ହିରଣ୍ୟ ବିଦାରକ ମହାପାତ୍ର ଏବଂ ଅସୀମା ମିଶ୍ରଙ୍କୁ ‘ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ-୨୦୨୬ନିଆଳି:୨୧/୮(ଦର୍ଶନ ସମୀକ୍ଷା)
ଛାତ୍ରଛାତ୍ରୀଙ୍କ ସାମାଜିକ, ନୈତିକ, ଶାରୀରିକ ଓ ବୈଷୟିକ ବିକାଶ ସହ ସେମାନଙ୍କ ଭବିଷ୍ୟତ ଗଠନରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଆଳି ମହାବିଦ୍ୟାଳୟର +୨ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ହିରଣ୍ୟ ବିଦାରକ ମହାପାତ୍ର ଓ ଯୁବ ରେଡ୍ କ୍ରସ ପରାମର୍ଶଦାତା ଅସୀମା ମିଶ୍ରଙ୍କୁ ‘ରାଜୀବ ଗାନ୍ଧୀ ଶିକ୍ଷା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଛି।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୮୨ତମ ଜୟନ୍ତୀ ଅବସରରେ ୨୦ ଅଗଷ୍ଟ ୨୦୨୬ରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହି ସମ୍ମାନ ସମାରୋହରେ ଉଭୟଙ୍କ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ଯୁବ ସମାଜ ପାଇଁ କରିଥିବା କାର୍ଯ୍ୟକୁ ସ୍ୱୀକୃତି ଦିଆଯାଇଥିଲା।
ଏହି ସମ୍ମାନ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବିନୋଦ ବିହାରୀ ଦାସ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।











