Spread the love

ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ ଆନୁକୂଲ୍ଯରେ ୨୨ରୁ ଦ୍ୱିତୀୟ ମାଇକେଲ କିଣ୍ଡୋ ମହିଳା ହକି ଚାମ୍ପିଅନଶିପ
ଭାଗ ନେବେ ୮ ଦଳ,ଚାମ୍ପିଅନ ଟିମକୁ ୧ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ୱର,୨୦|୫(ନି.ପ୍ର): ଦର୍ଶନ ସମୀକ୍ଷା

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚଳିତ ମେ ୨୨ରୁ ୨୭ ତାରିଖ ପର୍ଯ୍ଯନ୍ତ ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ ଆନୁକୂଲ୍ଯରେ ଦ୍ୱିତୀୟ ମାଇକେଲ କିଣ୍ଡୋ ସ୍ମାରକୀ ନିଖତ୍ଳ ଭାରତୀୟ ମହିଳା ହକି ଚାମ୍ପିଅନଶିପ ଅନୁଷ୍ଠିତ ହେବ| ହକି ଆସୋସିଏସନ ଅଫ ଓଡିଶାର ସହଯୋଗରେ ଓ ହକି ଇଣ୍ଡିଆଣ୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିଅନଶିପରେ ଦେଶର ୮ଶ୍ରେଷ୍ଠ ମହିଳା ହକି ଦଳ-ସ୍ପୋଟର୍ସ ହଷ୍ଟେଲ ରାଉରକେଲା, ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ,ସାଉଥ ଇଷ୍ଟର୍ଣ୍ଣ ରେଲେଓ୍ୱ, ସାଇ କୋଲକାତା,ସ୍ପୋଟର୍ସ ହଷ୍ଟେଲ ସୁନ୍ଦରଗଡ, ହକି ସିମଡେଗା,ଓଡିଶା ପୋଲିସ ଓ ସିଆଇଏସଏଫ ଅଂଶ ଗ୍ରହଣ କରିବେ|

ଲିଗ୍ ମ୍ଯାଚ ଗୁଡିକ ମେ ୨୨ରୁ ୨୪ ତାରିଖ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ ଏବଂ ୨୫ ତାରିଖ ବିଶ୍ରାମ ଦିବସ ରହିବ| ସେମିଫାଇନାଲ ମେ ୨୬ ତାରିଖ ଦିନ ଓ ୨୭ ତାରିଖ ଦିନ ଗ୍ରାଣ୍ଡ ଫାଇନାଲ ସହିତ ତୃତୀୟ ସ୍ଥାନ ମ୍ଯାଚ ଅନୁଷ୍ଠିତ ହେବ| ଟୁର୍ଣ୍ଣାମେଣ୍ଡ ସମୟରେ ପ୍ରତିଦିନ ସନ୍ଧ୍ଯା ୫.୩୦ରେ ମ୍ଯାଚ ଉଦଘାଟିତ ହେବ| ଗ୍ରୁପ ଏରେ ସ୍ପୋଟର୍ସ ହଷ୍ଟେଲ ରାଉରକେଲା, ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ,ସାଉଥ ଇଷ୍ଟର୍ଣ୍ଣ ରେଲେଓ୍ୱ, ସାଇ କୋଲକାତା ଥିବା ବେଳେ ଗ୍ରୁପ ବିରେ ଅଛନ୍ତି ସ୍ପୋଟର୍ସ ହଷ୍ଟେଲ ସୁନ୍ଦରଗଡ, ହକି ସିମଡେଗା,ଓଡିଶା ପୋଲିସ ଓ ସିଆଇଏସଏଫ| ଚାମ୍ପିଅନ ଦଳକୁ ୧ଲକ୍ଷ ଟଙ୍କା, ରନର୍ସ ଅପ ଦଳକୁ ୫୦ ହଜାର, ତୃତୀୟ ସ୍ଥାନ ଦଳକୁ ୩୦ ହଜାର ଓ ଚତୁର୍ଥ ସ୍ଥାନ ପ୍ରାପ୍ତ ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ|

ପ୍ରତି ମ୍ଯାଚର ବିଜେତା ଦଳକୁ ୩ ପଏଣ୍ଟ ଓ ଡ୍ର ମ୍ଯାଚ ପାଇଁ ୨ପଏଣ୍ଟ ଲେଖାଏଁ ମିଳିବ| ବୁଧବାର ଏହି ଉପଲକ୍ଷେ ଆୟାଜିତ ଏକ ସମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟର ମୁଖ୍ଯ ପରାମର୍ଶଦାତା ଦିିଲ୍ଲିୀପ ତିର୍କୀ,ଚେୟାରମ୍ଯାନ କ୍ଯାପଟେନ୍ ରତିକାନ୍ତ ନାୟକ, ସଭାପତି କ୍ଯାପଟେନ୍ ବିଶ୍ୱବିଜୟ ସାହୁ, ସେକ୍ରେଟାରୀ ରଞ୍ଜନ କୁମାର ଦାସ ଓ ଆଡଭାଇଜର ଡ. ସେଶା କିଷାନଙ୍କ ସହିତ ଉପସ୍ଥିତ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ଯେ ଏହି ଚାମ୍ପିଅନଶିପ କେବଳ ଏକ କ୍ରୀଡା ପ୍ରତିଯୋଗିତା ନୁହେଁ,ଏହା ଭାରତୀୟ ହକି ପାର୍ଇ ମହତ ଅବଦାନ ଦେଇଥିବା କିମ୍ବଦନ୍ତୀ ହକି ଆଇକନ ମାଇକେଲ କିଣ୍ଡୋଙ୍କ ପ୍ରତି ଏକ ଶଦ୍ଧାଞ୍ଜଳୀ|

ଏହି ଟୁର୍ଣ୍ଣାମେଣ୍ଟ ମାଧ୍ଯମରେ ଆମେ ତାଙ୍କ ଐତିହ୍ଯକୁ ସମ୍ମାନ ଜଣାଇବା ସହିତ ମହିଳା ହକିକୁ ପ୍ରୋସତ୍ାହିତ କରିବା ଏବଂ ଭାରତର ବିଭିନ୍ନ ଅଞ୍ଚଳର ଯୁବ ପ୍ରତିଭାଙ୍କୁ ଉସତ୍ାହିତ କରିବାକୁ ଲକ୍ଷ୍ୟ ରଖତ୍ଛୁ| ସେହି ଦୃଷ୍ଟିରୁ ଏହି ଚାମ୍ପିଅନଶିପ୍ ଭାରତୀୟ ହକିର ଭବିଷ୍ଯତକୁ ସୁଦୃଢ଼ କରିବା ଦିଗରେ ଏକ ବିନମ୍ର ପଦକ୍ଷେପ|

Leave a Reply

Your email address will not be published. Required fields are marked *