ଗଜପତି // ଶାରଦୀୟ ନବରାତ୍ର ପୂଜାରମ୍ଭ, ପୋଖରୀରେ ବୁଡ଼ି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ

Spread the love

ଶାରଦୀୟ ନବରାତ୍ର ପୂଜାରମ୍ଭ…. ପାରଳା ସହର ଉତ୍ସବ ମୁଖର, ଚଳଚଞ୍ଚଳ ଶକ୍ତିପୀଠ ପାରଳାଖେମୁଣ୍ଡି, 12/10(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତକାଲି ରାତ୍ର ଠାରୁ ମା ଜଗତଜନନୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ଏନେଇ ପାରଳା ସହର ଉତ୍ସବ ମୁଖରିତ ହୋଇ ଉଠିବ ସହ ଚଳଚଞ୍ଚଳ ହୋଇଛି ବିଭିନ୍ନ ପୂଜାମଣ୍ଡପ ଓ ଶକ୍ତିପୀଠ। ଗଜପତି ଜିଲ୍ଲାରେ ଥ‌ିବା ବିଭିନ୍ନ ଶକ୍ତି ପୀଠ ତଥା ମା ଦୂର୍ଗା ପୂଜା ପାଉଥିବା ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଶାରଦୀୟ ନବରାତ୍ର ପୂଜା ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଛି ମା’ଙ୍କ ସ୍ବତନ୍ତ୍ର ପୁଜାର୍ଚ୍ଚନା । ବିଭିନ୍ନ ଶକ୍ତିପୀଠ ତଥା ପୂଜା ମଣ୍ଡପ ଗୁଡିକରେ ୯ ଦିନ ଧରି ୯ ଟି ରୂପରେ ପୂଜା ପାଇବେ ମା’ ଦୁର୍ଗା। ମା’ଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶକ୍ତିପୀଠ। ଏହି ଅବସରରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ପ୍ରସିଦ୍ଧ ମାଁ ମାଣିକେଶ୍ଵରୀ ଦେବୀଙ୍କ ପୀଠ, ମାଁ ଦାଣ୍ଡୁ ମାରାମ୍ମା ମନ୍ଦିରରେ ଶାରଦୀୟ ନବରାତ୍ର ପୂଜାପାଇଁ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଥିବାବେଳେ ନୀଳମ୍ମା ଠାକୁରାଣୀ ମନ୍ଦିର ଆଦି ସମେତ ବଡବ୍ରାହ୍ମଣ ସାହି ଛକ, ଖଞ୍ଜାସାହି ଛକ ଆଦି ଠାରେ ହେଉଥିବା ପୂଜା ମଣ୍ଡପ ଠାରେ ଅତ୍ୟନ୍ତ ଆକାଷଣୀୟ ଭାବେ ମା ଦୁର୍ଗାଙ୍କ ବିରାଟ ମୂର୍ତ୍ତି ସ୍ଥାପନ କରାଯାଇ ମା’ଙ୍କ ସ୍ବତନ୍ତ୍ର ନବରାତ୍ର ପୁଜାର୍ଚ୍ଚନା ଗତକାଲି ରାତିରେ ଆରମ୍ଭ ହୋଇଛି. ଏଥିଲାଗି ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଛି।
ଗଜପତି : ପୋଖରୀରେ ବୁଡି ନାବାଳକ ମୃତ
ପାରଳାଖେମୁଣ୍ଡି, 12/10(ତାରିଣୀ ପ୍ରସାଦ ପଣ୍ଡା):

ପୋଖରୀରେ ବୁଡ଼ି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କଦମଚୁଆଁ ଗ୍ରାମରେ I ମୃତ ନାବାଳକ ଜଣକ ହେଲେ ଆର.ଉଦୟଗିରି ଥାନା ତାବରଡା ଗ୍ରାମର ମୁନା ବେହେର ଦଳାଇଙ୍କ ୫ ବର୍ଷ ର ପୁଅ ବିଦ୍ୟାଶ ବେହେରା ଦଳାଇ |

ସୂଚନା ମୁତାବକ ମୁନା ବେହେର ଦଳାଇ ଓ ପତ୍ନୀ ଅଚୁସ୍ମିତା କଦମଚୁଆ ଗ୍ରାମରେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି । ମୃତ ନାବାଳକ ଚାନ୍ଦିପୁଟ ଶିଶୁ ବିଦ୍ଯା ମନ୍ଦିରରେ ପାଠ ପଢ଼ୁଥିଲେ। ଗତକାଲି ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଅସାବଧାନତା ବଶତଃ ଗଭୀର ପାଣିରେ ପଶି ଯାଇଥିଲେ I ଦୀର୍ଘ ସମୟ ପାଣିରେ ଖୋଜା ଖୋଜା ଖୋଜି କରି ଗ୍ରାମବାସୀ ତାଙ୍କୁ ଚନ୍ଦ୍ରଗିରି ମେଡିକାଲ୍‌କୁ ନେଇଥିଲେ। ହେଲେ ଚିକିତ୍ସା ପୂର୍ବରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷ

ଦଉଡ଼ି ସାହାରାରେ ପାହାଡିଆ ନଦୀ ପାର ହେବା ବେଳେ ଛିଣ୍ଡିଗଲା ଦଉଡି, ଭାସିଯାଇ ମହିଳାଙ୍କ ଶୋଚନୀୟ ମୃତ
ପାରଳାଖେମୁଣ୍ଡି, 12/10(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁଃଖଦ ଖବର ହସ୍ତଗତ ହୋଇଛି. ଦଉଡ଼ି ସାହାରାରେ ପାହାଡିଆ ନଦୀ ପାର ହେବା ବେଳେ ହଠାତ ଛିଣ୍ଡିଗଲା ଦଉଡି. ଯଦ୍ୱାରା ପାହାଡିଆ ନଦୀର ପାଣି ସ୍ରୋତରେ ଭାସିଯାଇ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଏହି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କଳାପଙ୍କା ଗ୍ରାମରେ l

