ଆମପ୍ରତିଭା ଆମଆଦର୍ଶ ହିନ୍ଦୋଳ ପକ୍ଷରୁ କୃତି ୧୦ମ,+୨ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ହିନ୍ଦୋଳ-ତା -୩୧/୦୫/୨୦୨୫(ଦର୍ଶନ ସମୀକ୍ଷା )-ଢେଙ୍କାନାଳଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁଙ୍କୁ ଦ୍ୱାରା ନୂତନପ୍ରତିଷ୍ଠା ଲାଭକରିଥିବା “ଆମ ପ୍ରତିଭା ଆମ ବିକାଶ “ଅନୁଷ୍ଠାନ ପକ୍ଷରୁ ନିର୍ବାଚନମଣ୍ଡଳୀରେ କୃତିତ୍ୱ ଅର୍ଜନ କରିଥିବା ୧୦ମ ଓ ଯୁକ୍ତ୨ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ପୂର୍ବାରହ୍ନ ୯ଟାରେ ହିନ୍ଦୋଳ ଉପଖଣ୍ଡସ୍ଥିତ ସ୍ଥାନୀୟ ଜନତାମହାବିଦ୍ୟାଳୟ ଅଡିଟରୀୟମ ହଲରେ ଆୟୋଜିତ ଏକ ଭବ୍ୟବର୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଭାସ ବେଉରା, ମୁଖ୍ୟବକ୍ତା ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଉପ-ଅଧିକ୍ଷକ ସତ୍ୟକୁମାର ନନ୍ଦ, ସମ୍ନାନିତ ଅତିଥି ଭାବରେ ତହସିଲଦାର ଦିଲୀପ ସେଠି,ପୂର୍ବତନ ସାଂସଦ ମହେଶ ସାହୁ,କଲେଜ ଅଧ୍ୟଖ୍ୟା ଡ଼ଃ ପୁଷ୍ପଲତା ଧର, ସମାଜସେବି ରତିକାନ୍ତ ଗଡ଼ନାୟକ,ବରିଷ୍ଠ ନାଗରିକମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର,ଏବିଓ ଦ୍ଵିତୀକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇଥିଲେ।

ମୁଖ୍ୟଅତିଥି, ମୁଖ୍ୟବକ୍ତା ଓ ସମ୍ନାନିତ ଅତିଥିମାନେ ଅନୁଷ୍ଠାନପକ୍ଷରୁ ହିନ୍ଦୋଳ ଓ ଓଡାପଡା ବ୍ଲକର ୨ଶହ କୃତିଛାତ୍ରଛାତ୍ରୀ ଓ କିଛି ଶିକ୍ଷକଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର ଓ ଡ଼ିକ୍ସିନାରୀ ବହିଦେଇ ସମ୍ବର୍ଦ୍ଧିତ କରିବାସହ ନିଜନିଜର ବହୁମୂଲ୍ୟ ସାରଗର୍ଭକ ଅଭିଭାଷଣ ଓ ଉପଦେଶରେ ଛାତ୍ରଛାତ୍ରୀ ମାନେ କିପରି ଜଣେଜଣେ ଉତ୍ତମ, ଚରିତ୍ରବାନ ମଣିଷ ହୋଇ ଦେଶ, ଜାତି, ଅଞ୍ଚଳ ଓ ପରିବାରର ଗର୍ବଗୌରବ ବୃଦ୍ଧି କରି ସାମାଜିକ କର୍ତ୍ତବ୍ୟ କରିପାରିବେ କହିଥିଲେ। ଏଥିସହ ଉତ୍ତମ ପରିବେଷର ଦେଶ ସମାଜ ଗଠନରେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ସମାଜରେ ବାସ କରୁଥିବା ସମସ୍ତ ସଚେତନ ଜନସାଧାରଣ ନିଜନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ଉପଦେଶ ଦେଇଥିଲେ।ବିକାଶର ପ୍ରୟାସ “ଆଗେଇବା” ପରିବାର ସହାୟତାରେ ହିନ୍ଦୋଳ ନିର୍ବାଚନମଣ୍ଡଳିରେ ସର୍ବପ୍ରଥମେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆୟୋଜକ “ଆମ ପ୍ରତିଭା ଆମ ଆଦର୍ଶ ” ସଭାପତି ଦେବିପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ପ୍ରଶାନ୍ତ ଦାସ,ଅନୁଷ୍ଠାନର ସମୀକ୍ଷକ ଉପଦେଷ୍ଟା ପ୍ରଦ୍ୟୁମ୍ନ ବେହେରା, କୋଷାଧକ୍ଷ ଶ୍ରୀକାନ୍ତ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ!!
Leave a Reply