ଲେନିନ/ଷ୍ଟାଲିନ //ସେ ବାରମ୍ବାର କହୁଥିଲେ: “ବିଷ, ମୋତେ ବିଷ ଦିଅ”।ସେ ବଞ୍ଚିବାକୁ ଚାହୁଁନଥିଲେ, ଯିଏ ପୁରା ରୁଷକୁ “ମୋର” ବୋଲି କହୁଥିଲେ ଯିଏ ଲକ୍ଷ ଲକ୍ଷ ଲୋକଙ୍କୁ ଭାଷଣ ରେ ବୁଝାଉଥିଲେ ଶେଷରେ ନଜର ବନ୍ଦୀ ହେଇଥିଲେ

Spread the love

ଲେନିନଙ୍କ ଶେଷ ଜୀବନ 1922-1924

1. ପ୍ରଥମ ଷ୍ଟ୍ରୋକ – ମେ 1922

  • ବୟସ ମାତ୍ର 52 ବର୍ଷ। ଡାହାଣ ପାର୍ଶ୍ୱ ପକ୍ଷାଘାତ ହୋଇଗଲା।
  • କଥା କହିବା ବନ୍ଦ। ଯିଏ ଲକ୍ଷ ଲକ୍ଷ ଲୋକଙ୍କୁ ଭାଷଣ ଦେଇ ନଚାଉଥିଲା, ସେ ଗୋଟେ ଶବ୍ଦ ପାଇଁ ସଂଘର୍ଷ କଲା।
  • ମସ୍କୋ ବାହାରେ ଗୋର୍କି ନାମକ ଘରେ ନଜରବନ୍ଦୀ ଭଳି ରଖାଗଲା।

2. କ୍ଷମତା ହାତରୁ ଖସିଗଲା

  • ଷ୍ଟାଲିନ ଧୀରେ ଧୀରେ ସବୁ କ୍ଷମତା ନିଜ ହାତକୁ ନେଇଗଲା।
  • ଡିସେମ୍ବର 1922: ଲେନିନ ଲେଖିଲେ “ଲେନିନଙ୍କ ଟେଷ୍ଟାମେଣ୍ଟ”। ସେଥିରେ ସ୍ପଷ୍ଟ ଲେଖିଲେ – “ଷ୍ଟାଲିନ ବହୁତ ରୁକ୍ଷ, ତାକୁ ସାଧାରଣ ସମ୍ପାଦକ ପଦରୁ ହଟାଇ ଦିଅ”
  • ହେଲେ ସେ ଏତେ ଦୁର୍ବଳ ଥିଲେ ଯେ ନିଜ ଚିଠି ବି ନିଜେ ପୋଷ୍ଟ କରିପାରୁନଥିଲେ। ଷ୍ଟାଲିନ ସେ ଚିଠି ଲୁଚାଇ ଦେଲେ।

3. ଦ୍ୱିତୀୟ ଓ ତୃତୀୟ ଷ୍ଟ୍ରୋକ – 1923

  • ମାର୍ଚ୍ଚ 1923: ଆଉ ଗୋଟେ ବଡ଼ ଷ୍ଟ୍ରୋକ। କଥା ସମ୍ପୂର୍ଣ୍ଣ ବନ୍ଦ, ଡାହାଣ ହାତ-ଗୋଡ଼ ଅଚଳ
  • ବାମ ହାତରେ ଖାଲି “ମାମା” ଭଳି 2-3ଟା ଶବ୍ଦ କହିପାରୁଥିଲେ।
  • ପତ୍ନୀ କ୍ରୁପସ୍କାୟା ତାଙ୍କୁ ଛୋଟ ପିଲା ଭଳି ଖୁଆଉଥିଲେ, ପଢ଼ି ଶୁଣାଉଥିଲେ।

4. ଶେଷ ଦିନ – 21 ଜାନୁଆରୀ 1924

  • ଗୋର୍କିରେ ସନ୍ଧ୍ୟା 6:50ରେ ଦେହାନ୍ତ। ବୟସ ମାତ୍ର 53।
  • ମୃତ୍ୟୁର କାରଣ: ମସ୍ତିଷ୍କରେ ରକ୍ତସ୍ରାବ। କୁହାଯାଏ 1918ରେ ତାଙ୍କ ଉପରେ ହୋଇଥିବା ଗୁଳିକାଣ୍ଡର ଗୋଟେ ଗୁଳି ବେକରେ ରହିଯାଇଥିଲା, ସେଇଟା ବି କାରଣ ହୋଇପାରେ।
  • ଶେଷ ସମୟରେ ସେ ଅସହାୟ, ନିଃସଙ୍ଗ। ଯେଉଁ ଷ୍ଟାଲିନକୁ ସେ ଡରୁଥିଲେ, ସେ ହିଁ ତାଙ୍କ ପାଖରେ ଠିଆ ହୋଇ କ୍ଷମତା ଗଣୁଥିଲା।

