କନ୍ଧମାଳ : ଅନାଥ 4 ଭାଇ ଭଉଣୀ ଙ୍କ ଦୁଃଖ ବୁଝିଲେ ଜିଲ୍ଲାପାଳ ବେଦ ଭୂଷଣ..
କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା କ ନୂଆଗାଁ ବ୍ଲକ୍ ଜିରିଡି କିଆ ପଞ୍ଚାୟତ ତାଣ୍ଡି ପାଙ୍ଗା ଗ୍ରାମ ର ବାପା ମା ଛେଉଣ୍ଡ 4 ଭାଇ ଭଉଣୀ ଙ୍କୁ ସହାୟତା ପ୍ରଦାନ କରିବା ସହିତ ପାଠ ପଢ଼ିବା ପାଇଁ ହଷ୍ଟେଲ ରେ ରଖିଥିବା ସୂଚନା ଦେଇଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ll ବାପା ଗତ 8 ବର୍ଷ ପୂର୍ବରୁ ଦୁର୍ଘଟଣା ରେ ମୃତ୍ୟୁ ହେଇଥିଲେ l ସେହିପରି ମା ମଧ୍ୟ ଚଳିତ ବର୍ଷ ଗାଁ ଚୁଆଁ ରେ ଗାଧେଇବା କୁ ଯାଇଥିବା ବେଳେ ଗୋଡ଼ ଖସି ପଡ଼ି ଯିବାରୁ ମୃତ୍ୟୁ ହେଇଥିଲେ l ବାପା ମାଙ୍କ ର ମୃତ୍ୟୁ ପରେ 4 ଭାଇ ଭଉଣୀ ଅସହାୟ ହେଇ ପଡିଥିବାରୁ ତାଙ୍କର କକା ଖୁଡ଼ି ଘରେ ରହି ଆଶ୍ରୟ ହେଇଥିଲେ l କକା ଖୁଡ଼ି ଙ୍କ ସହିତ 4 ଭାଇ ଭଉଣୀ ଜିଲ୍ଲାପାଳ ମହୋଦୟ ଙ୍କୁ ଲିଖିତ ଅଭିଯୋଗ ଦେବା ପରେ ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରିବା ସହିତ ତାଙ୍କର ପାଠ ପଢ଼ା ପାଇଁ ହଷ୍ଟେଲ ରେ ରଖାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ମହୋଦୟ l ଜିଲ୍ଲାପାଳ ମହୋଦୟ ଙ୍କୁ ଜଣେଇବା ପରେ ଜିଲ୍ଲାପାଳ ମହୋଦୟ ତୁରନ୍ତ ସହଯୋଗ କରି ଥିବାରୁ ପରିବାର ବର୍ଗ ଙ୍କ ସମେତ ଅଞ୍ଚଳ ବାସି ଜିଲ୍ଲାପାଳ ମହୋଦୟ ଙ୍କୁ ସାଧୁବାଦ ଜଣେଇବା ସହିତ ଏଭଳି ହୃଦୟ ବାନ୍ ଜିଲ୍ଲାପାଳ ଭାଗ୍ୟରେ ଥିଲେ ମିଳେ ବଲି କହିଛନ୍ତି 4 ଅସହାୟ ର ପରିବାର ବର୍ଗ l











