Spread the love

“ଘୁମୁସର ର ସ୍ବର” ପକ୍ଷରୁ ୧୬୫ତମ ସାହିତ୍ୟ ଆଲୋଚନା ଚକ୍ର

ବୁଗୁଡ଼ା:-ତା-୨୭-୦୮-୨୦୨୬ ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦରର ଅନନ୍ତନଗ୍ର ଠାରେ ପବିତ୍ର ଗହ୍ମା ପୁର୍ଣ୍ଣିମା ଅବସରରେ ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୬୫ତମ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି।

ଅତିଥି ଭାବେ ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ସଭାପତି ଇଂ.ବିପ୍ର ଚରଣ ପାତ୍ର,ସେବାନିବୃତ ପୋଲିସ୍ ଅଧିକାରୀ ବାଞ୍ଛାନିଧି ଜେନା, ସରପଞ୍ଚ ପ୍ରତିନିଧି କୈଳାସ ଚନ୍ଦ୍ର ପ୍ରଧାନ, ବରିଷ୍ଠ କଳାକାର ଧନେଶ୍ଵର ଜେନା, କବି ପଦ୍ମ ଲୋଚନ ଗୌଡ଼, ସମାଜସେବୀ ଖଲି ପରିଡ଼ା, କେ.ରାଘବ ଚରଣ ପାତ୍ର, ପ୍ରଫୁଲ କୁମାର ଜେନା, ରଘୁନାଥ ମହାରଣା ପ୍ରମୁଖ ଯୋଗଦେଇ ଉତ୍କଳୀୟ ସଂସ୍କୃତିରେ ଗହ୍ମା ପୁର୍ଣ୍ଣିମା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ କବି ନିଜ ନିଜ କବିତା ପାଠ କରିଥିଲେ। ଶେଷରେ ନିରଞ୍ଜନ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।
**”