ଯିଏ ପୁରା ରୁଷକୁ “ମୋର” ବୋଲି କହୁଥିଲେ

  • ଶେଷ 2 ବର୍ଷ ନିଜ ଶରୀର ଉପରେ ବି ଅଧିକାର ନଥିଲା
  • କଥା କହିବା ପାଇଁ ସଂଘର୍ଷ, ହେଲେ କେହି ଶୁଣିଲେ ନାହିଁ।
  • ଯେଉଁ ବିପ୍ଳବ ପାଇଁ କୋଟି କୋଟି ଲୋକ ମରାଇଲେ, ସେ ବିପ୍ଳବ ତାଙ୍କୁ ଭୁଲିଗଲା

ଷ୍ଟାଲିନ ତାଙ୍କ ଶବକୁ ମମି କରି ରେଡ୍ ସ୍କୋୟାରରେ ରଖିଲା – ଲୋକଙ୍କୁ ଦେଖାଇବା ପାଇଁ ଯେ “ଦେଖ, ତୁମ ଭଗବାନ ଏଠି”।
ହେଲେ ଲେନିନ ନିଜେ ଧର୍ମ, ଭଗବାନ ସବୁ ମନା କରୁଥିଲେ

ଭୋକ ଓ ସଂଘର୍ଷର ପାଠ


ଲେନିନଙ୍କୁ କ୍ଷମତାର ଭୋକ ଥିଲା। ସେ ଭୋକ ତାଙ୍କୁ ଶେଷରେ ପଙ୍ଗୁ, ମୂକ କରିଦେଲା।


ଲେନିନ କ୍ଷମା ମାଗିଲେନି,


ଲେନିନ ଅହଂକାର ରଖିଲେ – ତେଣୁ ନିଜ ଲୋକ ହିଁ ତାଙ୍କୁ ଭୁଲିଗଲେ।

ଶେଷ ଦିନର ସବୁଠାରୁ କଷ୍ଟଦାୟକ ଅଂଶ

ଲେନିନ vs ଷ୍ଟାଲିନ – ଶେଷ ଲଢ଼େଇ

1. ଟେଲିଫୋନ କଥା – ମାର୍ଚ୍ଚ 1923
ଷ୍ଟାଲିନ ଲେନିନଙ୍କ ପତ୍ନୀ କ୍ରୁପସ୍କାୟାଙ୍କୁ ଫୋନରେ ଗାଳି କଲା। କାରଣ? କ୍ରୁପସ୍କାୟା ଅସୁସ୍ଥ ଲେନିନଙ୍କୁ ଗୋଟେ ଚିଠି ପଢ଼ି ଶୁଣାଇଥିଲେ।
ଲେନିନ ଏହା ଜାଣି କ୍ରୋଧରେ ଥରି ଉଠିଲେ। ବାମ ହାତରେ କଷ୍ଟେମଷ୍ଟେ ଲେଖିଲେ:
“ଷ୍ଟାଲିନ, ତୁମେ ଯଦି ମୋ ସ୍ତ୍ରୀଙ୍କୁ କ୍ଷମା ନ ମାଗିବ, ମୁଁ ତୁମ ସହ ସବୁ ସମ୍ପର୍କ ଛିନ୍ନ କରିଦେବି”

ହେଲେ ସେ ଚିଠି ପଠାଇବା ପୂର୍ବରୁ ତୃତୀୟ ଷ୍ଟ୍ରୋକ ହୋଇଗଲା। ଚିଠି ଅଧା ରହିଗଲା। ଷ୍ଟାଲିନ କେବେ କ୍ଷମା ମାଗିଲା ନାହିଁ

2. ବନ୍ଦୀ ଜୀବନ
1923 ମାର୍ଚ୍ଚ ପରେ ଲେନିନ ଗୋର୍କି ବଙ୍ଗଳାରେ କଏଦୀ ଭଳି ଥିଲେ।

  • ଷ୍ଟାଲିନଙ୍କ ଆଦେଶ: ତାଙ୍କୁ ଖବରକାଗଜ ଦିଆଯିବ ନାହିଁ, ରାଜନୀତି କଥା କୁହାଯିବ ନାହିଁ
  • ଡାକ୍ତର ବି ଷ୍ଟାଲିନ ନିଯୁକ୍ତ କରିଥିଲା।
  • ଯିଏ ପୁରା ଦେଶକୁ ନଚାଉଥିଲା, ସେ ନିଜ ଘରେ ବନ୍ଦୀ। ଏଇଟା ହିଁ “ତେରା-ମେରା”ର କର୍ମଫଳ

3. ଶେଷ ଇଚ୍ଛା କ’ଣ ଥିଲା?
କ୍ରୁପସ୍କାୟା ଲେଖିଛନ୍ତି – ଲେନିନ ଶେଷ ଦିନରେ ବାରମ୍ବାର କହୁଥିଲେ: “ବିଷ, ମୋତେ ବିଷ ଦିଅ”
ସେ ବଞ୍ଚିବାକୁ ଚାହୁଁନଥିଲେ। ଅଚଳ ଶରୀର, ମୂକ ଜିଭ, ହାତରୁ କ୍ଷମତା ଛଡ଼ାଇ ନେଲା ପରେ – ତାଙ୍କୁ ଜୀବନ ବୋଝ ଲାଗୁଥିଲା।

ଡାକ୍ତରମାନେ ବିଷ ଦେଲେନି। ଷ୍ଟାଲିନ ମନା କରିଦେଲା – “ଜୀବିତ ଲେନିନ ମୋ ପାଇଁ ଅଧିକ ଲାଭଦାୟକ”

21 ଜାନୁଆରୀ 1924 – ଶେଷ 24 ଘଣ୍ଟା

ସକାଳ: ଲେନିନ ହଠାତ୍ ଟିକେ ଭଲ ଲାଗିଲେ। ନିଜେ ହାତରେ ଚା’ କପ୍ ଧରିଲେ। କ୍ରୁପସ୍କାୟା ଖୁସି ହୋଇଗଲେ।
ଅପରାହ୍ନ 5:30: ହଠାତ୍ ବାନ୍ତି, ମୁଣ୍ଡ ବିନ୍ଧା, ବେହୋସ
ସନ୍ଧ୍ୟା 6:50: ସବୁ ଶେଷ।

ଯେତେବେଳେ ତାଙ୍କ ଦେହାନ୍ତ ହେଲା, ଷ୍ଟାଲିନ ମସ୍କୋରେ ଥିଲେ। ଖବର ପାଇ 3 ଘଣ୍ଟା ପରେ ପହଞ୍ଚିଲେ। ପ୍ରଥମ କାମ କ’ଣ କଲା ଜାଣନ୍ତି?
ଲେନିନଙ୍କ ସେଫ୍ ଖୋଲି “ଟେଷ୍ଟାମେଣ୍ଟ” ଖୋଜିଲେ – ଯେଉଁଥିରେ ତାକୁ ଗାଦିରୁ ହଟାଇବା କଥା ଲେଖାଥିଲା।

ଶବର ରାଜନୀତି

ଲେନିନ ପୋଡ଼ି ହେବାକୁ ଚାହୁଁଥିଲେ। କ୍ରୁପସ୍କାୟା ବି ସେଇଆ କହିଲେ।
ହେଲେ ଷ୍ଟାଲିନ ଶବକୁ ମମି କରି ରେଡ୍ ସ୍କୋୟାରରେ ରଖିଲା। କାହିଁକି?
“ଲେନିନ ମରିଛି, ହେଲେ ଲେନିନବାଦ ଜୀବିତ” – ଏଇ ନାରା ଦେଇ ନିଜେ ଗାଦି ଦଖଲ କଲା।

ଜୀବିତ ଥିଲା ବେଳେ ଯାହାକୁ କଏଦ କଲା, ମଲା ପରେ ତାକୁ ଭଗବାନ ବନେଇଲା। ଏଇଟା ହିଁ କ୍ଷମତାର ଭୋକ

“Struggle is pillars of success”
ଲେନିନ ସାରା ଜୀବନ ସଂଘର୍ଷ କଲେ – ଜାରଙ୍କ ବିରୁଦ୍ଧରେ, ପୁଞ୍ଜିବାଦ ବିରୁଦ୍ଧରେ। ସେ ସଫଳ ବି ହେଲେ।

ହେଲେ ଶେଷ ସଂଘର୍ଷ ନିଜ “ଅହଂ” ବିରୁଦ୍ଧରେ ହାରିଗଲେ। “ମୋର ଦଳ, ମୋର ନୀତି, ମୋର ଦେଶ” – ଏଇ “ମୋର-ମୋର” ତାଙ୍କୁ ଶେଷ କରିଦେଲା।


ଲେନିନ ମୁଣ୍ଡ ନୁଆଁଇଲେନି – ତେଣୁ 53 ବର୍ଷରେ ଶବ ହୋଇ ପଡ଼ିରହିଲେ, ତା’ ଉପରେ ବି ରାଜନୀତି ହେଲା।

Leave a Reply

Your email address will not be published. Required fields are marked *