Spread the love

ନୂଆପଡ଼ାରେ ଘରକୁ ଘର ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ ଅକ୍ଟୋବର ୨୬ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବ।

ଦର୍ଶନ ସମୀକ୍ଷା

ଆସନ୍ତା ପଞ୍ଚାୟତିରାଜ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ୱାର୍ଡ ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଘରକୁ ଘର ସର୍ବେକ୍ଷଣ (Door-to-Door Survey) ସମ୍ପର୍କରେ ଜନସଚେତନତା ସୃଷ୍ଟି କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲା ର ୩ ଗୋଟି ସହରାଞ୍ଚଳ ଏବଂ ୧୩୧ ଗୋଟି ଗ୍ରାମପଞ୍ଚାୟତ ସାମିଲ ହୋଇ ବିଏଲଓ ଏବଂ ଅଙ୍ଗନୱାଡି କର୍ମୀମାନେ ଘର ଘର ବୁଲି ସର୍ଭେ କରୁଛନ୍ତି। ଆଜି ଖଡ଼ିଆଳ ଏନ ଏ ସି ୱାର୍ଡ ନମ୍ବର ୧୩ ଓ ୱାର୍ଡ ନମ୍ବର ୧୦ ରେ ସର୍ଭେ କାର୍ଯ୍ୟ ହେଉଥିବା ବେଳେ ନୂତନ ଭୋଟର ଙ୍କୁ ସଂଯୋଗ କରିବା ସହ ମୃତ୍ୟୁ ହୋଇଥିବା ଭୋଟର ଙ୍କ ନାମ ବାଦ ଦେବା ପାଇଁ ତଥ୍ୟ ସଂଗ୍ରହ କରିବା ସହ ସର୍ଭେ କରୁଛନ୍ତି।

ଅକ୍ଟୋବର ୨୬ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବକୁ ଥିବା ବେଳେ ସମସ୍ତ ତଥ୍ୟ ନିର୍ଭୁଲ ସଂଗ୍ରହ କରିବାକୁ ଆହ୍ୱାନ କରିଛନ୍ତି। ତଥ୍ୟ ମଧ୍ୟ ସଠିକ୍ କରି ଆଣିବାକୁ ନିର୍ଦ୍ଧେଶ ରହିଅଛି। । ବୁଥ ସ୍ତରୀୟ ଅଧିକାରୀ ଆଦିତ୍ୟ ପାଣିଗ୍ରାହୀ ଓ ଦିଲେଶ୍ୱରୀ ତାଣ୍ଡି ସାମିଲ ହୋଇଥିବା ବେଳେ ଭୁଜବଳ କାଣ୍ଡ ମଧ୍ୟ ସର୍ଭେ କରୁଛନ୍ତି।
ସର୍ବେକ୍ଷଣ କାର୍ଯ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀ (BLO), ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟାନ୍ୟ ନିଯୁକ୍ତ ଅଧିକାରୀମାନେ ଘରକୁ ଘର ଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ। ଏହାଦ୍ୱାରା ପ୍ରତ୍ୟେକ ୱାର୍ଡର ଭୌଗୋଳିକ ସୀମା ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତିରେ ସହାୟତା ମିଳିବ।ଏହି ସର୍ବେକ୍ଷଣ କାର୍ଯ୍ୟକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ସର୍ବେକ୍ଷଣକାରୀ ଦଳକୁ ଆବଶ୍ୟକ ସହଯୋଗ ଯୋଗାଇଦେବା ସହ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।