କନ୍ଧମାଳ : ବିଦ୍ୟୁତ୍ ଆଘାତରେ ଅଳ୍ପକେ ବର୍ତିଲେ ଯୁବକ.. ଯେଇ ଙ୍କର ମନମାନି.. ନେଇଁ ପ୍ରଶ୍ନ ?..
କନ୍ଧମାଳ। କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ସିମିଲି ସାଇ ର ବେଲାଳସେନ କହଁର ଙ୍କ ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି l ଘର ଛାତ ଉପରେ ବିଦୁତ୍ ତାର ଯାଇଥିବାରୁ ବିପଦରେ ପରିବାର ଲୋକେ l ଘର ଛାତ ଉପରେ କୌଣସି କାମ ରେ ଯାଇଥିବା ବେଲାଳସେନ ବିଦ୍ୟୁତ ଆଘାତ ରେ ଆହାତ ହେଇ ଫୁଲବାଣୀ ମୁଖ୍ୟ ଚିକିତ୍ସା ଳୟ ରେ ଚିକିତ୍ସା ଧୀନ ଥିବା ଦେଖିବାକୁ ମିଳିଛି l

ପରିବାର ଲୋକେ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ର ଯେଇ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ଜଣଙ୍କ ମନମାନି କରୁଥିବା ପରିବାର ଆହାତ ହେଇଥିବା ବେଲାଳ ଙ୍କ ପରିବାର ଲୋକେ ଗଣମାଧ୍ୟମ ପ୍ରତିନିଧି କୁନା ଦିଗାଲ ଙ୍କୁ ଜଣେଇବା ସହିତ ଆଗାମୀ ଦିନରେ ଏହାର ସୁ ବ୍ୟବସ୍ତା ନ କଲେ ଫିରିଙ୍ଗିଆ ବ୍ଲକ୍ ଘେରାଓ କରାଯିବ ବଲି କହିଛନ୍ତି l ପରିବାର ଲୋକେ କହିବା କଥା କି ଘର ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର କୁ ବାହାର କରି ଘର ଠୁ ଦୂରରେ ଖୁଣ୍ଟ ବସେଇଲେ ସମସ୍ତ ଙ୍କ ପାଇଁ ସୁବିଧା ହେବ ବଲି ପରିବାର ଲୋକେ ଯେଇ ଙ୍କୁ ବାରମ୍ବାର କହିବା ସତ୍ୱେ ମଧ୍ୟ ଯେଇ ଜଣଙ୍କ କର୍ଣ୍ଣପାତ କରୁନଥିବା କହିଛନ୍ତି l
[ବୌଦ୍ଧ : ଅବକାରୀ ବିଭାଗ ଦ୍ୱାରା ବଡ଼ଧରଣର ଗଞ୍ଜେଇ ଜବତ: ମହିଳା ଅଭିଯୁକ୍ତ ଗିରଫ, ଗୋଟିଏ ଆଲ୍ଟୋ କାର୍ ଜବତ..
ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା.ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ପେଶାଲ୍ ଡ୍ରାଇଭ୍ ବେଳେ ପ୍ରାୟ ୧୬ କିଲୋଗ୍ରାମ ଗଞ୍ଜେଇ ସହ ଜଣେ ମହିଳା ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ଏବଂ ଏଥିରେ ବ୍ୟବହୃତ ହେଉଥିବା ଏକ ଅଲ୍ଟୋ କାର୍କୁ ମଧ୍ୟ ଜବତ କରାଯାଇଛି l ଅବକାରୀ ବିଭାଗର ସୂଚନା ଅନୁଯାୟୀ, (୦୩.୦୬.୨୦୨୬) ଅପରାହ୍ନ ୧:୦୦ ଟାରୁ ୪:୦୦ ଟା ମଧ୍ୟରେ ଏହି ଚଢ଼ାଉ କରାଯାଇଥିଲା l ଗିରଫ ମହିଳା ଅଭିଯୁକ୍ତ ଜଣକ ହେଉଛନ୍ତି ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ପଦ୍ମାବତୀ ମେହେର (୩୫ ବର୍ଷ), ସ୍ୱାମୀ- କମଳ ମେହେର l ସେ ଏକ ଆଲ୍ଟୋ କାର୍ (ନଂ- OD 14 Y 3430) ଯୋଗେ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ଦଳ ତାଙ୍କୁ କାବୁ କରିଥିଲେ l ତାଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ କରାଯିବା ସହ ଗାଡ଼ିଟିକୁ ମଧ୍ୟ ଜବତ କରାଯାଇଛି l ଏହି ସମ୍ପର୍କରେ ବୌଦ୍ଧ ଅବକାରୀ ରେଞ୍ଜରେ ଏକ ମାମଲା (P.R. No. 13/2026-27) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ବୌଦ୍ଧ ଅବକାରୀ ରେଞ୍ଜର ଇନ୍ସପେକ୍ଟର ଶ୍ରୀ ଦିଲ୍ଲୀପ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କେସ୍ ବୁକ୍ କରାଯାଇଛି l ଏହି ସଫଳ ଚଢ଼ାଉରେ ଅବକାରୀ ସବ୍-ଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଅବକାରୀ କନଷ୍ଟେବଳ ନିରଞ୍ଜନ ମଲ୍ଲିକ, ଅଞ୍ଜଳି ଅମାତ, ଲୋକନାଥ ଭୋଇ ଏବଂ କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ l ଆଗାମୀ ଦିନରେ ମଧ୍ୟ ଅଞ୍ଚଳରେ ଏଭଳି ବେଆଇନ ନିଶା କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି
ଝାରସୁଗୁଡ଼ା : ଭୋଟର ତାଲିକା ସଂଶୋଧନ ଅଭିଯାନ; ଏପର୍ଯ୍ୟନ୍ତ ୨୮% ପ୍ରକ୍ରିୟା ଶେଷ..
ଝାରସୁଗୁଡ଼ା ଜିଲ୍ଲା ରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ କାର୍ଯ୍ୟକ୍ରମ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ଭାବେ ଆଗେଇ ଚାଲିଛି l

ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଜିଲ୍ଲାର ମୋଟ ୪୩୮୪୩୩ ଜଣ ଭୋଟରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୮ପ୍ରତିଶତ ଭୋଟରଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇ ସାରିଲାଣି l ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଭିନ୍ନ ବୁଥ୍ ପରିଦର୍ଶନ କରି ଏନୁମେରେସନ ଫର୍ମ ବଣ୍ଟନ କାର୍ଯ୍ୟର ପ୍ରତ୍ୟକ୍ଷ ସମୀକ୍ଷା ଓ ତଦାରଖ କରୁଛନ୍ତି l ଅପରପକ୍ଷେ, ଉପ-ଜିଲ୍ଲାପାଳ ତଥା ERO ୦୭-ଝାରସୁଗୁଡ଼ା ଶ୍ରୀ ସବ୍ୟସାଚୀ ପଣ୍ଡା ମଧ୍ୟ ଝାରସୁଗୁଡ଼ା ପୌରାଞ୍ଚଳର ବିଭିନ୍ନ ବୁଥ୍ରେ ଏହି ପ୍ରକ୍ରିୟାର ଅନୁଧ୍ୟାନ କରିଛନ୍ତି l ଏହି ସମୟରେ ବିଏଲଓ ମାନଙ୍କ ଦ୍ୱାରା ଭୋଟରମାନଙ୍କୁ ସୂଚନା ସଂଗ୍ରହ ପାଇଁ ଏନୁମେରେସନ ଫର୍ମ ବଣ୍ଟନ କରାଯାଉଛି l ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ଘରକୁ ଘର ବୁଲି ଏହି ଫର୍ମ ବଣ୍ଟନ ପ୍ରକ୍ରିୟା ଜାରି ରହିଛି, ଯାହା ମାଧ୍ୟମରେ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୧,୨୨,୭୬୧ଟି ଏନୁମେରେସନ ଫର୍ମ ବଣ୍ଟନ କରାଯାଇସାରିଛି l ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯଥା ଆଦିବାସୀ ଅଧ୍ୟୁଷିତ, ଦୁର୍ଗମ ଅଞ୍ଚଳ ସମେତ ସହର ଓ ଗ୍ରାମାଞ୍ଚଳର ପ୍ରତିଟି ଘରକୁ ଯାଇ ବିଏଲଓମାନେ ପରିଗଣନା ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରଖିଛନ୍ତି l ଭୋଟର ତାଲିକାକୁ ସ୍ୱଚ୍ଛ, ତ୍ରୁଟିଶୂନ୍ୟ ଓ ସଂଶୋଧିତ କରିବା ପାଇଁ ସ୍ଥାନୀୟ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ବୁଥ୍ ସ୍ତରୀୟ ଏଜେଣ୍ଟ ମାନେ ମଧ୍ୟ କ୍ଷେତ୍ର ସ୍ତରରେ ବିଏଲଓମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି l
ବୌଦ୍ଧ : ଅନୁଷ୍ଠିତ ହେବ ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଭଲିବଲ୍ ଚାମ୍ପିଅନସିପ୍ ଦ୍ବିତୀୟ ସଂସ୍କରଣ –୨୦୨୬
ବୌଦ୍ଧ ଜିଲ୍ଲା ରେ ଓଡ଼ିଶାର କ୍ରୀଡ଼ା ମହାକୁମ୍ଭ “ସିଏମ୍ ଟ୍ରଫି–୨୦୨୬” ଅନ୍ତର୍ଗତ ଜୋନ୍ ସ୍ତରୀୟ ଭଲିବଲ୍ ଚାମ୍ପିଅନସିପ୍ ର ଦ୍ବିତୀୟ ସଂସ୍କରଣ ଚଳିତ ଜୁନ୍ ୪ ଓ ୫ ତାରିଖରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ l କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଏବଂ ବୌଦ୍ଧ ଡିଷ୍ଟ୍ରିକ୍ଟ ଆଥଲେଟିକ୍ସ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି l ଏହି ଜୋନ୍ ସ୍ତରୀୟ ପ୍ରତିଯୋଗିତାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ଗଜପତି ଇତ୍ୟାଦି ୮ ଟି ଜିଲ୍ଲାରୁ ପ୍ରାୟ ୨୪୦ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିବେ l ପ୍ରତିଦିନ ସନ୍ଧ୍ୟା ୫.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟାଚ୍ଗୁଡ଼ିକ ଦିବାରାତ୍ର ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ୧୦ ଜଣ ଖେଳ ଶିକ୍ଷକ ଓ କୋଚଙ୍କୁ ଦାୟିତ୍ବ ଦିଆ ଯାଇଛି l ଖେଳାଳିମାନଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ସ୍ବାସ୍ଥ୍ୟ , ଶିକ୍ଷା, ମଙ୍ଗଳ ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ସହଯୋଗ ଓ ସେବା ଯୋଗାଇ ଦିଆଯିବ l ଏହି ଚାମ୍ପିଅନସିପ୍ ମାଧ୍ୟମରେ ରାଜ୍ୟର ଉଦୀୟମାନ ଭଲିବଲ୍ ପ୍ରତିଭାମାନଙ୍କୁ ସେମାନଙ୍କ ସମୁଚିତ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ସୁନ୍ଦର ମଞ୍ଚ ମିଳିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି l ଏହି ମେଚ ଗୁଡିକରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜକ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି l












Leave a Reply