ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ପୁଣି ସମୀର ପ୍ରଭାତୀଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି।
ନିମାପଡ଼ା:-୩-୬-(ଦର୍ଶନ ସମୀକ୍ଷା)
କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ନିମାପଡ଼ା ବ୍ଲକ ଅନ୍ତର୍ଗତ ମିଟେଇପୁର ପଞ୍ଚାୟତ ନିକଟରେ ପୁର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ‘ସବକା ସାଥ ସବକା ବିକାଶ ସବକା ବିଶ୍ବାସ’ ଜନ କଲ୍ୟାଣ ବିକାଶ ଧାରା ଉପରେ ବିଜେପିର ୫ଶହରୁ ଉର୍ଦ୍ଧ୍ବ କଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପୁର୍ବତନ ସରପଞ୍ଚ ଚିତ୍ତରଞ୍ଜନ ସେନାପତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୁପେ ସମୀର ରଞ୍ଜନ ଦାସ, ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଅନୁସୟା ମହାନ୍ତି, ପୁର୍ବତନ ନଗର ସଭାପତି ଜିବନାନନ୍ଦ ମହାପାତ୍ର , ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖୋଟଇ, ପୁର୍ବତନ ଉପାଧକ୍ଷ ଅଜୟ ସ୍ବାଇଁ ପ୍ରମୁଖ ଅତିଥି ରୁପେ ଯୋଗ ଦେଇ ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନରେ ନିମାପଡ଼ା ଓ ଗୋପ ବ୍ଲକକୁ ସମିର ରଞ୍ଜନ ଦାଶଙ୍କ ନେତୃତ୍ୱରେ କବଜାରେ କିଭଳି ରଖିବା ଏହା ଉପରେ ସମସ୍ତ କର୍ମୀମାନେ ଆହ୍ବାନ ଦେଇଥିଲା ବେଳେ ବିପଦ ବେଳେ ଯିଏ ସହା ହେବ ସେ ହେଉଛି ପ୍ରକୃତ ବନ୍ଧୁ ବୋଲି ସମସ୍ତ ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲା ବେଳେ ପୁର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ବକ୍ତବ୍ୟରେ ପୂର୍ବ ସରକାର ସମୟରେ ସୁଖିଲା ପଡ଼ିଥିବା କୁଶଭଦ୍ରା ନଦୀକୁ ଖନନ କରିବା ଓ ଚିରସ୍ରୋତା କରିବା ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।କିନ୍ତୁ ବର୍ତ୍ତମାନ ସ୍ଥିତିରେ ଉପ ମୁଖ୍ୟମନ୍ତ୍ରୀ କୁଶଭଦ୍ରା ଖନନ କରିବା ପରିବର୍ତ୍ତେ ନଦୀରୁ ମାଟି ଓ ବାଲି ଚୋରା ଚାଲାଣ ପାଇଁ ମାଫିଆ ମାନଙ୍କୁ ପ୍ରୋତ୍ସାହନ ଦେଉଥିବା ସମୀର କହିଛନ୍ତି।ଅନ୍ୟପଟେ ଏହି ଦୁଇବର୍ଷ ମଧ୍ୟରେ ପ୍ରତ୍ୟେକ ଗାଁ ଗହଳିରେ ବ୍ୟାପକ ପରିମାଣରେ ଚୋରା ନିଶା କାରବାର ବୃଦ୍ଧି ପାଇବାରୁ ଯୁବ ପିଢ଼ି ଏବେ ନିଶା କବଳରେ ପଡ଼ି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।ଏଭଳି ଭାବେ ନିମାପଡ଼ାରେ ଅରାଜକତା ଶେଷ ସୀମାରେ ପହଞ୍ଚିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ନିଜର ବିକାଶର ରିପୋର୍ଟ କାର୍ଡ ଦେବା ଦୁର୍ଭାଗ୍ୟ ଜନକ ବୋଲି ସମୀର ସିଧା ସଳଖ ଟାର୍ଗେଟ କରି ତାଙ୍କ ବକ୍ତବ୍ୟରେ କହିଛନ୍ତି।ଏହି ବୈଠକ ରେ ମିଟେଇପୁର ପଞ୍ଚାୟତ ଆବାହକ ଭାବେ -ପବିତ୍ର ପ୍ରଧାନ, ସହଆବାହକ ଭାବେ -ପୂର୍ଣଚନ୍ଦ୍ର ବେହେରା, ଚି଼ତୁନା ପରିଜା, ସଞ୍ଜୟ ବାରିକ ମନୋନୀତ ହେବା ସହିତ ଏକ ୨୩ ଯଣିଆ କମିଟି ଗଠନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ଵପ୍ନେଶ୍ଵର ଲେଙ୍କା, ଅଭିମନ୍ୟୁ ପଣ୍ଡା,ଯୁବନେତୃତ୍ୱ -ରାକେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।












Leave a Reply