ଭଗବାନ ଆମକୁ ବୃଦ୍ଧାବସ୍ଥା କାହିଁକି ଦେଲେ?ମନୁଷ୍ୟ ଥରେ ଈଶ୍ୱରଙ୍କୁ ପଚାରିଥିଲା..

Spread the love

ଭଗବାନ ଆମକୁ ବୃଦ୍ଧାବସ୍ଥା କାହିଁକି ଦେଲେ?
କେବେ କେବେ ଜୀବନର କିଛି ଅବସ୍ଥା ଆମକୁ କଠିନ ଲାଗିଥାଏ , କିନ୍ତୁ ସେସବୁ ଭିତରେ ପ୍ରକୃତି ଏବଂ ଈଶ୍ୱରଙ୍କର କୌଣସି ଗଭୀର ଉଦ୍ଦେଶ୍ୟ ଲୁଚି ରହିଥାଏ ।
କୁହାଯାଏ ଯେ ମନୁଷ୍ୟ ଥରେ ଈଶ୍ୱରଙ୍କୁ ପଚାରିଥିଲା, “ପ୍ରଭୁ, ଯଦି ଆପଣ ଇଚ୍ଛା କରନ୍ତି, ତେବେ ଆପଣ ମଣିଷକୁ ସର୍ବଦା ଯୁବକ ରଖିପାରିବେ। ତେବେ ଆପଣ ବୃଦ୍ଧାବସ୍ଥା କାହିଁକି ସୃଷ୍ଟି କଲେ?”
ଈଶ୍ୱର ହସି କହିଲେ ଯେ ବୃଦ୍ଧାବସ୍ଥା ଜୀବନର ଅନ୍ତ ନୁହେଁ, ବରଂ ଜୀବନକୁ ବୁଝିବା ଏବଂ ସ୍ଵୀକାର କରିବାର ଏକ ଯାତ୍ରା ଅଟେ।
ଆଖିର ଦୃଷ୍ଟିଶକ୍ତି ଧୀରେ ଧୀରେ କମ ହୋଇଥାଏ, ଯାହାଦ୍ୱାରା ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଆଭ୍ୟନ୍ତରୀଣ ଜଗତ ଅଧିକ ଦୃଶ୍ୟମାନ ହେବ।
ମୁହଁରେ କୁଞ୍ଚନ ଦେଖାଯାଏ, ଯାହା ଦ୍ୱାରା ମନୁଷ୍ୟ ନିଜ ରୂପର ମୋହରୁ ଉପରକୁ ଉଠିବ ଏବଂ ନିଜ ଅନୁଭବ ଏବଂ କର୍ମର ସୌନ୍ଦର୍ଯ୍ୟକୁ ଚିହ୍ନିପାରିବ।
ପାଦର ଗତି ଧୀର ହୋଇଯାଇଥାଏ, ଯାହା ଦ୍ୱାରା ଜୀବନର ବ୍ୟସ୍ତତା ବନ୍ଦ ହେବ ଓ ମନୁଷ୍ୟ କିଛି ସମୟ ଅଟକି ନିଜ ଅତୀତ ଜୀବନକୁ ଦେଖି ପାରିବ।
କାନର ଶ୍ରବଣ ଶକ୍ତି ହ୍ରାସ ପାଏ, ଯାହା ଦ୍ୱାରା ମନୁଷ୍ୟ ସଂସାରର କୋଳାହଳରୁ ଦୂରେଇ ଯାଇ ନିଜ ଅନ୍ତରର ସ୍ୱର ଶୁଣିପାରିବେ।
ଶରୀର ଦୁର୍ବଳ ହୋଇଯାଏ, ଏବଂ ବିଶ୍ରାମ ବଢ଼େ, ଯାହା ଦ୍ୱାରା ମନୁଷ୍ୟ ଧୀରେ ଧୀରେ ନିଜର ସାଂସାରିକ ଆସକ୍ତିକୁ ଢିଲା କରିବାକୁ ଶିଖେ।
ଯଦି ମନୁଷ୍ୟ ସର୍ବଦା ଯୁବକ ରହିଯାଏ, ତେବେ ଜୀବନର ପରମ ସତ୍ୟକୁ ସହଜରେ ଗ୍ରହଣ କରିବା ତା ପାଇଁ କଷ୍ଟକର ହେବ ।
ଯୁବକ ଅବସ୍ଥାରେ ମୃତ୍ୟୁ ମନୁଷ୍ୟ ପାଇଁ ଅକାଳ କ୍ଷତିର କାରଣ ହୁଏ, ଯେତେବେଳେକି ଏକ ଦୀର୍ଘ ଜୀବନ ପରେ ଆସୁଥିବା ଅନ୍ତ ପ୍ରାୟତଃ ମନୁଷ୍ୟକୁ ବୁଝିବାର ସୁଯୋଗ ଦିଏ ଯେ ଜୀବନ ଏକ ଯାତ୍ରା, ଏବଂ ପ୍ରତ୍ୟେକ ଯାତ୍ରାର ଏକ ପର୍ଯ୍ୟାୟ ଅଛି। ତେଣୁ, ବୃଦ୍ଧାବସ୍ଥାକୁ କେବଳ ଏକ ଦୁର୍ବଳତା କିମ୍ବା ଅଭିଶାପ ବୋଲି ଭାବିବା ଉଚିତ ନୁହେଁ। ଏହା ଜୀବନର ଏକ ପର୍ଯ୍ୟାୟ ଅଟେ, ଯେଉଁଠାରେ ମନୁଷ୍ୟ ଧୀରେ ଧୀରେ ବାହ୍ୟ ଜଗତରୁ ଦୂରେଇ ଯାଇ ଆତ୍ମଚିନ୍ତନ , ସନ୍ତୋଷ ଏବଂ ସ୍ଵୀକାର ଭାବ ଆଡ଼କୁ ଅଗ୍ରସର ହୋଇପାରେ।
ବୃଦ୍ଧାବସ୍ଥା ଆମକୁ ଏହା ଶିଖାଇଥାଏ କି ସଂସାରକୁ ପ୍ରେମ କର ଏବଂ ନିଜ କର୍ତ୍ତବ୍ୟ ପାଳନ କର, କିନ୍ତୁ ମୋହରେ ଏତେ ମଗ୍ନ ହୁଅ ନାହିଁ ଯେ ଜୀବନର ସତ୍ୟକୁ ଭୁଲିଯିବ ।
ହୁଏତ ଏହି କାରଣରୁ କୁହାଯାଇଥାଏ ଯେ ବୃଦ୍ଧାବସ୍ଥା ଜୀବନର ସନ୍ଧ୍ୟା ଅଟେ , ଯେଉଁଠାରେ ସାରା ଦିନର ବ୍ୟସ୍ତତା ପରେ ଆତ୍ମାକୁ ଶାନ୍ତିର ଦିଗରେ ଫେରିବାର ସୁଯୋଗ ମିଳିଥାଏ । 🙏🌹🙏