ଗ୍ରାମର 3 ଜଣ ମହିଳା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲକୁ ପ୍ରତେକ ଦିନ ଭଳି ଆଜି କାଠ ସଂଗ୍ରହ ପାଇଁ ଗ୍ରାମ ତଟରେ ବହିଯାଉଥିବା ପାହାଡିଆ ରାମନଦୀକୁ ନଦୀ ପାର ପାଇଁ ପୂର୍ବରୁ ବନ୍ଧା ଯାଇଥିବା ଦଉଡି ସାହାରାରେ ନଦୀ ପାର ହେଉଥିବା ବେଳେ ହଠାତ ଦଉଡିଟି ଛିଣ୍ଡି ଯାଇ ପାହାଡିଆ ନଦୀର ସ୍ରୋତରେ ଜଣେ ମହିଳା ଭାସିଗଲେ.
ଏହି ଘଟଣା ନେଇ ଅନ୍ୟ ଦୁଇ ଜଣ ମହିଳା ସେଠାରୁ ସଙ୍ଗେ ସଙ୍ଗେ ଫେରି ଘଟଣା ନେଇ ଗ୍ରାମରେ ଜଣାଇଲେ. ପରେ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଆର. ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ. ଘଟଣା ଘଟିବାର 40 ମିନିଟ ପରେ ଆର. ଉଦୟଗିରି ପୋଲିସ ଉପସ୍ଥିତିରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ. ଦଉଡ଼ି ଛିଣ୍ଡି ଯାଇ ନଦୀରେ ଭାସି ଯାଇଥିବା ସ୍ଥାନରୁ କିଛି ଦୂରରେ ସମ୍ପୃକ୍ତ ମହିଳାଙ୍କ ମୃତଦେହକୁ ଅଗ୍ନିଶମବାହିନୀ ଉଦ୍ଧାର କରିଥିଲେ. ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ଆର. ଉଦୟଗିରି ବ୍ଲକ କଳାପଙ୍କା ଗ୍ରାମର ସୁଲୋଚନ ମଣ୍ଡଳଙ୍କ ସ୍ତ୍ରୀ କବିତା ମଣ୍ଡଳ ବୋଲି ଜଣା ପଡିଛି. ସମ୍ପୃକ୍ତ ଘଟଣା ନେଇ ସେହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି. ଆର. ଉଦୟଗିରି ପୋଲିସ ଥାନାରେ ଘଟଣା ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି.
୧୦ ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 1 ହଜାରରୁ ଉର୍ଦ୍ଧ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ
ପାରଳାଖେମୁଣ୍ଡି, 12/10(ତାରିଣୀ ପ୍ରସାଦ ପଣ୍ଡା): :

ବିଭିନ୍ନ ସମସ୍ୟାର ସମାଧାନ ଓ ୧୦ ଦଫା ଦାବି ପୂରଣ ପାଇଁ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନର ରାଜ୍ୟ କାର୍ଯ୍ୟସମିତିର ନିଷ୍ପତ୍ତି ଅନୁଯାୟୀ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏହି ଆନ୍ଦୋଳନ ଆୟୋଜିତ ହୋଇଥିଲା।

ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ପ୍ରାୟ ୧,୦୦୦ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏଥିରେ ଯୋଗ ଦେଇଥିଲେ. ଜିଲ୍ଲା ସଭାନେତ୍ରୀ କୁନି ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆସୋସିଏସନର ରାଜ୍ୟ ସହସମ୍ପାଦିକା ଅଞ୍ଜଳୀ ନାୟକ ଓ ଭାରତୀୟ ମଜଦୁର ସଂଘର ସଭାପତି ସୁଜିତ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।
ଗଜପତିର ଅଗ୍ରଣୀ ସିସିଡ଼ି ଅନୁଷ୍ଠାନ ପକ୍ଷରୁ ବାଲ୍ ହେଲଥ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି, 12/10(ତାରିଣୀ ପ୍ରସାଦ ପଣ୍ଡା):

ଗଜପତିର ଅଗ୍ରଣୀ ସିସିଡ଼ି ଅନୁଷ୍ଠାନ ପକ୍ଷରୁ ବାଲ୍ ହେଲଥ ମେଳା ଅନୁଷ୍ଠିତ ହୋଇଯାଇଛି. ଏହି ଜିଲ୍ଲାର ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ କରଡାସିଂ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ବାଲ୍ ହେଲ୍ଥ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ଏହି
କାର୍ଯ୍ୟକ୍ରମରେ ସିସିଡର ସମ୍ପାଦକ ଏ. ଜଗନ୍ନାଧ ରାଜୁ, ସ୍ଥାନୀୟ ସରପଞ୍ଚ ଉମା ଶଙ୍କର ଭୂମାଲ, ପି. କିରଣ କୁମାର, (ପିଇଓ ), ଅଶ୍ୱିନ କୁମାର ପାଢ଼ୀ,(ସିଆରସିସି) ପ୍ରଧାନଶିକ୍ଷକ କେଦାର ଚନ୍ଦ୍ର ରାଉତ ଏବଂ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ସୌତି ଜାନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।