Spread the love

ଏନବିବିଏଲ୍ ପକ୍ଷରୁ ଭାରତ କନେକ୍ଟ ପ୍ଲାଟଫର୍ମରେ ଏକ ନିୟୁତ ଇ-ଚାଲାଣ କାରବାର ହାସଲ
କଟକ : (ଦର୍ଶନ ସମୀକ୍ଷା )

ନ୍ୟାସନାଲ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସହାୟକ କମ୍ପାନି ଏନପିସିଆଇ ଭାରତ ବିଲପେ ଲିମିଟେଡ୍ (ଏନବିବିଏଲ୍) ଏହାର ଭାରତ କନେକ୍ଟରେ ୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ନିୟତରୁ ଅଧିକ ଇ-ଚାଲାଣ କାରବାରକୁ ସଫଳତାର ସହ ସମ୍ପନ୍ନ କରିଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ହିମାଚଳ ପ୍ରଦେଶ ଓ ଦିଲ୍ଲୀଭଳି ରାଜ୍ୟର ଇ-ଚାଲାଣ ପେମେଂଟ୍ ଭାରତ କନେକ୍ଟ ଜରିଆରେ ପ୍ରକ୍ରି୍ରୟାକରଣ ହେଉଛି ।
ଭାରତ କନେକ୍ଟର ଇ-ଚାଲାଣ ବର୍ଗରେ ନାଗରିକମାନେ ସୁରକ୍ଷିତ, ଇଂରଟର ଅପରେବଲ ଓ ସହଜଲବ୍ଧ ପ୍ଲାଟଫର୍ମ ଜରିଆରେ ଟ୍ରାଫିକ ଚାଲାଣକୁ ଦେଖିପାରୁଛନ୍ତି ଓ ପଇଠ କରିପାରୁଛନ୍ତି । ନାଗରିକ ୟୁଟିଲିଟି ସେବା ପାଇଁ ଡିଜିଟାଲ ପେମେଂଟ ସମାଧାନର ବର୍ଦ୍ଧିତ ଗ୍ରହଣୀୟତାକୁ ଏହା ଦର୍ଶାଉଛି ଯାହା ଭାରତକୁ ଏକ ପୂର୍ଣ୍ଣ ଡିଜିଟାଲ ଅର୍ଥନୀତି ଆଡ଼କୁ ନେଉଛି ।
ସେବା ଉପଲବ୍ଧ କରାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଶୁଭାରମ୍ଭ ପରଠାରୁ ୭,୦୦,୦୦୦ରୁ ଅଧିକ କାରବାରର ପ୍ରକ୍ରି୍ରୟାକରଣ ସହିତ ଆନ୍ଧ୍ରପ୍ରଦେଶ ଦୃଢ଼ ଗ୍ରହଣୀୟତା ଦେଖାଇଛି । ଏହା ପଛକୁ ରହିଛନ୍ତି ତେଲେଙ୍ଗାନା ଓ ଗୁଜରାଟ । ନିକଟରେ ଦିଲ୍ଲୀ ଓ ହରିୟାଣା ଯୋଡ଼ି ହୋଇଛନ୍ତି । ଆଗାମୀ ଦିନରେ ଅଧିକରୁ ଅଧିକ ରାଜ୍ୟରେ ଏଥିରେ ସାମିଲ ହେବାକୁ ଯାଉଛନ୍ତି ।
ଏ ସମ୍ପର୍କରେ ଏନବିବିଏଲ୍ର ଏମ୍ଡି ଓ ସିିଇଓ ଡକ୍ଟର ନୁପୂର ଚତୁର୍ବେଦୀ କହିଛନ୍ତି ଯେ, “ଭାରତ କନେକ୍ଟର ଇ-ଚାଲାଣ ବର୍ଗର ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ଏହା ଏକ ନିୟୁତ କାରବାରର ମାଇଲଖୁଂଟ ହାସଲ କରିଛି । ଏହି ସଫଳତା ଆମ ଉପରେ ଲୋକମାନେ ଯେଉଁ ଭରସା ପ୍ରକଟ କରିଛନ୍ତି ତାହାକୁ ଦର୍ଶାଉଛି ଏବଂ ଡିଜିଟାଲ ପ୍ରଥମ ସାର୍ବଜନୀନ ସେବା ଆଡ଼କୁ ଗ୍ରାହକଙ୍କ ଆଚରଣର ଏକ ସ୍ପଷ୍ଟ ପରିବର୍ତନର ପରିବର୍ତ୍ତନ ଏହା ସଙ୍କେତ ଦେଉଛି । ଆମର ଉପସ୍ଥିତିକୁ ବଢ଼ାଇବା ଏବଂ ସାରା ଦେଶର ନାଗରିକମାନଙ୍କ ପାଇଁ ନାଗରିକ ପେମେଂଟ୍ର ସହଜଲବ୍ଧତାରେ ଉନ୍ନତି ଆଣିବା ପାଇଁ ଆମେ ପରିସଂସ୍ଥା ସହଯୋଗୀମାନଙ୍କ ସହ ମିଳିତଭାବେ କାର୍ଯ୍ୟ କରୁଛୁ ।’’
ଡିଜିଟାଲ ଗଭର୍ଣ୍ଣାସ୍ ଓ ଭାରତର ଡିଜିଟାଲ ସାର୍ବଜନୀନ ଭିତିଭୂମି (ଡିପିଆଇ)ରେ ରାଜ୍ୟସ୍ତରୀୟ ଟ୍ରାଫିକ୍ କାର୍ଯ୍ୟାନୁଷ୍ଠାନକୁ ସାମିଲ କରିବା ଦିଗରେ ଇ-ଚାଲାଣ ବର୍ଗର ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶ ଓ ଦିଲ୍ଲୀରେ ଏହାର ବଢ଼ୁଥିବା ଗ୍ରହଣୀୟତା ଏହାକୁ ଆହୁରି ବ୍ୟାପକ କରିବାର ସୁଯୋଗ ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *