ସାହିତ୍ୟ ମାସିକୀ”
“ପରୀକ୍ଷାନିରୀକ୍ଷା ମଞ୍ଚ ନାଟକକୁ ଭାରାକ୍ରାନ୍ତ କରେ”
ଭୁବନେଶ୍ୱର 29.08 (ଦର୍ଶନ ସମୀକ୍ଷ)
ନାଟକର ଚରିତ୍ରମାନେ ଆମ ପରିବେଶ ଓ ସମାଜରୁ ଆସନ୍ତି |
ରଚନା, ମଞ୍ଚସଜ୍ଜା ଓ ନିର୍ଦେଶନା ହିଁ ମଞ୍ଚ ନାଟକକୁ ଗୁରୁତ୍ୱ ଦିଏ |
ପରୀକ୍ଷାନିରୀକ୍ଷାର ଜଟିଳତା ନାଟକକୁ ଭାରାକ୍ରାନ୍ତ କରିଥାଏ ବୋଲି ନାଟ୍ୟକାର ଭାବଗ୍ରାହୀ ଦାଶ ମତ ଦେଇଛନ୍ତି |
ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଜୟଦେବ ଭବନ ରେ ଅନୁଷ୍ଠିତ”ସାହିତ୍ୟ ମାସିକୀ “
ରେ ଯୋଗ ଦେଇ ଶ୍ରୀ ଦାଶ ମଞ୍ଚକୁ ନାଟକର ପ୍ରୟୋଗଶାଳା
ଭାବରେ ଅଭିହିତ କରି ତାଙ୍କ ନାଟ୍ୟ ଯାତ୍ରାର ବିସ୍ତୃତ ବିବରଣୀ
ଦେଇଥିଲେ | ରାଜ୍ୟରେ ମଞ୍ଚ ନାଟକର ପ୍ରସାର ପାଇଁ ସରକାରଙ୍କ ଅନେକ କିଛି କରିବାର ଅଛି ବୋଲି ସେ ପ୍ରକାଶ କରିଥିଲେ |
କାର୍ଯ୍ୟକ୍ରମରେ “ଏ ମାସର କଥାକାର ” ଭାବରେ ଯୋଗ ଦେଇ ତରୁଣ ଲେଖିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ସ୍ୱରଚିତ ଗଳ୍ପ ପାଠ କରିଥିଲେ |

ପରେ ଜୟଶ୍ରୀ ପଟ୍ଟନାୟକ ଓ ଗୀତାଞ୍ଜଳି ଦଳେଇଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଜୟ ମହାପାତ୍ର,ରତ୍ନପ୍ରଭା ବାଇ, ଜଗନ୍ନାଥ ନାୟକ, ଗୋଲକ ରାଉତ, ଅଶୋକ ସିଂହ, କୁମୁଦିନୀ ଜୀ, ପ୍ରିୟରଞ୍ଜନ ସାହୁ, ମାନିନୀ ଜେନା, ଶ୍ୟାମାକିଙ୍କର ମହାନ୍ତି, ବିଦ୍ୟୁତପ୍ରଭା ଗନ୍ତାୟତ, ପ୍ରମୋଦ ପ୍ରଧାନ, ସୁସ୍ମିତା ମହାପାତ୍ର, ପବିତ୍ର ମୋହନ ବାରିକ, ସଞ୍ଜୁଲତା ପଟ୍ଟନାୟକ, ଚିତ୍ତରଞ୍ଜନ ବର୍ମା, ମନମୋହନ ମିଶ୍ର, ଇତିଶ୍ରୀ ପତି, କାର୍ତିକ ସ୍ୱାଇଁ, ମିହିରକାନ୍ତି ଦାଶ,ନୃସିଂହ ତରାଇ, ରଜନୀକାନ୍ତ ପଟ୍ଟନାୟକ, ନଗେନ ନାୟକ, ପ୍ରଦ୍ୟୁମ୍ନ ପଟ୍ଟନାୟକ ପ୍ରମୁଖ ଲେଖା ପାଠ କରିଥିଲେ | ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ |ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |











