ଭାରତ-ଆମେରିକା କୃଷି ସହଯୋଗ ଇଫକୋ ଚେୟାରମ୍ୟାନ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ମୁଖ୍ୟ ଆଲୋଚନା ଜରିଆରେ ନୂତନ ଦିଗ ହାସଲ
ନୂଆଦିଲ୍ଲୀ : (ଦର୍ଶନ ସମୀକ୍ଷା)
ୱାଶିଂଟନ ଡି.ସି ସ୍ଥିତ ଆମେରିକା-ଭାରତ ବିଜିନେସ୍ କାଉନସିଲ (ୟୁଏସ୍ଆଇବିସି) ଇଫକୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ପିଏଚଡିସିସିଆଇ ପ୍ରତିନିଧିମଣ୍ଡଳୀଙ୍କୁ ସ୍ୱାଗତ କରି ଆୟୋଜନ କରାଯାଇଥିବା ଏହି ବୈଠକର ମହତ୍ୱ ଏବଂ ପ୍ରଭାବକୁ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରୁଛି । ବୈଠକ ଶେଷରେ ୟୁଏସ୍ଆଇବିସି ନିଜର ଆନୁଷ୍ଠାନିକ ସୋସିଆଲ ମଡିଆ ମଞ୍ଚରେ ଏହି ବିଷୟକୁ ଭାରତ-ଆମେରିକା କୃଷି ସହଯୋଗକୁ ସଶକ୍ତ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ବୋଲି ପ୍ରକାଶ କରିଥିଲା ।
ୟୁଏସ୍ଆଇବିସି ନିଜର ମନ୍ତବ୍ୟରେ ଉଲ୍ଲେଖ କରିଥିଲା ଯେ ଶ୍ରୀ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ହୋଇଥିବା ବିଚାର-ବିବର୍ଷ କୃଷି କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ବର୍ଦ୍ଧିତ ସହଯୋଗକୁ ନୂତନ ଶକ୍ତି ପ୍ରଦାନ କରିବା, ସହଭାଗୀ ଚାଲେଞ୍ଜଗୁଡିକର ସମାଧାନ ଅନ୍ୱେଷଣ ତଥା ନୂତନ ସୁଯୋଗଗୁଡିକ ଅନୁଧ୍ୟାନ କରିବାରେ ସହାୟକ ହୋଇଛି । ପରିଷଦ ଭାରତ ଓ ଆମେରିକା ମଧ୍ୟରେ ନବସୃଜନ-ପରିଚାଳିତ କୃଷି ନୀତିସମୂହ, ଦୀର୍ଘସ୍ଥାୟୀ କୃଷି ବିକାଶ, ଖାଦ୍ୟ ନିରାପତ୍ତା ଏବଂ କୃଷକ ସମୃଦ୍ଧି ଭଳି କ୍ଷେତ୍ରରେ ମଜଭୁତ ଅଂଶୀଦାରର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ଆମେରିକାର ଅନ୍ୟତମ ଅଗ୍ରଣୀ ବ୍ୟବସାୟ ଏବଂ ଶିଳ୍ପ ସଂଗଠନ ୟୁଏସ୍ଆଇବିସି, ସର୍ବସାଧାରଣରେ ଏହି ବୈଠକକୁ ଗୁରୁତ୍ୱ ଦେଇଥିଲା । ଏହି ସ୍ୱୀକୃତି ଭାରତର ସମବାୟ ଆନେ୍ଦାଳନ, ଇଫକୋର ଆନ୍ତର୍ଜାତିକ ଖ୍ୟାତି ଏବଂ ବିଶ୍ୱମଞ୍ଚଗୁଡିକରେ ଭାରତୀୟ କୃଷକମାନଙ୍କର ସ୍ୱାର୍ଥ ସଫଳତାର ସହିତ ଉପସ୍ଥାପନ କରିବାରେ ଶ୍ରୀ ଦିଲୀପ ସଂଘାଣୀଙ୍କ ନେତୃତ୍ୱକୁ ପ୍ରତିଫଳିତ କରୁଛି ।
ଏହି ବୈଠକରେ ବର୍ଦ୍ଧିତ କୃଷି ଉତ୍ପାଦକତା, ଉନ୍ନତ କୃଷି ପ୍ରଯୁକ୍ତିର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା, ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, କୃଷକମାନଙ୍କୁ ବୈଷୟିକ ସମର୍ଥନ ଯୋଗାଇବା, ନବସୃଜନ-ଭିତ୍ତିକ କୃଷି ସମାଧାନଗୁଡିକର ବିକାଶ ଏବଂ ଖାଦ୍ୟ ଓ ପୁଷ୍ଟିଗତ ନିରାପତ୍ତା ସୁଦୃଢ କରିବା ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ସାମିଲ ଥିଲା । ଉଭୟ ରାଷ୍ଟ୍ରର କୃଷି ବିଶାରଦ, ନୀତି ନିର୍ଦ୍ଧାରଣକାରୀ ଏବଂ ଶିଳ୍ପ ପ୍ରତିନିଧିଗଣ ସହମତ ହୋଇଥିଲେ ଯେ ଭାରତ-ଆମେରିକା ସହଯୋଗ ସମ୍ପ୍ରସାରଣ କରାଯିବା ଦ୍ୱାରା କୃଷି କ୍ଷେତ୍ରରେ ନୂତନ ସୁଯୋଗୁଡିକ ଉନ୍ମୁକ୍ତ ହେବ ଏବଂ କୃଷକମାନଙ୍କୁ ଦୀର୍ଘସୂତ୍ରୀ ଫାଇଦା ପ୍ରଦାନ କରିବ ।
ଶ୍ରୀ ଦିଲୀପ ସଂଘାଣୀଙ୍କ ନେତୃତ୍ୱରେ ହୋଇଥିବା ଆଲୋଚନାକୁ ଭାରତ-ଆମେରିକା କୃଷି ଅଂଶୀଦାର ବ୍ୟବସ୍ଥାକୁ ଆଗେଇନେବା, ବୈଶ୍ୱିକ ସ୍ତରରେ ସମବାୟ-ନେତୃତ୍ୱରେ କୃଷି ବିକାଶକୁ ପ୍ରୋତ୍ସାହିତ କରିବା ଏବଂ କୃଷକଙ୍କ ଆୟ, ଉତ୍ପାଦକତା ଓ କୃଷି ନିରାପତ୍ତାକୁ ସୁଦୃଢ କରିବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ବିକାଶ ଭାବରେ ଲକ୍ଷ୍ୟ କରାଯାଉଛି ।












Leave a Reply