Spread the love

ବଡ଼ବିଲରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ‘ବିଶ୍ୱ ପରିବେଶ ଦିବସ–୨୦୨୬’ । ପରିବେଶ ସୁରକ୍ଷା, ସବୁଜ ପୃଥିବୀ ଗଠନ ଏବଂ ଜନସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ।
ତା -05-06-2026
ଦର୍ଶନ ସମୀକ୍ଷା, ବଡ଼ବିଲ
କେନ୍ଦୁଝର ଜିଲ୍ଲାର ବଡ଼ବିଲରେ ଜିଲ୍ଲା ସ୍ତରୀୟ‘ବିଶ୍ୱ ପରିବେଶ ଦିବସ–୨୦୨୬’ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। କେନ୍ଦୁଝର ବନଖଣ୍ଡ, ବଡ଼ବିଲ ପୌରପାଳିକା ଏବଂ ନେଟିଭ୍ ଭଏସ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଷୟ ଥିଲା -“ପ୍ରକୃତିରୁ ଅନୁପ୍ରାଣିତ, ଜଳବାୟୁ ଏବଂ ଭବିଷ୍ୟତ ପାଇଁ”।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେଇ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଡିଏଫ୍‌ଓ ଧନରାଜ ହନୁମନ୍ତ ଧାମଧେରେ, ଡିସିଏଫ୍ ରାମଚନ୍ଦ୍ର ମୁର୍ମୁ, ଆଇଏମସିଟିଏଫ୍‌ର ରାଜ୍ୟ ସଭାପତି ମୁରଲୀ ମନୋହର ଶର୍ମା, ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାଏକ, କର୍ଣ୍ଣେଲ ଜେ.ଏମ୍. ଯୋଶୀ, ଯୋଡ଼ା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାଏକ ଓ ସାଂସଦ ପ୍ରତିନିଧି ନିଳମଣୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପରିବେଶ ସଚେତନତା ସୃଷ୍ଟି ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଅବସରରେ ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀ ସମୂହ ଶପଥ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକର ଚୟନିତ ବିଦ୍ୟାଳୟଗୁଡ଼ିକୁ‘ପ୍ରକୃତି ମିତ୍ର ପୁରସ୍କାର’ପ୍ରଦାନ କରାଯାଇଥିଲା। ପୁରସ୍କୃତ ବିଦ୍ୟାଳୟଗୁଡ଼ିକୁ ୨୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ସହ ପ୍ରମାଣପତ୍ର ଦିଆଯାଇଥିଲା। ସେହିପରି ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ବ୍ୟକ୍ତିବିଶେଷଙ୍କୁ‘ପ୍ରକୃତି ବନ୍ଧୁ ପୁରସ୍କାର’ଦେଇ ସମ୍ମାନିତ କରାଯାଇଥିଲା।

ଔଷଧୀୟ ବୃକ୍ଷରୋପଣ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ମମତା ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିବାବେଳେ, ନଦୀକୂଳକୁ ଆବର୍ଜନାମୁକ୍ତ କରିବା ଓ ବୃକ୍ଷରୋପଣ ଅଭିଯାନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ‘ଖୁସୀ ଦି ଇନକ୍ରେଡିବଲ୍ ଭାରତ’କୁ ମଧ୍ୟ ସମ୍ମାନିତ କରାଯିବା ସହ ବଡ଼ବିଲ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦ୍ରୌପଦୀ ଦେବୀ ର ଅଦକ୍ଷ ଶ୍ରୀମତୀ ନଳିନୀ ଅଗ୍ରୱାଲ ଙ୍କୁ ସମ୍ମାନିତ କରାଯାଇଥିଲା।

ଅନ୍ୟପକ୍ଷରେ, ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବିର୍ସା ମୁଣ୍ଡା ଓ ରଇବୁ ନାଏକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା। ଏହା ସହ କିଛି ହିତାଧିକାରୀଙ୍କୁ ପରିବେଶ ଅନୁକୂଳ ଉନ୍ନତ କାଠ ଚୁଲା ଓ ଶସ୍ୟ ସଂରକ୍ଷଣ ପାଇଁ ଧାନ ବାକ୍ସ ବଣ୍ଟନ କରାଯାଇଥିଲା।

ପରିବେଶ ସୁରକ୍ଷା, ସବୁଜ ପୃଥିବୀ ଗଠନ ଏବଂ ଜନସଚେତନତା ବୃଦ୍ଧିର ବାର୍ତ୍ତା ସହ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଟଣ୍ଟ ସ୍ଥିତ ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ ର ରଇଡା (୨) ଆଇରନ ଓର ମାଇନ୍ସ ରେ ଆନ୍ତର୍ଜାତିକ ପର୍ଯ୍ୟାବରଣ ଦିବସ ପାଳନ କରାଯାଇଛି
ତା -05/06/2026
ଦର୍ଶନ ସମୀକ୍ଷା, ବଡ଼ବିଲ
। ଏହି ଅବସରର ରେ ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ ପ୍ରଥମେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । କମ୍ପାନୀର ବରିଷ୍ଠ ଉପସଭାପତିଙ୍କ ସଦାନନ୍ଦ ରଣାଙ୍କ ନେତୃତ୍ୱ ରେ କମ୍ପାନୀର ଖଣି ପ୍ରବନ୍ଧକ ପ୍ରଶାନ୍ତ ମହାନ୍ତି, ପର୍ଯ୍ୟାବରଣ ପ୍ରବନ୍ଧକ ଘନଶ୍ୟମ ବେରା, ମାନବ ସମ୍ବଳ ମୁଖ୍ୟ ସରୋଜ ନାଏକ ,ଭୂତତ୍ତ୍ୱ ବିଭାଗ ପ୍ରବନ୍ଧକ ଅତନୁ ବନ୍ଦୋପଧାୟ ,ବିଦ୍ୟୁତ୍ ବିଭାଗ ମୁଖ୍ୟ ଚନ୍ଦନ ଆଚାର୍ଯ୍ୟ,ଅର୍ଥ ବିଭାଗ ର ଦିନେଶ ରାଜ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

କମ୍ପାନୀର ସାମାଜିକ ଦାୟିତ୍ୱ ବିଭାଗ ମୁଖ୍ୟ ପ୍ରଶାନ୍ତ ମହାନ୍ତି ଙ୍କ ନେତୃତ୍ୱ ରେ ନିକଟସ୍ଥ ଗ୍ରାମ ର ଶତାଧିକ ମହିଳା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ବ୍ୟବହାର କୁ ବର୍ଜନ କରିବା ପାଇଁ ସମସ୍ତେ ସଂକଳ୍ପ ନେଲେ । ଝୋଟ ନିର୍ମିତ ବ୍ୟାଗ୍ ଏହି ଅବସରରେ ସୁଚାଙ୍କ ଭାବରେ ସମସ୍ତଙ୍କୁ ବିତରଣ କରା ଯାଇଥିଲା । ଗ୍ରାମବାସୀ ମାନଙ୍କୁ ପର୍ଯ୍ୟାବରଣ ସଚେତନତା ପାଇଁ ବୃକ୍ଷ ବଣ୍ଟନ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *