Spread the love

କନ୍ଧମାଳ : ବିଶ୍ବ ମିତବ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ.

କୁନା ଦିଗାଲ: ଦର୍ଶନ ସମୀକ୍ଷା

କନ୍ଧମାଳ ରେ ରାଜ୍ୟ ସରକାରଙ୍କ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, କନ୍ଧମାଳ ଠାରେ 1026 ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୩ ଜଣ ସି.ଆର୍.ସି. ମାନେ ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ ତୁଲାଇଥିଲେ l
ଉକ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଶ୍ରୀ ସାଇ ଶୁଭମ ମହାନ୍ତି (ପବ୍ଲିକ୍ ସ୍କୁଲ, ଫୁଲବାଣୀ), ଦ୍ୱିତୀୟ ସ୍ଥାନ ଶ୍ରୀ ଶୁଭମ ଡାକୁଆ (ସରକାରୀ ଉଚ୍ଚ ବିଦ୍ୟାଳୟ, ଫୁଲବାଣୀ) ଏବଂ ତୃତୀୟ ସ୍ଥାନ ଶ୍ରୀ ଯୁଗଳ ମଲ୍ଲିକ (ସରକାରୀ ୟୁ.ଜି.ଏଚ୍.ଏସ୍., ତୁଡ଼ିପାଜୁ) ହାସଲ କରିଥିଲେ l ମିତବ୍ୟୟିତା, ସଞ୍ଚୟ, ସତର୍କତା ଓ ସଚେତନତା ବିଷୟରେ ଛାତ୍ରଛାତ୍ରୀମାନେ ଏହାର ସଦୁପଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ l କନ୍ଧମାଳ ଭାରପ୍ରାପ୍ତ ସହାୟକ ନିର୍ଦ୍ଦେଶକ, ସଞ୍ଚୟ ଓ ଆର୍ଥିକ ସେବା ଅଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ପାଳ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ଏହିପରି ପ୍ରତିବର୍ଷ ବିଶ୍ବ ମିତବ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ ଉପଲକ୍ଷେ ଡିବେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୁଏ ବୋଲି ପ୍ରକାଶ କରିଥିଲେ l ଆସନ୍ତା ବର୍ଷ ମଧ୍ୟ ଏହିପରି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତ ହେବାକୁ ସେ ଉପଦେଶ ଦେଇଥିଲେ l ବିଭିନ୍ନ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଡିବେଟ୍ ପ୍ରତିଯୋଗିତାରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ l