କନ୍ଧମାଳ : ନିଜକୁ ଏମ୍ଭି ଆଇ ପରିଚୟ ଦେଇ ନାଲିବତୀ ଗାଡ଼ିରେ ଧର୍ମେନ୍ଦ୍ର ପ୍ରଧାନ.. ମାଡ଼ିବସିଲା ରାଇକିଆ ପୋଲିସ୍.. ଛାନିଆ ହେଲେ ଜନତା..
କନ୍ଧମାଳ କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ର ଫୁଲବାଣୀ ନିର୍ବାଚନ ମଣ୍ଡଳୀ ରେ ଥିବା ଚକାପାଦ ବ୍ଲକ୍ ର ବିଧାୟକ ଉମା ଚରଣ ମଲିକ ଙ୍କ ବ୍ଲକ୍ ର ଜଣେ ନକଲି ଏମ୍ଭି ଆଇ ଯେକି ନିଜକୁ ଏମ୍ଭି ଆଇ ଅଧିକାରୀ ପରିଚୟ ଦେଇ ସାଧାରଣ ଲୋକଙ୍କୁ ଭୟ ଭିତ କରୁଥିବା ଦେଖିବାକୁ ମିଳିଛି l ତାଙ୍କର ଅସଲି ନାମ ଧର୍ମେନ୍ଦ୍ର ପ୍ରଧାନ. ପିତା, ସୋମନାଥ ପ୍ରଧାନ ହେଇଥିବା ବେଳେ ସେ ନିଜର ନାମକୁ ଗୋପନ ରଖି ନକଲି ନାମ ଯାହାକି ନିଖିଲ କୁମାର ପଟ୍ଟନାୟକ ବଲି ପରିଚୟ ଦେଇ ପୋଲିସ୍ ପୋଷାକ ପିନ୍ଧି ନାଲି ବତୀ ଗାଡ଼ି ରେ ବୁଲି ସାଧାରଣ ଜନତା ଙ୍କୁ ଭୟଭୀତ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା କନ୍ଧମାଳ ପୋଲିସ୍ l ରାଇକିଆ ଅଞ୍ଚଳ ରେ ହିଁ ବୁଲୁଥିବା କହିଛନ୍ତି ଠକ ଏମ୍ଭି ଆଇ ଜଣ ଙ୍କ l କନ୍ଧମାଳ ଜିଲ୍ଲା ରେ ଏଭଳି ଅନେକ ମାଫିଆ ଅଛନ୍ତି ଯାହାକି ପୋଲିସ୍ ପୋଷାକ ପିନ୍ଧି ନିରୀହ ଲୋକଙ୍କୁ ଭୟଭୀତ କରିଥାନ୍ତି l କନ୍ଧମାଳ ଜିଲ୍ଲା ରେ କିଛି ପୋଲିସ୍ କର୍ମଚାରୀ ଗଞ୍ଜେଇ ମାଫିଆ ମାନଙ୍କ ସହିତ ଜଡ଼ିତ ହେଇ ମାସିକ ଲକ୍ଷାଧିକ ଟଙ୍କା ଅର୍ଜନ କରୁଥିବା ଅଭିଯୋଗ ହେଉଥିବା ବେଳେ ଏପଟେ ପୋଲିସ୍ ପୋଷାକ ପିନ୍ଧି ପୋଲିସ୍ କୁ ଅପମାନ କରୁଥିବା ଏବେ ସାମ୍ନା କୁ ଆସିଛି l କିଛି ବର୍ଷ ପୂର୍ବରୁ କିଛି ଗଞ୍ଜେଇ ମାଫିଆ ମାନେ ପୋଲିସ୍ ପୋଷାକ ପିନ୍ଧି ଅନେକ ଲୋକଙ୍କୁ ଭୟ ଭିତ କରେଇ ରାସ୍ତାରେ ଗାଡ଼ି ଛେକିବା ଏବଂ ଗାଁ ଭିତର ମାନଙ୍କୁ ରାତି ଅଧିଆ ଯାଇକି ଡରେଇ ଧମକେଇ ଟଙ୍କା ପଇସା ହଡ଼ପ କରିବା ଏପରି ଘଟଣା ରେ କନ୍ଧମାଳ ପୋଲିସ୍ ସେମାଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିବା ମଧ୍ୟ ଜିଲ୍ଲା ବାସି ଭଲରେ ଜାଣିଛନ୍ତି l ହେଲେ ଏବେ ପୁଣି ପୋଲିସ୍ ପୋଷାକ ପିନ୍ଧି ନାଲିବତୀ ଗାଡ଼ି ଧରି ସାଧାରଣ ଜନତା ଙ୍କୁ ଭୟଭୀତ କରୁଥିବା ଏବେ ଦେଖିବାକୁ ମିଳିଛି l ତେଣୁ ସମସ୍ତ ବେସରକାରୀ ଏବଂ ସରକାରୀ ଗାଡ଼ି କୁ ଯାଞ୍ଚ କରିବା ପାଇଁ କନ୍ଧମାଳ ଜିଲ୍ଲା ପୋଲିସ୍ ପ୍ରଶାସନ ତଥା ରାଜ୍ୟ ର ସମସ୍ତ ପୋଲିସ୍ ପ୍ରଶାସନ ଙ୍କୁ ଅନୁରୋଧ ବାର୍ତ୍ତା ଦେଇଛନ୍ତି ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ …











