ରୋଟାରୀ କ୍ଲବ ଭୁବନେଶ୍ବର ମେଟ୍ରୋ ଦ୍ବାରା ଦନ୍ତ ଚିକିତ୍ସା ଶିବିର ଆୟୋଜିତ।
ଭୁବନେଶ୍ୱର : ଦର୍ଶନ ସମୀକ୍ଷା
ରୋଟାରୀ କ୍ଲବ ଭୁବନେଶ୍ବର ମେଟ୍ରୋଙ୍କ ଆନୁକୁଲ୍ୟ ରେ ପିପିଲି ହେଲଥ ଇନଷ୍ଟିଚ୍ୟୁଟ ପରିସରରେ ଏକ ମେଗା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ସମ ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସ ର ଡାକ୍ତରୀ ପ୍ରତିନିଧିଦଳ ଭ୍ରାମ୍ୟମାଣ ଦନ୍ତ ଚିକିତ୍ସାଗାର ମାଧ୍ୟମରେ ଶତାଧିକ ବ୍ୟକ୍ତିଙ୍କ ଦନ୍ତ ପରୀକ୍ଷଣ ସହ ଆବଶ୍ୟକ ଅନୁଯାଇ ସମସ୍ତ ଚିକିତ୍ସା ଏବଂ ଔଷଧ ଯୋଗାଇ ଦେଇଥିଲେ।
କ୍ଲବ ପ୍ରେସିଡେଣ୍ଟ ମିହିର କୁମାର ପଟ୍ଟନାୟକଙ୍କ ସହ ଅନେକ ରୋଟାରିଆନ ଯୋଗଦେଇ ଶିବିର ପରିଚାଳନା କରିଥିଲେ। ପିପିଲି ହେଲଥ ଇନଷ୍ଟିଚ୍ୟୁଟର ସମସ୍ତ ଡାକ୍ତର ଓ ସହକର୍ମୀ ମାନେ ଉଲ୍ଲେଖ ଯୋଗ୍ଯ ସାହାଯ୍ଯ ସହଯୋଗ ପ୍ରଦାନ କରିଥିଲେ।











