ଗୋପାଳପୁରରେ ଡପଲର୍ ରାଡାର୍ ଦେଢ଼ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ସମ୍ବଲପୁରରେ ନୂଆ ରାଡାର୍ ଉଦ୍ଘାଟନ ହୋଇଛି, କିନ୍ତୁ ଏଯାଏ କାର୍ଯ୍ୟକ୍ଷମ ହୋଇନି । ବାଲେଶ୍ଵରରେ ଡପଲର୍ ରାଡାର୍ ସ୍ଥାପନ ହୋଇ ସାରିଛି, କିନ୍ତୁ ବିଭାଗ ତାକୁ ହ୍ୟାଣ୍ଡଓଭର୍ ନେଉନି। ପାରାଦୀପ ଡପଲର୍ ରାଡାର୍ ରୁ ମଧ୍ୟ ଠିକ୍ ସମୟରେ ଡାଟା ମିଳୁନି ।
ଏମିତିରେ ବାତ୍ୟାର ସଠିକ୍ ଦିଗ ଠାବ ହୁଅନ୍ତା କେମିତି?
ପ୍ରାୟ ଦୁଇ ମାସ ତଳେ ଏ ଖବର ଗଣମାଧ୍ୟମରେ ଆସିଥିଲା । କିନ୍ତୁ ସରକାର ଧ୍ୟାନ ଦେଲେନି । ହେଲିକପ୍ଟରରେ ଫଟୋ ଉଠାଇ ବାତ୍ୟା ପରିଚାଳନା ହୁଏନି । ଏଥିପାଇଁ ନବୀନଙ୍କ ଭଳି ଦୂରଦ୍ରଷ୍ଟା ଓ ହୃଦୟବାନ ନେତା ଥିବା ଦରକାର ।











