ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅବସର ପ୍ରାପ୍ତ ଅଧିକାରୀ ମାନଙ୍କର ବନ୍ଧୁ ମିଲନ
ଆଜି ଦିନାଙ୍କ 30/08/2026 ଦର୍ଶନ ସମୀକ୍ଷା
ରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଭାରତୀୟ ମଜଦୁର ସଂଘ ସମର୍ଥିତ ଅବସର ପ୍ରାପ୍ତ ଅଧିକାରୀ ମାନଙ୍କର ସମାରୋହ ଶୈଳଶ୍ରୀ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଅୟୋଜିତ କରା ଯାଇଥିଲା I
ଆବାହକ ଶ୍ରୀ ସୁକାନ୍ତ ମହାନ୍ତି ଏବଂ ସଂଯୋଜକ ଶ୍ରୀ ଶିବାଶିଷ ରାୟ ଙ୍କ ମିଳିତ ଉଦ୍ୟମରେ ସୂଚାରୁ ରୂପେ ଏହା ସମ୍ପନ୍ନ ହେଇଥିଲା I
ସଭାପତି ଶ୍ରୀ ବିଶ୍ଵ ମୋହନ ମିଶ୍ର ଏବଂ ସଧାରଣ ସମ୍ପାଦକ ଶ୍ରୀ ତେଜେଶ୍ୱର ପଟ୍ଟନାୟକ ଉପସ୍ଥିତ ଥିଲେ I
ଶ୍ରୀ ସମୀର ମିଶ୍ର, ଶିବାଶିଷ ରାୟ ଭଜନ ଗାଇଥିଲେ ଏବଂ ସୁକାନ୍ତ ମହାନ୍ତି କବିତା ପାଠ କରିଥିଲେ I
ଏଥିରେ ସ୍ଥିର କରାଗଲା ଯେ ଆଗାମୀ ମାସରେ ଏକ ବୈଠକ ଆୟୋଜନ କରାଯିବ ଏବଂ ପେନସନ୍ ସମ୍ବଧିତ ବିଷୟ ଉପରେ ଆଲୋଚନା କରାଯିବ I
ପ୍ରସାଦ ସେବନ ପରେ ମଦନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ I











