ଗଜପତି : ବିଦ୍ୟାଳୟରେ ଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ତୀବ୍ର ପ୍ରତିକ୍ରିୟା, ପୋଲିସର ହସ୍ତକ୍ଷେପ ପରେ ଭୁଲ ସ୍ୱୀକାର କରି କ୍ଷମା ମାଗିଲେ 2 ଶିକ୍ଷକ
ପାରଳାଖେମୁଣ୍ଡି,20/9(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ 2 ଜଣ ଶିକ୍ଷକ ଅଶାଳୀନ ମନ୍ତବ୍ୟ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଘଟଣା ନେଇ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଥିଲା.
ଏହି ଘଟଣା ନେଇ ପୋଲିସ ଜାଣିବା ପରେ ଘଟଣାକୁ ଶାନ୍ତ କରିବା ପାଇଁ ପୋଲିସର ହସ୍ତକ୍ଷେପ ପରେ ଭୁଲ ସ୍ୱୀକାର କରି କ୍ଷମା ମାଗିଲେ 2 ଜଣ ଶିକ୍ଷକ କ୍ଷମା ମାଗିବା ପରେ ଘଟଣାଟି ଶାନ୍ତ ପଡ଼ିଥିବା ସୂଚନା ମିଳିଛି. ଶିକ୍ଷାର ମନ୍ଦିର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ନୈତିକତାର ପାଠ ପଢ଼ାଇବା ଦାୟିତ୍ୱ ଯାହାଙ୍କ ହାତରେ ସେହି ଶିକ୍ଷକଙ୍କ ଆଚରଣକୁ ନେଇ ଯଦି ଛାତ୍ରୀଙ୍କ ପକ୍ଷରୁ ଅରୁଚିକର ଓ ଅଶାଳିନୀ ମନ୍ତବ୍ୟର ଅଭିଯୋଗ ଉଠେ ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ।

ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଗୁମ୍ମା ଠାରେ ଥିବା ପିଏମଶ୍ରୀ ମାଧ୍ୟମିକ ବିଦ୍ୟାଳୟର ଏସ୍ଏମ୍ସି ସଭାପତିଙ୍କ ଝିଅଙ୍କ ପ୍ରତି କେ ଆନନ୍ଦ କୁମାର ଏବଂ ଜି ଲିଙ୍ଗରାଜୁ ନାମକ ଦୁଇ ଜଣ ଶିକ୍ଷକ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇଥିବା ନେଇ ପରିବାର ପକ୍ଷରୁ ଆପତ୍ତି ଉଠିଥିଲା। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପରିସ୍ଥିତି ଗୁରୁତର ରୂପ ଧାରଣ କରିଥିଲା। ଏହି ଘଟଣା ସେରଙ୍ଗ ଥାନା ପୋଲିସ ଅଧିକାରୀ ଏବଂ ଗୁମ୍ମା ଫାଣ୍ଡି ଅଧିକାରୀ ଜାଣିବା ପରେ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ। ଯଦ୍ୱାରା ଶିକ୍ଷକ ଏବଂ ଅଭିଭାବକଙ୍କ ଉପସ୍ଥିତିରେ ଘଟଣା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସମ୍ପୃକ୍ତ ଶିକ୍ଷକଦ୍ବୟ ନିଜର ଭୁଲ ସ୍ୱୀକାର କରି ସର୍ବ ସମୁଖରେ କ୍ଷମା ମାଗିବା ସହ ଲିଖିତ ଭାବରେ କ୍ଷମାପତ୍ର ଦେଇଥିଲେ ଏବଂ ଭବିଷ୍ୟତରେ ଏଭଳି ଆଚରଣ ପୁନରାବୃତ୍ତି ନକରିବାକୁ ପ୍ରତିଶ୍ରୁତିନାମା ମଧ୍ୟ ଦେଇଥିଲେ। ପରେ ଘଟଣାଟି ଶାନ୍ତ ପଡିଥିଲା ।
ପାରଳା ପୋଲିସର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧୀ ଅଭିଯାନ, ୬ ଜଣଙ୍କ ବିରୋଧରେ କାର୍ଯାନୁଷ୍ଠାନ
ପାରଳାଖେମୁଣ୍ଡି, 20/9(ତାରିଣୀ ପ୍ରସାଦ ପଣ୍ଡା):
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଉପଦ୍ରବ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ଅଂଶସ୍ୱରୂପ, ଗତକାଲି ସନ୍ଧ୍ୟା ସମୟରେ ପାରଳାଖେମୁଣ୍ଡି ପୋଲିସର ପାଟ୍ରୋଲିଂ ଟିମ୍ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ।
ପାଟ୍ରୋଲିଂ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା *୧. ସାଇ ଶଙ୍କର ପାତ୍ର (୨୪), ୨. ରାହୁଲ (୨୧), ୩. ଦିପୁନ ସାହୁ (୨୨), ୪. ହରିଶ ବେହେରା (୩୨), ୫. ମୁନା ପଲାଇ (୩୨) ଏବଂ ୬. ଗୋରାନି କ୍ରିଷ୍ଣା (୪୬) ଙ୍କୁ ଠାବ କରାଯାଇଥିଲା। ସମସ୍ତ ୬ ଜଣଙ୍କୁ ପାରଳାଖେମୁଣ୍ଡି ପୋଲିସ ଥାନାକୁ ଅଣାଯାଇ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଉପଦ୍ରବ ଏବଂ ଜନଶାନ୍ତି ଭଙ୍ଗ କରୁଥିବା କାର୍ଯ୍ୟ ବିରୋଧରେ ଗଜପତି ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚ ଅଭିଯାନ ଆହୁରି ଜୋରଦାର କରାଯିବ। ସର୍ବସାଧାରଣ ସ୍ଥାନରେ ମଦ୍ୟପାନରୁ ବିରତ ରହିବା ସହ ସହରରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବାରେ ପୋଲିସକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।











