‘ତେହଲକା’ର ତରୁଣ ତେଜପାଲ ମୋତେ ଫୋନ କରି କହିଲେ- ମୁଁ ବିଜେପି ସଭାପତି ବଙ୍ଗାରୁ ଲକ୍ଷ୍ମଣ ଓ ସମତା ପାର୍ଟି ସଭାନେତ୍ରୀ ଜୟା ଜେଟଲୀ ଲାଞ୍ଚ ନେବା ଭିଡିଓ ରେକର୍ଡ କରିଛି।
ମୁଁ କହିଲି ଅନ୍ୟ ଟିଭି ଅପେକ୍ଷା ଆମ Zee Newsକୁ ୨ ଘଣ୍ଟା ଆଗରୁ ଟେପ ଦେବ।
ତା ପରେ ବ୍ୟବସାୟ ଦୃଷ୍ଟିରୁ ଏକଥା ଆମେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ମିଡିଆ ପରାମର୍ଶଦାତା ଅଶୋକ ଟଣ୍ଡନଙ୍କୁ ଜଣାଇଲୁ!
ତେବେ ଆମେ ଅନ୍ୟ ଚାନେଲ ଅପେକ୍ଷା Zee Newsରେ ଅଧ ଘଣ୍ଟା ଆଗରୁ ଖବର ବଜାଇଲୁ।
ବାଜିଲା ପରେ ଅର୍ଥ ମନ୍ତ୍ରୀ ଯଶୱନ୍ତ ସିନ୍ହା ଆମ ନାଁରେ କଂଗ୍ରେସ ଅମଳର FEMA କେସକୁ ଆଗକୁ ନେବାକୁ ଉଦ୍ୟମ କଲେ!
ଆମ ପରିବାରର ବାଜପେୟୀଙ୍କ ସହ ୪୦ ବର୍ଷର ସମ୍ପର୍କ ଥିଲା।ତେବେ ଏହି ଖବର ବଜାଇବା ସହ ମୋର RSSର ବଡ଼ ନେତାଙ୍କ ସହ ସମ୍ପର୍କ ଥିବା ବିଶ୍ୱାସ କରି ବାଜପେୟୀ ଆଉ ମୋ ସହ ବନ୍ଧୁତ୍ୱପୂର୍ଣ ସମ୍ପର୍କ ରଖିଲେ ନାହିଁ!‘
-ସୁଭାଷ ଚନ୍ଦ୍ରା, Zee Media ପ୍ରତିଷ୍ଠାତା











