ବିଭିନ୍ନ frameରୁ ସତ୍ୟ ପାଖାପାଖି ଯାଇ ହୁଏ!
ଯେମିତି ୪/୫ ଜଣ ଲେଖକ ନବକୃଷ୍ଣ ଚୌଧୁରୀଙ୍କୁ ଭଲ ଓ କ୍ଷମତା ପ୍ରତି ଆସକ୍ତ ନଥିବା ମୁଖ୍ୟମନ୍ତ୍ରୀ ଥିଲେ ବୋଲି ଲେଖିଥିବା ବେଳେ ସେତେବେଳର ଲୋକସମ୍ପର୍କ (ପ୍ରଚାର) ବିଭାଗ ସଚିବ ଚିନ୍ତାମଣି ମିଶ୍ର ତାଙ୍କ ଡାଏରୀରେ ନବକୃଷ୍ଣଙ୍କୁ କଟୁ ସମାଲୋଚନା କରୁଥିଲେ!

ରାଜନୀତିରେ ଦୋଷ ନଥିବା ଲୋକକୁ ବି ଖଳନାୟକ ବନାଇ ଦିଆଯାଏ!
(ଦ୍ରଷ୍ଟବ୍ୟ ପୁସ୍ତକ: ନବକୃଷ୍ଣ ଚୌଧୁରୀ- ଏକ ଅଧ୍ୟୟନ, ଲେଖକ- ପ୍ର. ବୀରେନ୍ଦ୍ର ନାୟକ)
ଗୋଟିଏ କାଳଖଣ୍ଡ/ ସମୟକୁ ଜାଣିବା ପାଇଁ ଅନେକ ଆତ୍ମଜୀବନୀ ସାହାଯ୍ୟ କରେ!
ବିଭିନ୍ନ ପତ୍ରପତ୍ରିକା ଓ ଅନଲାଇନ ଲେଖା
ଅନେକ ସ୍ତମ୍ଭକାର ଓ ଗବେଷକ ବିଭିନ୍ନ ୱେବ୍ ପୋର୍ଟାଲରେ ତାଙ୍କ ବିଷୟରେ ଲେଖିଛନ୍ତି
ନୀତିନିଷ୍ଠ ଜନନାୟକ : ନବକୃଷ୍ଣ ଚୌଧୁରୀ। ସ୍ତମ୍ଭକାର ମାୟାଧର ନାୟକ ତାଙ୍କ ନିୟମିତ ସ୍ତମ୍ଭରେ ନବବାବୁଙ୍କ ନିର୍ମଳ ଶାସନ ଓ ନୀତିନିଷ୍ଠତା ଉପରେ ଆଲୋକପାତ କରିଛନ୍ତି। ଏହି ଲେଖାଟି Odisha Sambad ରେ ପ୍ରକାଶିତ ହୋଇଛି।
ଆଦର୍ଶ ନେତୃତ୍ୱର ପ୍ରତୀକ। ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କର ସାହସିକ ଭୂମିକା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ The Nirvik ପୋର୍ଟାଲରେ ଏକ ବିସ୍ତୃତ ପ୍ରବନ୍ଧ ରହିଛି।
ସ୍ୱାଧୀନତା ସଂଗ୍ରାମ ଓ ଋଷିପ୍ରତିମ ବ୍ୟକ୍ତିତ୍ୱ। ଦେବ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ସ୍ୱାଧୀନତା ସଂଗ୍ରାମର ସ୍ମୃତିଚାରଣମୂଳକ ଲେଖା Antaranga Kalinga ରେ ପଢ଼ିବାକୁ ମିଳେ।











