Spread the love

ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତି ର କର୍ମକର୍ତ୍ତା ବୈଠକ

୩୦/୮/ରବିବାର,ଭୁବନେଶ୍ୱର (ଦର୍ଶନ ସମୀକ୍ଷ)

ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତି,ଭୁବନେଶ୍ଵରର ରାଜ୍ୟସ୍ତରୀୟ ପ୍ରଥମ କାର୍ଯ୍ୟକର୍ତ୍ତା ସମ୍ମିଳନୀ ୟୁନିଟ ୪,ଭୁବନେଶ୍ଵରର ରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଏହି ସମିତିର ଅଧ୍ୟକ୍ଷ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରତିଷ୍ଠାତା ତଥା ତତ୍ତ୍ୱାବଧାରକ ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସଂଗଠନ ସମ୍ପାଦକ ଡଃ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ ବରେଣ୍ୟ ଅତିଥି,ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ,ସଂଗଠନ ସମ୍ପାଦକ ରମେଶ ସୁନା ତଥା କୋଷାଧ୍ୟକ୍ଷ ଡଃ ପୂର୍ଣ୍ଣ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ଆଗାମୀ ଦିନରେ ତିରିଶି ଜିଲ୍ଲା ଓ ୩୧୪ ବ୍ଲକ ର ୫୦୦୦ରୁ ଉର୍ଦ୍ଧ୍ୱ ଭଗବତ୍ ପ୍ରେମୀ ସଦସ୍ୟ ଯୋଡ଼ିହୋଇ ଭୁବନେଶ୍ୱର ରେ ଏକ ବିରାଟ ସାଧାରଣ ସଭା ହେବ ଏଥିରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଅନୁଷ୍ଠାନର ସଭାପତି ବକ୍ତବ୍ୟ ରଖିଥିଲେ।ଓଡ଼ିଶାରେ କିପରି ପୁରାତନ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ହେବ, ସ୍ଥାଣୁ ପାଲଟିଥିବା ଭାଗବତ ଟୁଙ୍ଗି ସକ୍ରିୟ ହୋଇଉଠିବ ଓ ନୂତନ ଭାଗବତ ଟୁଙ୍ଗି ନିର୍ମାଣ କରାଯାଇ ଭାଗବତ ପ୍ରତି ଘରେ ଘରେ ପ୍ରତି ବ୍ୟକ୍ତିଙ୍କ ଠାରେ ପହଞ୍ଚିବ ତାର ଉଦ୍ୟମ ପାଇଁ ଅତିଥି ମାନେ ଆହ୍ବାନ କରିଥିଲେ। ୩୦ ଜିଲ୍ଲାରୁ ଆସିଥିବା ସଭାପତି ସମ୍ପାଦକ ଓ ସକ୍ରିୟ ସଦସ୍ୟ ମାନେ ନିଜର ଅନୁଭୂତି ସହ ଏହାର ସଫଳ ରୂପାୟନ କାମନା କରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ଶତାଧିକ ଭାଗବତ ପ୍ରେମୀ ଉକ୍ତ ସଭାରେ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ମନୋଜ ଦାସ କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ ପଦ୍ମଚରଣ ଆଚାର୍ଯ୍ୟ କରିଥିଲେ।