ୍ ର ଅଧକ୍ଷା ଡ. ମୀନାକ୍ଷୀ ପଣ୍ଡା, ମଧ୍ଯ ନିଜର ବକ୍ତବ୍ୟ ରଖୁଥିଲେ । ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ପିକକ୍ ର କୋଷାଧକ୍ଷା ରନ୍ଧା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ
ଏହି ଅବସରରେ ଦିବ୍ୟଜ୍ୟୋତି ସ୍ମୃତି ପୀଠ, ନୃତ୍ୟଙ୍ଗୀ, ଲକ୍ଷ୍ୟ ଡାନ୍ସ ଗୃପ୍, ତପସ୍ୟା ଡିଭୋସନ ଫର ଡାନ୍ସ ର ଶିଶୁ କଳାକାର ମାନଙ୍କ ଦ୍ବାରା ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା କରଯାଇଥିଲା । ପିକକ୍ ର ଜ୍ୟୋତିଶଙ୍କର ମହାନ୍ତି, ସୁମିତ୍ରା ମହାନ୍ତି, ଉପମା ମହାନ୍ତି, ପୂଜା ପଣ୍ଡା, ରଶ୍ମିରେଖା ସାହୁ, ଅଙ୍କିତା ବାରିକ, ପାଣୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।
ଆସନ୍ତା କାଲିର ସୂଚନା
୩୭ ତମ ପିକକ୍ ଶିଶୁମେଳା ୨ୟ ଦିବସ ର କାର୍ଯ୍ୟକ୍ରମ – ୧୫ -୧୧ -୨୦୨୫, ସ୍ଥାନ – ଆମ୍ପିଏଟର, ଏକାମ୍ରହାଟ, ଭୁବନେଶ୍ଵର
ଚିତ୍ରକଳା (ଦ୍ବିତୀୟ ରୁ ଦଶମ ଶ୍ରେଣୀ) – ସକାଳ ୮:୦୦ ଘଟିକା
ଗୀତ ପ୍ରତିଯୋଗୀତା (ଦ୍ବିତୀୟ ରୁ ଦଶମ ଶ୍ରେଣୀ) – ସକାଳ ୧୧:୦୦ ଘଟିକା
ବେବି ଅଫ ଦି ଇୟର (୬ ମାସ ରୁ ୩ ବର୍ଷ) – ଅପରାହ୍ନ ୪:୦୦ ଘଟିକା
ଓଡିଶୀ ନୃତ୍ୟ ପ୍ରତିଯୋଗୀତା (ଦ୍ଵିତୀୟ ରୁ ଦଶମ ଶ୍ରେଣୀ ) ସନ୍ଧ୍ୟା ୬:୦୦ ଘଟିକା,











