Spread the love

ଅଜିମ ପ୍ରେମଜୀ ଫାଉଣ୍ଡେସନ ଦିଲ୍ଲୀ (ଏନସିଟି)ରେ ୨୦,୦୦୦ ବାଳିକାଙ୍କୁ ସ୍କଲାରସିପ୍‌ ପ୍ରଦାନ ସହିତ ସମର୍ଥନ କରିବ
ଫାଉଣ୍ଡେସନ ଭାରତରେ ପ୍ରତିବର୍ଷ ୫ ଲକ୍ଷ ବାଳିକାଙ୍କୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛି । ୨୦୨୪ ଠାରୁ ୧.୯ ଲକ୍ଷରୁ ଅଧିକ ବାଳିକା ଅଜିମ ପ୍ରେମଜୀ ବୃତ୍ତି ପ୍ରାପ୍ତ କରିସାରିଛନ୍ତି

ନୂଆଦିଲ୍ଲୀ: ଦର୍ଶନ ସମୀକ୍ଷା

ଅଜିମ ପ୍ରେମଜୀ ଫାଉଣ୍ଡେସନ ଦିଲ୍ଲୀ (ଏନସିଟି) ନିମନ୍ତେ ଅଜିମ ପ୍ରେମଜୀ ସ୍କଲାରସିପ୍‌ (ବୃତ୍ତି) ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ବୃତ୍ତି ଦିଲ୍ଲୀରେ ଚଳିତ ବର୍ଷ ୨୦,୦୦୦ ବାଳିକାଙ୍କୁ ସେମାନଙ୍କର ଉଚ୍ଚଶିକ୍ଷା ଜାରି ରଖିବା ନିମନ୍ତେ ସମର୍ଥନ ଯୋଗାଇଦେବ । ପ୍ରତ୍ୟେକ ମନୋନୀତ ଛାତ୍ରୀଙ୍କୁ କଲେଜରେ ପ୍ରଥମ ବର୍ଷରୁ ସେ ତାଙ୍କର ଅଣ୍ଡରଗ୍ରାଜୁଏଟ ଡିଗ୍ରୀ ଅଥବା ଡିପ୍ଲୋମା ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ବର୍ଷକୁ ୩୦,୦୦୦ ଟଙ୍କା ମିଳିବ । ପାଠ୍ୟକ୍ରମର ଅବଧି ଦୁଇରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ସମୟ ଉପରେ ନିର୍ଭର କରି ଜଣେ ଛାତ୍ରୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃତ୍ତି ପାଇପାରିବେ । ଏହି ବୃତ୍ତି ଅର୍ଥକୁ କଲେଜ ଦେୟ ପୈଠ ଏବଂ ଅନ୍ୟାନ୍ୟ ଶିକ୍ଷା ସମ୍ପର୍କିତ ଖର୍ଚ୍ଚ ନିମନ୍ତେ ବ୍ୟବହାର କରାଯାଇପାରିବ ।
୨୦୨୪ରେ ପ୍ରଚଳନ କରାଯାଇଥିବା ଏହି ବୃତ୍ତି ସମ୍ପ୍ରତି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ (ଏନସିଟି), ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ପୁଡୁଚେରୀ, ରାଜସ୍ଥାନ, ସିକ୍ମିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଆଦି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଯେକୋ÷ଣସି ସ୍ଥାନରେ ସେମାନଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିବା ବାଳିକାମାନଙ୍କ ନିମନ୍ତେ ଉନ୍ମୁକ୍ତ ହୋଇଛି ।
ଏଥିପାଇଁ ଯୋଗ୍ୟ ବିବେଚିତ ହେବା ସକାଶେ ଜଣେ ଛାତ୍ରୀ ଉପରୋକ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରୁ ୧୦ମ ଓ ୧୨ଶ ଶିକ୍ଷା ସମ୍ପୂର୍ଣ୍ଣ କରିଥିବେ ଏବଂ ଭାରତର ଯେକୋ÷ଣସି ସ୍ଥାନରେ ଏକ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ଅଥବା ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବେ ।
ଫାଉଣ୍ଡେସନ ସମଗ୍ର ଭାରତରେ ପ୍ରତି ବର୍ଷ ୫ ଲକ୍ଷ ପର୍ଯ୍ୟନ୍ତ ବାଳିକାଙ୍କୁ ସମର୍ଥନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି । ଅଧିକାଂଶ ଅଣ୍ଡରଗ୍ରାଜୁଏଟ ପାଠ୍ୟକ୍ରମ ପ୍ରାୟ ତିନିବର୍ଷ ଅବଧି ବିଶିଷ୍ଟ ହୋଇଥିବା ଏବଂ ଛାତ୍ରୀମାନେ ସେମାନଙ୍କ ସମୁଦାୟ ପାଠ୍ୟକ୍ରମ ଅବଧିରେ ବୃତ୍ତି ପାଉଥିବାରୁ ପ୍ରାୟ ୧୫ ଲକ୍ଷ ବାଳିକା ଯେକୋ÷ଣସି ପ୍ରଦତ୍ତ ସମୟରେ ଅଜିମ ପ୍ରେମଜୀ ସ୍କଲାରସିପ୍‌ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥାଇପାରନ୍ତି । ୨୦୨୪ରେ ଏହି ବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ୧.୯ ଲକ୍ଷରୁ ଅଧିକ ବାଳିକା ସମର୍ଥନ ପାଇସାରିଛନ୍ତି ।
ଅଜିମ ପ୍ରେମଜୀ ସ୍କଲାରସିପ୍‌ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଅନ୍‌ଲାଇନରେ ପରିଚାଳିତ ଏବଂ ମାଗଣା ଅଟେ । ଆବେଦନପତ୍ରଗୁଡିକୁ କେବଳ ଅଜିମ ପ୍ରେମଜୀ ଫାଉଣ୍ଡେସନର ବୈଧ ୱେବ୍‌ସାଇଟ ଜରିଆରେ ଦାଖଲ କରାଯାଇପାରିବ ।
ଅନୁରାଗ ବେହାର୍‌, ଅଜିମ ପ୍ରେମଜୀ ଫାଉଣ୍ଡେସନ କହିଥିଲେ, “ଆମ ଦେଶର ଭବିଷ୍ୟତ ଏବଂ ଆମ ସମାଜର କଲ୍ୟାଣ କ୍ଷେତ୍ରରେ ବାଳିକାମାନଙ୍କର ବୃହତ୍ତର ପ୍ରଭାବ ରହିବ, ଯାହା ଜନସଂଖ୍ୟାର ଯେକୋ÷ଣସି ବର୍ଗଠାରୁ ଅଧିକ । ତେଣୁ ଆମେ ସେମାନଙ୍କ ପାଇଁ ସବୁ କ୍ଷେତ୍ରରେ ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ହେବ । ଏହି କ୍ଷେତ୍ରଗୁଡିକ ମଧ୍ୟରେ ଉଚ୍ଚ ଶିକ୍ଷା ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ, ଏହା ଆଜୀବନ ସଶକ୍ତିକରଣର ଏକ ସୁଗମକାରୀ ଅଟେ । ଆମର ବୃତ୍ତି ବାଳିକାମାନେ ଉଚ୍ଚ ଶିକ୍ଷା ହାସଲ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା କେତେକ ପ୍ରତିବନ୍ଧକ ଦୂର କରିବା ନିମନ୍ତେ ପ୍ରତ୍ୟକ୍ଷ ଭାବରେ ପ୍ରୟାସ କରୁଛି ।”