ବାରଙ୍ଗ // ପୁଲିସ ଓ ସାମ୍ବାଦିକ ଭଲି ପ୍ରତିଯୋଗୀତା

Spread the love

ପୁଲିସ ଓ ସାମ୍ବାଦିକ ଭଲି ପ୍ରତିଯୋଗୀତା
ବାରଙ୍ଗ,୩୧। ୧୦ . ଦର୍ଶନ ସମୀକ୍ଷା

ବାରଙ୍ଗ ଥାନା କମିଶନରେଟ ପୁଲିସ ତରଫରୁ ମଧୁବନ ଗ୍ରାମ ଖେଳ ପଡିଆରେ ମଧୁବନ ଗ୍ରାମ କମିଟି ଓ ଯୁବକମାନଙ୍କର ସହଯୋଗରେ ବନ୍ଧୁତ୍ୱ ପୂର୍ଣ୍ଣ ଭଲିବଲ ପ୍ରତିଯୋଗୀତର ଆୟୋଜନ କରାଯାଇ ଥିଲା। ବାରଙ୍ଗ ଅଞ୍ଚଳର ସାମ୍ବାଦିକ ଓ ବାରଙ୍ଗ ଥାନା ପୁଲିସ ପ୍ରଶାସନ ମଧ୍ୟରେ ଉଦଘାଟନୀ ପ୍ରତିଯୋଗୀତା ଖେଳା ଯିବା ପରେ ବିଭନ୍ନ ଗ୍ରାମରୁ ଆସିଥିବା ଉଦୟମାନ ଯୁବ ଦଳ ମଧ୍ୟରେ ପ୍ରତିଯୋଗୀତା କରଯାଇଥିଲା ।

ପୁଲିସ, ସାଧାରଣ ଜନତା ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ବାରଙ୍ଗ ଥାନା ଅଧିକାରୀ ବିକାଶ କୁମାର ପଲାଇ ଙ୍କ ତତ୍ତ୍ଵାବଧାନରେ କ୍ରୀଡାର ଆୟୋଜନ କରାଯାଇ ଥିଲା। ଅତିଥି ଭାବେ ମଧୁବନ ଗ୍ରାମର ମୁରବୀ ବିଜୟ କୁମାର ପଣ୍ଡା, ପବିତ୍ର ମୋହନ ପ୍ରଧାନ ଓ ସମିତି ସଭ୍ୟ କିଶନ କୁମାର ଜେନା,ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟି କାର୍ଯ୍ୟକାରି ସଭାପତ ଅଶୋକ ଚନ୍ଦ୍ର ରାଉତ ନିରଞ୍ଜନ ପ୍ରଧାନ, ସଞ୍ଜୟ ଦାସଙ୍କ ସମେତ ଉପସ୍ଥିତ ଥିଲେ । ରଞ୍ଜନ କୁମାର ଭଟ୍ଟ କ୍ରୀଡା ବିବରଣୀ ଦେଇ ଥିଲେ।