ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଅତ୍ୟାଧୁନିକ ରୋଗ ନିଦାନ ଯନ୍ତ୍ର ଜିଲା ମୁଖ୍ୟ ଚିକିସôାଲୟକୁ ପ୍ରଦାନ
ଢେଙ୍କାନାଳ, ୨୫ା୮: ଦର୍ଶନ ସମୀକ୍ଷା
ଢେଙ୍କାନାଳ ଜିଲା ମୁଖ୍ୟ ଚିକିସôାଳୟକୁ ଆଜି ମଙ୍ଗଳବାର ଅପରାହ୍ନରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଉଚ୍ଚ ଟେକ୍ନୋଲୋଜି ଆଧାରିତ ବାୟୋକେମିକାଲ ଆନାଲାଇଜର ମେସିନ ପ୍ରଦାନ କରାଯାଇଛି । ଏହି ଅତ୍ୟାଧୁନିକ ମେସିନଟି ଜାପାନ ରେ ନିର୍ମିତ, ଅସତିରା ଏଲଏଲଏକ୍ସ -୪୦୦ ଆନାଲାଇଜର ମେସିନ । ଏହି ମେସିନ ସହାୟତାରେ ୪୪ ପ୍ରକାର ରୋଗର ସିରମ୍ ନମୁନା ଟେଷ୍ଟ କରିବାର କ୍ଷମତା ରହିଛି । ଏହା ମାଗଣାରେ ଉପଲବ୍ଧ ହେବା ସହିତ ଏକ ଘଣ୍ଟାରେ ୪୦୦ ରୋଗୀଙ୍କ ନମୁନା ର ପରିକ୍ଷା କରାଯାଇ ଏହାର ରିପୋର୍ଟ ଦିଆଯାଇପରିବ । ଲିଭର, କିଡନୀ, ବ୍ଲଡ ସୁଗାର ସହିତ କି୍ରଟିକାଲ ରୋଗର ପରୀକ୍ଷା ପାଇଁ ଢେଙ୍କାନାଳ ବାସୀ କଟକ କିମ୍ବା ଭୁବନେଶ୍ୱରକୁ ଯାଉଥିଲେ ।

ଏହି ମେସିନଟି ଢେଙ୍କାନାଳ ଜିଲା ମୁଖ୍ୟ ଚିକିସôାଳୟରେ ଉପଲବ୍ଧ ହେବା ଦ୍ୱାରା ମାଗଣାରେ ଏବଂ କମ ସମୟ ମଧ୍ୟରେ ଶତକଡା ୧୦୦ ପ୍ରତିଶତ ସଠିକ ରୋଗ ନିରୂପଣ କରିବର କ୍ଷମତା ରହିଛି । ଏଥି ପାଇଁ ଦକ୍ଷ ଟେକ୍ନିସିଆନ ନିଯୁକ୍ତ କରାଯାଇ ଏହି ମେସିନଟିକୁ ପରିଚାଳନା କରାଯିବ ବୋଲି ଭାରପ୍ରାପ୍ତ ସିଡିଏମଓ ନୀଳମଣି ଦିଲ୍ଲିପ ଚାନ୍ଦ ବେହେରା କହିଛନ୍ତି । ଏହି ଅତ୍ୟାଧୁନିକ ମେସିନଟିକୁ ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲା ମୁଖ୍ୟ ଚିକିସôାଳୟର ଲାବୋ୍ରଟୋରୀ ପରିସରରେ ଢେଙ୍କାନାଳ ପୌର ପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଫିତା କାଟି ଉଦ୍ଘାଟନ କରିଛନ୍ତି । ଅନ୍ୟତମ ଅତିଥ ôଭାବେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀ, ଭାରପ୍ରାପ୍ତ ଚିକିସôାଧିକାରୀ ଡ଼ ନୀଳମଣି ଦିଲ୍ଲିପ ଚାନ୍ଦ ବେହେରା , ମେଡିସିନ ସ୍ପେସିଆଲିଷ୍ଟ ଡ଼ ରାଜେନ୍ଦ୍ର କୁମାର ସେଠି ଓ ଜିଲା ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବାୟୋକେମିକଲା ମେସିନକୁ ପରିଚାଳନା ସମ୍ପର୍କରେ ଦୀପଙ୍କର ରାୟ, ସୁନୀଲ କୁମାର ପ୍ରଧାନ, ରଞନ ପୋଥାଳ, ଶିଶିର ସେନାପତି ପ୍ରମୁଖ ଅତିଥିମାନଙ୍କୁ ଆନାଲାଇଜର ମେସିନ କାର୍ଯ୍ୟଦକ୍ଷତା ଉପରେ ଅବଗତ କରାଇଥିଲେ । ଏହି ଉଦଘାଟନ ସମୟରେ ସାମ୍ବାଦିକ ବିନୋଦ କୁମାର ମହାନ୍ତି ,ରାଜଶ୍ରୀ ଶତପଥୀ. ଅଥୟ କୁମାର ସାହୁ, ଅମ୍ବିକା ପ୍ରସାଦ ପଟ୍ଟକାୟକ, ଲାକ୍ଷ୍ମୀକାନ୍ତ ସାହୁ, ଅରବିନ୍ଦ ସାହୁ, ମାନସ ତୀ୍ରପାଠୀ, ଆଶିଷ ଶତପଥୀ, ସ୍ୱର୍ଣ୍ଣପ୍ରଭା ସେଠି , ସ୍ୱାତି ନନ୍ଦ, ଗଙ୍ଗାଧର ରାଉତ, ଦୀପକ ନାୟକଙ୍କ ସମେତ ବହୁ ସାମ୍ବଦିକ ଉପସ୍ଥିତ ରହିଥିଲେ । ଜିଲା ସମ୍ବାଦିକ ସଂଘର ଏହି ମହତ କାର୍ଯ୍ୟକୁ ପୌର ପରିଷଦ ଅଧ୍ୟକ୍ଷା ଏବଂ ସିଡିଏମଓ ପ୍ରଶଂସା କରିଥିଲେ ।











